Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: କଳିଙ୍ଗରେ ଓଡ଼ିଶା ଏଫ୍‌ସିର ହ୍ୟାଟ୍ରିକ ବିଜୟ

ଭୁବନେଶ୍ୱର,୧୨।୧(ସ୍ପୋଟର୍‌ସ ବ୍ୟୁରୋ)- ହୋମ୍‌ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି ଦମ୍‌ଦାର ପ୍ରଦର୍ଶନ ଜାରିରଖି କ୍ରମାଗତ ୩ୟ ମ୍ୟାଚ୍‌ରେ ବାଜିମାତ୍‌ କରି ହ୍ୟାଟ୍ରିକ ବିଜୟ ହାସଲ କରିଛି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଏଠାରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଓଡ଼ିଶା ଏଫ୍‌ସି ୨-୦ ଗୋଲରେ ଶକ୍ତିଶାଳୀ ମୁମ୍ବାଇ ସିଟିକୁ ପରାସ୍ତ କରିଛି। ଏଥିସହିତ ମୁମ୍ବାଇକୁ ହଟାଇ ଓଡ଼ିଶା ସିଜନରେ ପ୍ରଥମଥର ପାଇଁ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଏହାପୂର୍ବରୁ ଓଡ଼ିଶା କଳିଙ୍ଗ ଷ୍ଟାଡିୟମରେ ଗତ ୨୭ ତାରିଖରେ ଜାମ୍‌ସେଦପୁର ଏଫ୍‌ସିକୁ ୨-୧ ଗୋଲରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇନ ଏଫ୍‌ସିକୁ ୨-୦ ଗୋଲରେ ପରାସ୍ତ କରିଥିଲା। ଏହି ବିଜୟ ସହ ଓଡ଼ିଶା ଏପର୍ଯନ୍ତ ୧୨ ମ୍ୟାଚ୍‌ ଖେଳି ୫ ବିଜୟ, ୪ ପରାଜୟ ଓ ୩ ଡ୍ର ସହ ମୋଟ ୧୮ ପଏଣ୍ଟ ପାଇ ଗୋଟିଏ ସ୍ଥାନ ଉପରକୁ ଉଠି ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ମୁମ୍ବାଇ ୧୨ ମ୍ୟାଚ୍‌ ଖେଳି ୪ଟି ଲେଖାଏ ବିଜୟ, ପରାଜୟ ଏବଂ ଡ୍ର ସହ ୧୬ ପଏଣ୍ଟ ପାଇ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛି।
ଗୋଲଶୂନ୍ୟ ପ୍ରଥମାର୍ଦ୍ଧ:
ମ୍ୟାଚ୍‌ର ପ୍ରଥମାର୍ଦ୍ଧର ଆରମ୍ଭରୁ ଉଭୟ ଦଳ ପକ୍ଷରୁ ସତର୍କତାପୂର୍ଣ୍ଣ ଖେଳ ଦେଖିବାକୁ ମିଳିଥିଲା। କିନ୍ତୁ ପ୍ରଥମ ୧୫ ମିନିଟ୍‌ ପରେ ଓଡ଼ିଶା ଖେଳାଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲେ। ୧୯ତମ ମିନିଟ୍‌ରେ କର୍ନର କିକ୍‌ରୁ ଓଡ଼ିଶା ପାଇଁ ସୁବର୍ଣ୍ଣ ସୁଯୋଗ ରହିଥିଲେ ମଧ୍ୟ ଘରୋଇ ଦଳ ଏହାର ଫାଇଦା ଉଠାଇ ପାରି ନ ଥିଲା। ଏହାପରେ ଓଡ଼ିଶା ଆହୁରି କେତେକ ଗୋଲସ୍କୋର ସୁଯୋଗ ସୃଷ୍ଟି କରିଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା।
ଖାତା ଖୋଲିଲେ ସାଣ୍ଟାନା:
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଓଡ଼ିଶା ଏଫ୍‌ସି ଅଗ୍ରଣୀ ନେବାରେ ସଫଳ ହୋଇଥିଲା। ଆଡ୍ରିଆନ ସାଣ୍ଟାନା ଓଡ଼ିଶା ଏଫ୍‌ସି ପାଇଁ ଗୋଲସ୍କୋର ଖାତା ଖୋଲିଥିଲେ। ୪୭ତମ ମିନିଟ୍‌ରେ ଜିସ୍କୋ ହର୍ନାଣ୍ଡିଜଙ୍କ ନିକଟରୁ ପାଇଥିବା ପାସ୍‌କୁ ସାଣ୍ଟାନା କୌଣସି ତ୍ରୁଟି ନ କରି ପ୍ରତିପକ୍ଷ ଗୋଲପୋଷ୍ଟ ମଧ୍ୟକୁ ବଲ୍‌ ପଠାଇ ଦେଇଥିଲେ। ଫଳରେ ଓଡ଼ିଶା ୧-୦ରେ ଅଗ୍ରଣୀ ରହିଥିଲା। ୫୬ତମ ମିନିଟ୍‌ରେ ପେନାଲ୍ଟି ଏରିଆରରେ ଓଡ଼ିଶାର ଜେରୀ ମାଓ୍ବିମିଙ୍ଗଥାଙ୍ଗାଙ୍କ ଏକ ଜୋର୍‌ଦାର ଶଟ୍‌କୁ ମୁମ୍ବାଇ ଗୋଲ୍‌କିପର ଅମରିନ୍ଦର ସିଂ ଅଟକାଇ ଦେଇଥିଲେ। ଏହାପରେ ସ୍ପାନିଶ ଖେଳାଳି ହର୍ନାଣ୍ଡିଜ୍‌ ୭୪ ତମ ମିନିଟ୍‌ରେ ଆଉ ଏକ ଗୋଲ ଦେଇ ଘରୋଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ପ୍ରତିପକ୍ଷ ମୁମ୍ବାଇ ମ୍ୟାଚ୍‌କୁ ଫେରିବା ଲାଗି ଜୋର୍‌ଦାର ପ୍ରୟାସ କରିଥିଲା। କିନ୍ତୁ ଓଡ଼ିଶା ଏଫ୍‌ସିର ଦୃଢ଼ ଡିଫେନ୍ସ ଭାଗକୁ ଭେଦ କରିପାରି ନ ଥିଲେ। ଓଡ଼ିଶା ପ୍ରଦର୍ଶନରେ କୋଚ୍‌ ଜୋସେଫ୍‌ ଗାମ୍ବାଓ ସନ୍ତୋଷ ପ୍ରକଟ କରିଛନ୍ତି। ଦଳ ଶ୍ରେଷ୍ଠ-୪ ରେ ସ୍ଥାନ ହାସଲ କରିଥିବାରୁ ଗାମ୍ବାଓ ଖୁସି ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri