Advertisement
Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସି

ମାରଗାଓ, ୮।୩(ପି.ଟି.)- ପୂର୍ବରୁ ୨ଥର ଟାଇଟଲ ହାସଲ କରିଥିବା ଚେନ୍ନାଇନ ଏଫ୍‌ସି ପ୍ରଥମ ଦଳ ଭାବେ ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲରେ ପ୍ରବେଶ କରିଛି। ଏହି ହାଇପ୍ରୋଫାଇଲ ଲିଗ୍‌ର ସେକେଣ୍ଡ ଲେଗ ସେମିଫାଇନାଲରେ ଚେନ୍ନାଇନ ୨-୪ ଗୋଲରେ ଏଫ୍‌ସି ଗୋଆଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି। ଫାଷ୍ଟ ଲେଗ୍‌ ସେମିଫାଇନାଲରେ ଚେନ୍ନାଇନ ୪-୧ ଗୋଲରେ ଗୋଆକୁ ହରାଇଥିଲା। ଫଳରେ ଏଗ୍ରିଗେଟ୍‌ରେ ଚେନ୍ନାଇନ ୬-୫ ଗୋଲରେ ବିଜୟୀ ହୋଇ ଫାଇନାଲକୁ ଉଠିଛି। ଫାଇନାଲରେ ଏବେ ଚେନ୍ନାଇନ ଏଟିକେ କିମ୍ବା ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବ।
ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ସେକେଣ୍ଡ ଲେଗ ସେମିଫାଇନାଲରେ ଜବରଦସ୍ତ ସଂଘର୍ଷ ଓ ରୋମଞ୍ଚ ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧରେ ଗୋଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ଚେନ୍ନାଇନର ଲୁସିଆନ ଗୋଇଆନ୍ସ ୧୦ ମିନିଟ୍‌ରେ ଆତ୍ମଘାତୀ ଗୋଲ ସ୍କୋର କରି ଗୋଆକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଗୋଆ ତରଫରୁ ମୌରଟାଡା ଫଲ ୨୧ତମ ମିନିଟ୍‌ରେ ମିନିଟ୍‌ରେ ଗୋଲ ଦେଇଥିଲେ। ତେବେ ଏହାପରେ ୫୨ ଓ ୫୯ତମ ମିନିଟ୍‌ରେ ଚେନ୍ନାଇନ ତରଫରୁ ଯଥାକ୍ରମେ ଲାଲିଆଞ୍ଜୁଆଲା ଚାଙ୍ଗଟେ ଓ ନେରିଜୁସ୍‌ ଭାଲସ୍କିଜ ଗୋଲ ସ୍କୋର ମ୍ୟାଚ୍‌କୁ ୨-୨ ସମାନସ୍ତରକୁ ଆଣିଥିଲେ। ଏହାପରେ ଗୋଆ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ତରଫରୁ ଏଡୁ ବେଡିଆ ୮୧ ଓ ଫଲ ୮୩ତମ ମିନିଟ୍‌ରେ ଗୋଲ ଦେଇ ଗୋଆକୁ ଜିତାଇଥିଲେ ମଧ୍ୟ ସେମିଫାଇନାଲରେ ପହଞ୍ଚାଇବା ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ଫାଇନାଲ ଟିକେଟ ହାସଲ କରିବାକୁ ପାଇଁ ଗୋଆକୁ ଆଉ ୨ଟି ଗୋଲ ଦେବା ଅପରିହାର୍ଯ୍ୟ ହୋଇପଡିଥିଲା। ତେବେ ଏହା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମେ ବ୍ୟାଟିଂ କରିବ ଭାରତ

ସାଉଥାମ୍ପଟନ,୨୨।୬: ଏଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ବଡ଼ ସ୍କୋର ଛିଡ଼...

ସାୟନା ଜ୍ୟାକ୍‌ ୨ ବର୍ଷ ବାସନ୍ଦ

ଲାଉସାନେ (ସୁଇଜରଲାଣ୍ଡ):-ଡୋପିଂ ମାମଲାରେ ଅଷ୍ଟ୍ରେଲିଆର ମହିଳା ସନ୍ତରଣକାରୀ ସାୟନା ଜ୍ୟାକ୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ତାଙ୍କୁ ଦୁଇ ବର୍ଷ ବାସନ୍ଦ କରାଯାଇଛି। ତେବେ ଏହା...

ସନ୍‌ରାଇଜର୍ସ ଆଗରେ ୧୫୧ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୧୭ା୪: ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୧୪ ତମ ସଂସ୍କରଣର ନବମ ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ...

‘ପନ୍ତଙ୍କ ସ୍ଥାନରେ କାର୍ତ୍ତିକଙ୍କୁ ଖେଳାଇବା ହାସ୍ୟାସ୍ପଦ’

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୪ଟି ମ୍ୟାଚ୍‌ ଖେଳିଛି। ଏଥିରେ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିଥିବା ବେଳେ...

ସୂର୍ଯ୍ୟୋପରାଗ: ରଣଜୀ ମ୍ୟାଚ୍‌ ପ୍ରଭାବିତ ହେବା ନେଇ ରେଫରି ନିଷ୍ପତ୍ତି ନେବେ

ନୂଆଦିଲ୍ଲୀ, ୨୬।୧୨- ଗୁରୁବାର ସୂର୍ଯ୍ୟୋପରାଗ ହେବାକୁ ଯାଉଥିବାବେଳେ ଖେଳାଯାଉଥିବା ରଣଜୀ ଟ୍ରଫି ମ୍ୟାଚ୍‌ଗୁଡିକର ଦ୍ୱିତୀୟ ଦିନର ଖେଳ ବାଧାପ୍ରାପ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ...

ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଜିତିଲା ଭାରତ

ପର୍ଥ,୧୦।୧୦: ଅଷ୍ଟ୍ରେଲିଆରେ ୨୦୨୨ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ଭାରତ ସୋମବାର ପର୍ଥରେ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିଛି। ଏହି...

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ : କଟକ ‘ଏ’, କେନ୍ଦ୍ରାପଡ଼ା, ବାଲେଶ୍ୱରର ବୃହତ୍‌ ବିଜୟ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦...

ଜର୍ମାନୀରେ ୩ ମାସ ଫସି ରହିବା ପରେ ଭାରତ ଫେରିଲେ ଆନନ୍ଦ

ଚେନ୍ନାଇ,୩୦।୫(ପି.ଟି.): ଶେଷରେ ପୂର୍ବତନ ବିଶ୍ୱ ଚେସ୍‌ ଚାମ୍ପିୟନ ବିଶ୍ୱନାଥନ୍‌ ଆନନ୍ଦ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। କୋଭିଡ୍‌-୧୯ ମହାମାରୀ କାରଣରୁ ଲାଗୁ ଥିବା ଯାତ୍ରା କଟକଣା ପାଇଁ...

Advertisement
Archives

Model This Week