Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଏଟିକେକୁ ତୃତୀୟ ଟାଇଟଲ

ମାରଗାଓ, ୧୨।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଏଥର ଏଟିକେ ଏଫ୍‌ସି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଦେଶର ଏହି ସର୍ବବୃହତ ଫୁଟବଲ୍‌ ଲିଗ୍‌ର ଷଷ୍ଠ ସଂସ୍କରଣରେ ଏଟିକେ ପ୍ରତିପକ୍ଷ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରି ବାଜି ମାରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମ ବା ଫଟୋର୍ଡା ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଏଟିକେ ୩-୧ ଗୋଲରେ ଚେନ୍ନାଇନକୁ ହରାଇ ତୃତୀୟଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏଟିକେ ଓ ଚେନ୍ନାଇ ପୂର୍ବରୁ ୨ଥର ଲେଖାଏ ଟାଇଟଲ ଜିତିଛନ୍ତି। ଏଥର ବିଜୟୀ ହୋଇ ଏଟିକେ ସର୍ବାଧିକ ୩ଥର ଟାଇଟଲ ହାସଲ କରି ଅନ୍ୟ ସବୁ କ୍ଲବଗୁଡିକୁ ପଛରେ ପକାଇଛି। ପୂର୍ବରୁ ଏଟିକେ ୨୦୧୪ ପ୍ରଥମ ସଂସ୍କରଣରେ ଓ ୨୦୧୬ରେ ଟାଇଟଲ ହାସଲ କରିଥିଲା। ସେହିପରି ଚେନ୍ନାଇନ୍‌ ୨୦୧୫ ଓ ୨୦୧୭-୧୮ ସେସନରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଏଟିକେ ଏଏଫ୍‌ସି କପ୍‌ରେ ସ୍ଥାନ ହାସଲ କରିବା ସହ ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିଛି। ଫଳରେ କୋଲକାତା ସହର ପର୍ଯ୍ୟବସିତ ଏହି କ୍ଳବ୍‌ର ଖୁସି ଦୁଇଗୁଣା ହୋଇଛି।
କରୋନା ଭାଇରସ ଆତଙ୍କ କାରଣରୁ ଏହି ମ୍ୟାଚ୍‌ ରୁଦ୍ଧଦ୍ୱାରରେ ଅର୍ଥାତ୍‌ ସମ୍ପୂର୍ଣ୍ଣ ଭାବେ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଏଟିକେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏଟିକେ ତରଫରୁ ସ୍ପାନିସ୍‌ ଫୁଟବଲର ଜାଭି ହେର୍ନାଣ୍ଡିଜ୍‌ ଦୁଇଟି ଗୋଲ ସ୍କୋର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଟାକିଂ ମିଡ୍‌ଫିଲ୍ଡର ଭାବେ ଖେଳୁଥିବା ଜାଭି ଦଶମ ମିନିଟ୍‌ରେ ରଏ କ୍ରିଷ୍ଣାଙ୍କଠାରୁ ପାସ୍‌ ପାଇଥିଲେ ଓ ଏହାର ସଦ୍‌ବ୍ୟବହାର କରି ପ୍ରଥମ ଗୋଲ ଦେଇ ଏଟିକେକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଏଟିକେ ଅଗ୍ରଣୀ ବଜାୟ ରଖିଥିଲା। ଏହାପରେ ୪୮ତମ ମିନିଟ୍‌ରେ ଅନ୍ୟତମ ସ୍ପାନିସ୍‌ ଆଟାକିଂ ମିଡଫିଲ୍ଡର ଏଡୁ ଗାର୍ସିଆ ଓ୍ବିଲିୟମ୍ସଙ୍କଠାରୁ ପାସ ପାଇ ସିଧା ଶଟ୍‌ ଖେଳିଥିଲେ। ତେବେ ଏହା ବାର ବାଜି ପୋଷ୍ଟକୁ ଯାଇଥିଲା। ଏହି ଗୋଲ ସହ ଏଟିକେ ୨-୦ରେ ଅଗ୍ରଣୀ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇନ୍‌ ତରଫରୁ ଲିଥୁଆନିଆ ନେରିଜୁସ ଭାଲସ୍କିଜ୍‌ ରାଇଟ୍‌ କିକ୍‌ ମାରି ସଫଳ ହେବା ସହ ୬୯ତମ ମିନିଟ୍‌ରେ ଗୋଲ ଦେଇଥିଲେ। ଏଥିସହିତ ଚେନ୍ନାଇ ମ୍ୟାଚକୁ ଫେରିଥିଲା। ଏହା ପରେ ଉଭୟ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଶେଷରେ ଜାଭି ଅନ୍ତିମ ମୁହୂର୍ତ୍ତରେ ଇଞ୍ଜୁରି ଟାଇମ୍‌ର ତୃତୀୟ ମିନିଟ୍‌ରେ ଫ୍ରି ଶଟ୍‌ ମାରି ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ।
ପ୍ଲେ- ଅଫ୍‌ରେ ଉଭୟ ଦଳ ଉନ୍ନତ ପ୍ରଦର୍ଶନ କରିଥିଲେ। ଦୁଇ ଲେଗ ବିଶିଷ୍ଟ ସେମିଫାଇନାଲରେ ଚେନ୍ନାଇନ୍‌ ଲିଗ୍‌ ଏଫ୍‌ସି ଗୋଆକୁ ଏଗ୍ରିଗେଟ୍‌ରେ ୬-୫ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଏଟିକେ ଦୁଇ ଲେଗ୍‌ ବିଶିଷ୍ଟ ସେମିରେ ବେଙ୍ଗାଲୁରୁ ଏଫ୍‌ସିକୁ ଏଗ୍ରିଗେଟ୍‌ରେ ୩-୨ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ରୁଦ୍ଧଦ୍ୱାରରେ ତଥା ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିବାରୁ ମ୍ୟାଚ୍‌ ଅବଶ୍ୟ ସେତେଟା ରୋମାଞ୍ଚକ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?