ଇଜିମାଇଲ ଜମି ଉପରେ ବିଜୁ ପକ୍କାଘର ନିର୍ମାଣ ଅଭିଯୋଗ:ତ୍ରୁଟିପୂର୍ଣ୍ଣ ପଟ୍ଟା ଦେଇ ସରକାରୀ ଅର୍ଥ ହଡ଼ପ

ରସୁଲପୁର,୧୩ା୧(ଡିଏନଏ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ବାସହୀନଙ୍କୁ ଗୃହ ଯୋଗାଇ ଦିଆଯାଉଛି। ତେବେ ଏ ନେଇ ରହିଥିବା ନିୟମାବଳୀକୁ କଡାକଡ଼ି ପାଳନ କରାଯାଉ ନାହିଁ। ସର୍ବୋପରି ହିତାଧିକାରୀ ଦାଖଲ କରୁଥିବା ଜମିଜମା ସମ୍ପର୍କିତ କାଗଜପତ୍ରକୁ ଆଦୌ ଯାଞ୍ଚ କରା ନଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ଫଳରେ ହିତାଧିକାରୀ ଅନ୍ୟ ଏକ ସ୍ଥାନର ଜମିଜମା ସମ୍ପର୍କିତ ପଟ୍ଟା ପ୍ରଦାନ କରି ଆଉ ଏକ ଜମି ଉପରେ ସରକାରୀ ଆବାସ ନିର୍ମାଣ କରୁଛନ୍ତି। ଏ ଦିଗରେ ଅଭିଯୋଗ ହେବା ପରେ ବି ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତଦନ୍ତ ଅଧିକାରୀ ଅଭିଯୋଗକୁ ଅଣଦେଖା କରି ଘର ନିର୍ମାଣ ବାବଦକୁ ବିଲ୍‌ ପୈଠ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଯାଜପୁର ଜିଲା ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ହରିପୁର ଗ୍ରାମର ଶଙ୍କର୍ଷଣ ମହାପାତ୍ର କରିଛନ୍ତି।
ପ୍ରକାଶ ଯେ, ୨୦୧୭-୧୮ ଆର୍ଥତ୍କ ବର୍ଷରେ ବିଶ୍ୱନାଥ ମହାପାତ୍ରଙ୍କୁ ବିଜୁ ପକ୍କାଘର ଯୋଜନାରେ ୧.୩୦ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସଂଖ୍ୟା-୫୫୪୭/୨୧।୧୦।୨୦୧୭ରେ ବ୍ଲକରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟାଦେଶ ହାତେଇବା ପୂର୍ବରୁ ହିତାଧିକାରୀ ବିଶ୍ୱନାଥ ଖାତା ନଂ-୪୯୬ ଓ ପ୍ଲଟ ନଂ୨୧୬୨ ଉପରେ ୧୩ ଡିସିମିଲ ଓ ୨୧୬୩ ଉପରେ ୬ ଡିସିମିଲ ଉପରେ ଘର କରିବା ପାଇଁ ଜମିଜମା ସମ୍ପର୍କିତ ପ୍ରମାଣପତ୍ର ଦାଖଲ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ସେହି ଜମି ଉପରେ ଘର ନିର୍ମାଣ କରା ନ ଯାଇ ଏକ ଇଜିମାଇଲ ସମ୍ପତି ଖାତା ନଂ-୪୯୯ ଓ ପ୍ଲଟ ନଂ-୨୧୫୬ ଉପରେ ଘର ନିର୍ମାଣ କରୁଛନ୍ତି। ଏହି ଜମିଜମାକୁ ପାର୍ଟିସନ କେସ୍‌ ନଂ-୩୦୯/୨୦୦୯ରୁ ସିଭିଲ କୋର୍ଟରେ ମାମଲା ବିଚରାଧୀନ ରହିଛି। ଏଥିସହ ଉକ୍ତ ମାମଲାରେ କୋର୍ଟ ୯ ଏପ୍ରିଲ, ୨୦୧୦ରେ ପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହିତାଧିକାରୀ ଏହାକୁ ଖିଲାପ କରିବା ସହ ବିବାଦୀୟ ଜମିରେ ଘର ନିର୍ମାଣ କରି ଏ ବାବଦରେ ୨ଟି କିସ୍ତିରେ ୫୫,୦୦୦ଟଙ୍କା ହାତେଇ ସାରିଲେଣି। ଏବେ ଛାତସ୍ତର ପର୍ଯ୍ୟନ୍ତ ନିର୍ମାଣ ସାରି ବିଲ୍‌ ହାତେଇବାକୁ ଯୋଜନା କରୁଛନ୍ତି। ଏ ଦିଗରେ ନିର୍ବାହୀ ଅଧିକାରୀ ତାଙ୍କୁ ସହଯୋଗ କରୁଛନ୍ତି ବୋଲି କହୁଛନ୍ତି। ଏ ସମ୍ପର୍କରେ ବିଶ୍ୱନାଥଙ୍କ ପକ୍ଷ ଯାଜପୁର ଜିଲାପାଳ ଓ ରସୁଲପୁର ବିଡିଓଙ୍କ ନିକଟରେ ଅଭିଯୋଗ କରିଆସୁଛନ୍ତି। ଉକ୍ତ ଅଭିଯୋଗ ବ୍ଲକ ପ୍ରଶାସନ ପାଇଁ ମୂଲ୍ୟହୀନ ହୋଇପଡିଛି। ଅଭିଯୋଗ ପାଇବା ପରେ ନିର୍ବାହୀ ଅଧିକାରୀ କାର୍ଯ୍ୟାଦେଶ ବାତିଲ କରିବା ବଦଳରେ ଏକାଧିକ ବିଲ ପୈଠ ପାଇଁ ସୁପାରିଶ କରି ଚାଲିଛନ୍ତି। ଏପରିକି ହିତାଧିକାରୀ ନିର୍ମାଣ କାର୍ଯ୍ୟ ବନ୍ଦ ବଦଳରେ ଚାଲୁ ରଖିଛନ୍ତି। ନିର୍ମାଣ କାର୍ଯ୍ୟ ୩୧ମାର୍ଚ୍ଚ, ୨୦୧୮ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଥିଲା। ଏହା ଭିତରେ ୨ବର୍ଷ ବିତିବାକୁ ବସିଲାଣି, ହେଲେ ହିତାଧିକାରୀଙ୍କ କାର୍ଯ୍ୟାଦେଶକୁ ବାତିଲ କରିବା ବଦଳରେ ପ୍ରଶାସନ କାହିଁକି ସହଯୋଗ କରୁଛି ତାହା ବୁଝାପଡୁ ନାହିଁ। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ନିକୁଞ୍ଜ ବିହାରୀ ରାଉତଙ୍କୁ ପଚାରିବାରୁ, ସେ ଅଭିଯୋଗ ପାଇଛନ୍ତି। ତେବେ ଏନେଇ ତାଙ୍କୁ କୋର୍ଟରୁ ବିଡିଓଙ୍କୁ କୌଣସି ନିର୍ଦ୍ଦେଶ ନାହିଁ। ଅଭିଯୋଗ ମୁତାବକ ଜମିର ମାପଚୁପ କରାଯିବା ପରେ ଅଭିଯୋଗର ସତ୍ୟାସତ୍ୟ ଜଣାପଡିବ। ହିତାଧିକାରୀ ଛାତ ସ୍ତର ପର୍ଯ୍ୟନ୍ତ କାମ ସାରିଛନ୍ତି। ଏଭଳି ଅଭିଯୋଗ ଥିବାରୁ ସେ ଛାତ ପକାଇବା ପରେ ତାଙ୍କୁ ବିଲ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri