ଇଣ୍ଡିଆ ବୁକ୍‌ ଅଫ ରେକଡର୍‌ସରେ ଆଇଟିଆଇ

ବ୍ରହ୍ମପୁର ଅଫିସ,୧୯ା୩: ଦକ୍ଷତା ବିକାଶ ଓ ସ୍କ୍ରାପ୍‌ର ପୁନଃ ବିନିଯୋଗର ପ୍ରତିଫଳନ ଭାବେ ବ୍ରହ୍ମପୁର ଆଇଟିଆଇରେ ନିର୍ମିତ ‘ମାଇଣ୍ଡ, ହାର୍ଟ ଆଣ୍ଡ୍‌ ହ୍ୟାଣ୍ଡସ୍‌ ଶୋ’ ଓପନ୍‌ ସ୍କ୍ରାପ୍‌ ବଗିଚା ଏବେ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସରେ ସ୍ଥାନୀତ ହୋଇଛି ା ଏଥିସହ ଏହା ଭାରତର ସର୍ବବୃହତ ସ୍କ୍ରାପ୍‌ ବଗିଚା ବୋଲି ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଘୋଷଣା କରାଯାଇଥିବା ବୁଧବାର ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି ା ଆବର୍ଜନା ତଥା ସ୍କ୍ରାପ୍‌ ସାମଗ୍ରୀର ପୁନଃ ବିନିଯୋଗକୁ ନେଇ ଏକ ବର୍ଷ ପୂର୍ବେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଏହି ବଗିଚା ପ୍ରସ୍ତୁତି ହୋଇଥିଲା ା ଫେବୃୟାରୀ ୭ରେ ଏହି ମ୍ୟୁଜିୟମ୍‌ ଲୋକାର୍ପିତ ହୋଇଥିଲା ା ଏକ ବର୍ଷ ମଧ୍ୟରେ ବିଭିନ୍ନ ଟ୍ରେଡର ଛାତ୍ରୀଛାତ୍ରଙ୍କ ଦ୍ୱାରା ୨୦ ଟି ବୃହତ୍‌କାୟ ମଡେଲକୁ ନେଇ ଏହା ନିମର୍ର୍ାଣ କରାଯାଇଛି ା ପ୍ରାୟ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ବଗିଚା ତଥା ଅପନ୍‌ ମ୍ୟୁଜିୟମ୍‌ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍କ୍ରାପ୍‌ ସାମଗ୍ରୀରେ ପ୍ରସ୍ତୁତ ୨୦ ଟି ୭ ଫୁଟରୁ ୭୦ ଫୁଟ ପର୍ଯ୍ୟନ୍ତ ଉଚ୍ଚର ମଡେଲ ସ୍ଥାନୀତ ହୋଇଛି ା ସେଥିରୁ ୭୩ ଫୁଟ ଉଚ୍ଚର ଗୀଟାର, ୨୨ ଫୁଟ ୮ ଇଞ୍ଚ ଉଚ୍ଚର ବନିଶି କଣ୍ଟା ମାଛ, ୩୨ ଫୁଟ ଉଚ୍ଚର ଜିରାଫ କଳାକୃତି ଉଭୟ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକଡର୍‌ସରେ ସ୍ଥାନୀତ ହୋଇଛି। ଏତଦ୍‌ବ୍ୟତୀତ ୨୮ ଫୁଟ ଉଚ୍ଚର ପେଡିଏଟର, ୨୨ ଫୁଟ ୩ ଇଞ୍ଚର ଆଇରନ ମ୍ୟାନ, ୬ ଫୁଟ ଉଚ୍ଚର ଟର୍ମିନେଟର, ୧୮ ଫୁଟ ଉଚ୍ଚର ଡଲଫିନ୍‌, ଅଲିଭରିଡ୍‌ଲେ କଇଁଛ, ୮ ଫୁଟ ଉଚ୍ଚ ଓ ୧୭ ଫୁଟ ଲମ୍ବର ହେଲିକପ୍ଟର, ୯ ଫୁଟର ଚେତକ, ୧୩ ଫୁଟ ଉଚ୍ଚର ପେଡିଏଟର, ୧୬ ଫୁଟ ଉଚ୍ଚର ହରିଣ ସହ ୬ ଫୁଟର ରୋବଟ୍‌, ୧୭ ଫୁଟର ରେନଡିୟର, ୨୨ ଫୁଟ ଲମ୍ବର ଝିଟିପିଟି, ୧୩ ଫୁଟ ଉଚ୍ଚତାର ମୟୁର, ୩ ଡି ଆର୍ଟର ଗାଈ, ୧୫ ଫୁଟ ଉଚ୍ଚର କିଙ୍ଗକଙ୍ଗ୍‌, ଯୁଦ୍ଧ ଟ୍ୟାଙ୍କ୍‌ ପ୍ରମୁଖ କଳାକୃତି ପ୍ରଦର୍ଶିତ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆହୋଇ ରାଶନ କିଣିବାକୁ ପୋଲିସର ପରାମର୍ଶ

ଦିଗପହଣ୍ଡି,୨୫।୩(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ସହରରେ ଥିବା ରାଶନ ଦୋକାନଗୁଡିକର ଭିଡ଼ ନିୟନ୍ତ୍ରଣ କରି ସତର୍କତା ଅବଲମ୍ବନ କରିବାକୁ ପଦକ୍ଷେପ ନିଆଯାଇଛି। ପ୍ରତି ଦୋକାନ...

ନିଶା ମାଫିଆ ଦୁଇ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ବୁଗୁଡା,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିରେ ଥିବା ଦୁଇ ନିଶା ମାଫିଆ ଭାଇଙ୍କ ୩ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତିକୁ ବାଜ୍ୟାପ୍ତ...

ଆଶିଷ ୨୦୨୩ ପାଇଁ ସ୍ବଚ୍ଛ ଆମ୍ବାସାଡାର

ଭଞ୍ଜନଗର,୩।୧୨(ଡି.ଏନ.ଏ): ସ୍ବଚ୍ଛ ଭାରତ ଅଭିଯାନ ଯୋଜନାରେ ବିଭିନ୍ନ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଆଦିଙ୍କୁ ପୁରସ୍କୃତ କରାଯାଉଛି । ଏଥିସହ ସହରଗୁଡ଼ିକରେ ୧୭ଟି ବିଭାଗରେ ପ୍ରଥମ, ଦ୍ୱିତୀୟ ଏବଂ...

ରାଷ୍ଟ୍ରୀୟ ଭାବ୍‌ ମାନବିକତାର ଅସଲ ପରିଚଏ

ଲାଠୋର, ୩୧।୧୦(ଡି.ଏନ୍‌.ଏ.)- ଜାତି ଭିନ୍‌ ଭିନ୍‌ ମୁନୁଷ୍‌ ଏକ। ଭାଷା ଭିନ୍‌ ଭିନ୍‌ ସାହିତିଅ ଗୁଟେ। ରାଷ୍ଟ୍ରୀୟ ଭାବ୍‌ ହେଉଛେ ମାନବିକତାର ଅସଲ ପରିଚଏ। ବଲାଙ୍ଗୀର...

ଶବରପଡା ଗାଁକୁ ନାହିଁ ସବୁଦିନିଆ ରାସ୍ତା: ଜମି ହିଡ ପାଲଟିଛି ରାସ୍ତା

କୋକସରା, ୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତର ଶବରପଡାର ଗାଁକୁ ସବୁ ଦିନିଆ ଭଲ ରାସ୍ତା ନ ଥିବାବେଳେ ଯାତାୟତ ପାଇ...

ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଖରା ଗରମ ହେଉଛି। ଅସହ୍ୟ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ତେବେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଣିପାଗରେ...

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୭ନଂ ଗେଟ୍‌: ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର,୧୪।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ବୁଧବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଧାର୍ଯ୍ୟଲଗ୍ନ ଅନୁସାରେ ଅପରାହ୍ନ ୧୧ ଟା ୨୪ ମିନିଟରେ ଗୋଟିଏ ଗେଟ୍‌ରେ...

ନୟାଗଡ଼ରୁ ୭ କରୋନା ପଜିଟିଭ ଚିହ୍ନଟ: ଗୋଷ୍ଠୀ ସଂକ୍ରମଣ ଭୟରେ ୪ ଗାଁ, ଗୋଟିଏ ବଜାରକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ନୟାଗଡ଼ ଅଫିସ/ ରଣପୁର, ୧୩।୬(ସ୍ବ.ପ୍ର.): ନୟାଗଡ଼ ଜିଲାରୁ ଶନିବାର ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତରେ ଶୁକ୍ରବାର ରାତିରେ...

Advertisement
Archives

Model This Week