ଇତିହାସ ରଚିବ ଭାଜପା ନେତାଙ୍କ ଝିଅ ବିବାହ ଖର୍ଚ୍ଚ

ବେଙ୍ଗାଲୁରୁ,୧।୩: କର୍ନାଟକ ଭାରତୀୟ ଜନତାପାର୍ଟି(ଭାଜପା)ର ସଙ୍କଟମୋଚକ ଭାବେ ପରିଚିତ ଦଳିତ ନେତା ତଥା କର୍ନାଟକ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବି.ଶ୍ରୀରାମୁଲୁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମାର୍ଚ୍ଚ ୫ରେ ବି.ଶ୍ରୀରାମୁଲୁଙ୍କ ଝିଅ ରକ୍ଷିତାଙ୍କର ବିବାହ ହେବାକୁ ଯାଉଛି। ହାଇଦ୍ରାବାଦର ଉଦ୍ୟୋଗପତି ରବି କୁମାରଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ଏବେଠାରୁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି ବୋଲି କୁହାଯାଉଛି। ଏବେ ବି.ଶ୍ରୀରାମୁଲୁ ତାଙ୍କ ବନ୍ଧୁ ତଥା ଖଣି ମାଫିଆ ଜି. ଜନାର୍ଦ୍ଦନ ରେଡ୍ଡୀଙ୍କୁ ପଛରେ ପକାଇ ଦେବେ ବୋଲି କୁହାଯାଉଛି। ଏହା ଚଳିତ ଦଶକର ସବୁଠାରୁ ବ୍ୟୟବହୁଳ ବିବାହ ହେବ ବୋଲି କୁହାଯାଉଛି। ୨୦୧୬ରେ ଜି ଜନାର୍ଦ୍ଦନ ରେଡ୍ଡୀଙ୍କ ଝିଅ ବ୍ରାହ୍ମଣୀଙ୍କ ବିବାହରେ ସବୁଠାରୁ ଅଧିକ ଖର୍ଚ୍ଚ ହୋଇଥିବା ବେଳେ ଏବେ ଏହି ରେକର୍ଡ ‘ରକ୍ଷିତା’ଙ୍କ ନାମରେ ହେବ ବୋଲି ଆଲୋଚନା ହେଉଛି। ମାର୍ଚ୍ଚ ୨୭ରୁ ଏହାର ପୂର୍ବକର୍ମ ଆରମ୍ଭ ହୋଇଗଲାଣି। ଏଥିରେ ବଡବଡ ରାଜନେତାଙ୍କ ସହ ପାଖାପାଖି ୫ଶହ ପୂଜାରୀ ଯୋଗଦେବେ। ଏମାନଙ୍କ ପାଇଁ ବେଙ୍ଗାଲୁରୁରେ ବିଶେଷ ବ୍ୟବସ୍ଥା କରାଯାଇଛି। ଏଥିରେ ୫ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ୧ ଲକ୍ଷ କାର୍ଡ ପ୍ରସ୍ତୁତ କରାଯାଇଛି। କାର୍ଡ ଭିତରେ କେଶର, ଗୁଜୁରାତି, ସିନ୍ଦୁର, ହଳଦି ପାଉଡର ଓ ଅକ୍ଷତ ରଖାଯାଇଛି। ଏହି ବିବାହ ପ୍ୟାଲେସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ଯାହାର କ୍ଷେତ୍ରଫଳ ପାଖାପାଖି ୪୦ ଏକର। ଏଥିମଧ୍ୟରୁ ୨୭ ଏକରରେ ବିବାହର ଆୟୋଜନ କରାଯାଉଥିବା ବେଳେ ୧୫ ଏକର ପାର୍କିଂ ପାଇଁ ରଖାଯାଇଛି। ବଲିଉଡର ଆର୍ଟ ଡାଇରେକ୍ଟର ବିବାହ ମଣ୍ଡପ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଦୀପିକା ପାଦୁକୋନଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କ ସହ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହରେ ଆସିଥିବା ଭିଡିଓଗ୍ରାଫର ଆସିବେ। ଡାଇନିଂ ହଲ୍‌ ଏମିତି ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଏକାସାଙ୍ଗେ ୭ ହଜାର ଲୋକ ବସି ପାରିବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri