ଇଙ୍କ୍‌ଫେଷ୍ଟ ପଞ୍ଚମ ସନ୍ଧ୍ୟାର ଚତୁର୍ଥ କଥାଚକ୍ର: ବୟନ ଶିଳ୍ପ ଦେଇଛି ପରିଚୟ, ରୋଜଗାର

ସୋନପୁର,୨୧।୧(ନି.ପ୍ର.) – ବୟନ ଶିଳ୍ପ ହିଁ ସୁବର୍ଣ୍ଣପୁର ଜିଲାକୁ ଦେଶ ବିଦେଶରେ ପରିଚିତ କରିଛି। ଏଠାକାର କୁଶଳୀ ବୁଣାକାର ହସ୍ତତନ୍ତ ଓ ବୟନ କଳାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନେଇଛନ୍ତି। ଶତାଧିକ ବର୍ଷ ଧରି ବୟନ, ବାନ୍ଧକଳାରେ ସମର୍ପିତ ହୋଇଛନ୍ତି ବୁଣାକାର ପରିବାର। କୃଷି ପରେ ହସ୍ତତନ୍ତ ଓ ବୟନ ଶିଳ୍ପ ଜିଲାର ଦ୍ୱିତୀୟ ବୃହତ ଜୀବିକା ତଥା ରୋଜଗାର ପ୍ରଦାନକାରୀ ସଂସ୍ଥା। ବମକେଇ ପାଟ, ଯୋଡ, ପାଟ ଶାଢୀ ଓ ବାନ୍ଧକଳା ପାଇଁ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଚତୁର୍ଥ ବାର୍ଷିକ ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ମଙ୍ଗଳବାର ପଞ୍ଚମ ସନ୍ଧ୍ୟାରେ ସୁବର୍ଣ୍ଣପୁରର ବୟନ ଶିଳ୍ପ ଓ ଅର୍ଥନୀତି ଶୀର୍ଷକ ଚତୁର୍ଥ କଥାଚକ୍ର ଅନୁଷ୍ଠିତ ହୋଇଥିଲା। ବୟନ ଶିଳ୍ପୀ ପ୍ରହଲ୍ଳାଦ ମେହେର ଆଲୋଚକ ଭାବେ ଯୋଗ ଦେଇଥିଲେ। ବୁଣାକାରମାନେ ପ୍ରାଚୀନ ଓ ଆଧୁନିକ ଡିଜାଇନକୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଏହି ଶିଳ୍ପ ବିଭିନ୍ନ କାରଣରୁ ବର୍ତ୍ତମାନ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି। ମେଶିନ ଦ୍ୱାରା ଅବିକଳ ନକଲରେ ପ୍ରସ୍ତୁତ ଛାପା ଶାଢୀ କମ୍‌ ଦରରେ ବିକ୍ରି ହେଉଛି। ସେହିପରି ଜିଏସ୍‌ଟି ଲାଗୁ ହେଲା ପରେ ଶାଢୀ ବ୍ୟବସାୟ ପ୍ରଭାବିତ ହୋଇଛି। ମାନ୍ଦାବସ୍ଥା ଯୋଗୁଁ ବୁଣାକାରମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ପରିଶ୍ରମ ତୁଳନାରେ ବୁଣାକାରଙ୍କୁ ମଜୁରୀ ମିଳୁନି ବୋଲି ମେହେର କହିଥିଲେ। ବୟନ ଶିଳ୍ପ ଗବେଷକ ପ୍ରହଲ୍ଳାଦ ମେହେର ଅନ୍ୟତମ ଆଲୋଚକଭାବେ ଯୋଗଦେଇ କହିଲେ ଯେ, ଅଞ୍ଚଳର ଅର୍ଥନୈତିକ ପ୍ରଗତି ପଛରେ ବୟନ ଶିଳ୍ପର ବଡ ଭୂମିକା ରହିଛି। ଜିଲାର ସମବାୟ ସମିତି ଓ ସମିତି ବାହାରେ ବୁଣାକାରମାନେ ବାର୍ଷିକ ୧୧୦କୋଟି ଟଙ୍କାର କେବଳ ଶାଢୀ ଉତ୍ପାଦନ କରୁଛନ୍ତି। ମାତ୍ର ମାର୍କେଟିଂ ଷ୍ଟ୍ରାଟେଜି ଦୁର୍ବଳ ରହିଛି। ପ୍ରକୃତ ବୁଣାକାରଙ୍କୁ ସଂଘର୍ଷ କରିବାକୁ ପଡୁଛି। ଲୋକଙ୍କ ପସନ୍ଦ ଓ ନାପସନ୍ଦକୁ ଦୃଷ୍ଟିରେ ରଖି ଉନ୍ନତ ମାନର ଶାଢୀ ଓ ଡ୍ରେସ ମେଟେରିଆଲ ପ୍ରସ୍ତୁତି କରାଯିବା ଆବଶ୍ୟକ। ସେହିପରି ହସ୍ତତନ୍ତର ବିକାଶ ପାଇଁ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ। ନୂତନ ଜ୍ଞାନ କୌଶଳ ଓ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଆୟ ବୃଦ୍ଧି ନ ହେଲେ ଯୁବ ବର୍ଗ ନିଜର କୌଳିକ ବୃତ୍ତି ଠାରୁ ଦୂରେଇ ଯିବେ ବୋଲି ମେହେର କହିଥିଲେ। ଗୌରିଶ୍ୟାମ ପଣ୍ଡା କଥାଚକ୍ରରେ ଅଧ୍ୟକ୍ଷତା କରିଥିଲେ । ପଣ୍ଡା କହିଥିଲେ ଜିଲାରେ ୬ହଜାର ପାଖାପାଖି ବୁଣାକାର ପରିବାର ଅଛନ୍ତି। ପରିବାର ଗୁଡିକର ସଦସ୍ୟ ସଂଖ୍ୟା ହିସାବକୁ ନେଲେ ୫୦ ହଜାରରୁ ଊର୍ଦ୍ଧ୍ୱ। ବୁଣାକାରଙ୍କ କାର୍ଯ୍ୟକାରୀ ସଂଘ ଓ ତନ୍ତୁବାୟ ସହଯୋଗ ସମିତି ଅଛି। ହେଲେ ଏହା ଠିକଣା ଢଙ୍ଗରେ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ବୁଣାକାରଙ୍କୁ ପ୍ରକୃତ ଲାଭ ମିଳୁନି । ଏହି ଶିଳ୍ପର ଉନ୍ନତି ସମ୍ପର୍କରେ ସେ ନିଜର ମତ ଉପସ୍ଥାପନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri