Posted inଖେଳ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲଛେତ୍ରୀଙ୍କ ଡବଲ ଗୋଲ ସତ୍ତ୍ୱେ ଭାରତ ପରାସ୍ତ

ଅହମ୍ମଦାବାଦ, ୮।୭-ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚରେ ଶନିବାର ଭାରତ ୨-୪ ଗୋଲ ବ୍ୟବଧାନରେ ତାଜିକ୍‌ସ୍ତାନଠାରୁ ହାରିଯାଇଛି। ମ୍ୟାଚରେ ସୁନୀଲ ଛେତ୍ରୀ ଦୁଇଟି ଗୋଲ୍‌ ସ୍କୋର କରି ଭାରତକୁ ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ ଗୋଲରେ ଅଗ୍ରଣୀ କରିଥିଲେ। ମାତ୍ର ଦ୍ୱିତୀୟାର୍ଦ୍ଧରେ ତାଜିକ୍‌ସ୍ତାନ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୪ଟି ଗୋଲ ଦେଇ ମ୍ୟାଚ ଜିତିନେଇଥିଲା। ଦଳ ପକ୍ଷରୁ କୋମରୋନ୍‌ ତୁର୍‌ସୁନୋଭ (୫୬ତମ ମିନିଟ), ଶେରିଡିନ୍‌ ବୋବୋଏଭ୍‌ (୫୮ତମ), ମୁହାମାଜନ ରହିମୋଭ୍‌ (୭୧ତମ), ଶାହରମ ସାମିୟେଭ (୭୪ତମ) ଗୋଲ ସ୍କୋର କରିଥିଲେ। ଖେଳ ଆରମ୍ଭ ହେବାର ଚତୁର୍ଥ ମିନିଟ୍‌ରେ ଲାଲଲିଆନଜୁଆଲା ଛାଙ୍ଗ୍‌ଟେଙ୍କୁ ଏକ ପେନାଲ୍ଟି ମିଳିଥିଲା। ଛେତ୍ରୀ ଏହାକୁ ସହଜରେ ଗୋଲରେ ପରିଣତ କରିଦେଇଥିଲେ। ଏହି ଗୋଲ ପରେ ତାଜିକ୍‌ସ୍ତାନ ଭାରତୀୟ ଡିଫେନ୍ସ ଉପରେ ଚାପ ସୃଷ୍ଟି କରିଥିଲା। ମାତ୍ର ଦଳ ଏଥିରୁ ଫାଇଦା ଉଠାଇପାରି ନ ଥିଲା। ୪୧ତମ ମିନିଟ୍‌ରେ ଛେତ୍ରୀ ତାଙ୍କର ଦ୍ୱିତୀୟ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri