Posted inଖେଳ

ଇଂଲଣ୍ଡ ୨୭୧/୮

ଲଣ୍ଡନ, ୧୩|୯-ସ୍ଥାନୀୟ କେନିଙ୍ଗଟନ୍‌ ଓଭାଲଠାରେ ୫ମ ଆଶେସ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଇଂଲଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଜୋସ୍‌ ବଟଲର (୬୪*) ଏବଂ ଅଧିନାୟକ ଜୋ ରୁଟ୍‌(୫୭)ଙ୍କ ଅର୍ଦ୍ଧ ଶତକ ସହାୟତାରେ ପ୍ରଥମ ଦିନ ଖେଳ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୮ ଉଇକେଟ ବିନିମୟରେ ୨୭୧ରନ କରିଛି। ଅନ୍ୟତମ ବ୍ୟାଟ୍ସମ୍ୟାନ ରୋରି ବନର୍‌ସ ୪୭ ରନ କରିଥିବାବେଳେ ଜନି ବେୟାରଷ୍ଟୋ (୨୨) ଏବଂ ବେନ୍‌ ଷ୍ଟୋକ୍ସ (୨୦) ଶୀଘ୍ର ପ୍ୟାଭିଲିୟନ ଫେରିଛନ୍ତି। ବଟଲରଙ୍କ ସହିତ ଜ୍ୟାକ୍‌ ଲିଚ୍‌ ୧୦ ରନ କରି ଅପରାଜିତ ଅଛନ୍ତି। ଭ୍ରମଣକାରୀ ଦଳ ପକ୍ଷରୁ ସଫଳ ବୋଲର ମିଚେଲ ମାର୍ଶ ୪ ଏବଂ ପ୍ୟାଟ୍‌ କୁମିନ୍ସ ଓ ଜୋଶ ହାଜ୍‌ଲେଉଡ ୨ଟି ଲେଖାଏଁ ଉଇକେଟ ନେଇଛନ୍ତି। ୨୦୦୧ ପରେ ଇଂଲଣ୍ଡରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌। ଅନ୍ୟପକ୍ଷରେ ନିକଟରେ ବିଶ୍ୱକପ୍‌ ଜିତିଥିବା ଇଂଲଣ୍ଡ ସିରିଜକୁ ୨-୨ରେ ବରାବର ଭାବେ ଶେଷ କରିବା ଯୋଜନାରେ ରହିଛି। ଫର୍ମ ଫେରିପାଇବା ଲାଗି ସଂଘର୍ଷ ଚଳାଇଥିବା ଘରୋଇ ଦଳର ଅଧିନାୟକ ରୁଟ୍‌ ତାଙ୍କ ପୂର୍ବ ୫ଟି ଇନିଂସରେ ୩ ଥର ବିନା କୌଣସି ରନରେ ଆଉଟ ହୋଇଥିଲେ। ଗତ ଇନିଂସରେ ମାତ୍ର ୫ରନ କରିଥିଲେ। ଗୁରୁବାର ଏଠାରେ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ସେ ୩ ଥର ଜୀବନଦାନ ପାଇଥିଲେ। ସେ ୨୪ ରନ କରି ଖେଳୁଥିବାବେଳେ ପ୍ୟାଟ କୁମିନ୍ସଙ୍କ ଏକ ବଲ୍‌ ତାଙ୍କ ବ୍ୟାଟ୍‌ ଧାରରେ ବାଜି ଡିପ୍‌ ଫାଇନ୍‌ଲେଗ୍‌ ଅଞ୍ଚଳକୁ ଚାଲିଯାଇଥିଲା। ସେଠାରେ ପିଟର ସିଡଲ ଏକ ସହଜ କ୍ୟାଚ ହାତଛଡ଼ା କରିଥିଲେ। କୁମିନ୍ସଙ୍କ ପରବର୍ତ୍ତୀ ଓଭରରେ ରୁଟ୍‌ ପୁଣି ଏକ ବିପଦରୁ ବର୍ତ୍ତିଯାଇଥିଲେ। ପ୍ରଥମ ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା ଡେଭିଡ୍‌ ଓ୍ବାର୍ନରଙ୍କ ସାମ୍ନାରେ ଉଇକେଟକିପର ପେନ୍‌ ଗୋଟିଏ ହାତରେ କ୍ୟାଚ ଧରିବା ଲାଗି ଉଦ୍ୟମ କରି ବିଫଳ ହୋଇଥିଲେ। ମଧ୍ୟାହ୍ନଭୋଜନର ଅଳ୍ପ ସମୟ ପରେ ଇଂଲଣ୍ଡ ଅଧିନାୟକ ଆଉ ଏକ ଜୀବନଦାନ ପାଇଥିଲେ। ସିଡଲଙ୍କ ବୋଲିଂରେ ଷ୍ଟିଭ୍‌ ସ୍ମିଥ୍‌ ଦ୍ୱିତୀୟ ସ୍ଲିପ୍‌ରେ ଡାଇଭ ମାରି ଏକ କ୍ୟାଚ ଧରିବାକୁ ଉଦ୍ୟମ କରି ଫେଲ୍‌ ହୋଇଥିଲେ। ତେବେ ଜୋସ୍‌ ହାଜଲେଉଡ୍‌ଙ୍କ ବଲ୍‌ରେ ରୁଟ୍‌ ଏକ ସ୍କ୍ବୋୟାର ଡ୍ରାଇଭ୍‌ ଖେଳି ସହ ୧୫୮ତମ ଇନିଂସରେ ୭,୦୦୦ ଟେଷ୍ଟ ରନ ପୂରଣ କରିଥିଲେ। କମ୍‌ ଇନିଂସ ଖେଳି ଏହି ସଫଳତା ହାସଲ କରିବାରେ ସେ ଦେଶର ତୃତୀୟ ଖେଳାଳି। ଏହି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ବ୍ୟାଟ୍ସମ୍ୟାନ ଟ୍ରାଭିସ୍‌ ହେଡ୍‌ ଏବଂ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ସ୍ଥାନରେ ଅଲରାଉଣ୍ଡର ମାର୍ଶ ଏବଂ ସିମର ସିଡଲଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ଦଳରେ କାନ୍ଧରେ ଯନ୍ତ୍ରଣା ଯୋଗୁ ବେନ୍‌ ଷ୍ଟୋକ୍ସ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଖେଳୁଛନ୍ତି। ଜାସନ ରୟ ଏବଂ କ୍ରେଗ୍‌ ଓଭରଟନଙ୍କ ସ୍ଥାନରେ କ୍ରିସ୍‌ ଓକ୍ସ ଏବଂ ଅଲରାଉଣ୍ଡର ସାମ୍‌ କୁରାନଙ୍କୁ ସାମିଲ କରାଯାଇଛି।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୭୧/୮ (ଜୋ ରୁଟ୍‌-୫୭, ରୋରି ବନର୍‌ସ-୪୭, ଜୋସ୍‌ ବଟଲର-୬୪*, ମିଚେଲ ମାର୍ଶ-୪/୩୫, ପ୍ୟାଟ୍‌ କୁମିନ୍ସ-୨/୭୩, ଜୋସ୍‌ ହାଜ୍‌ଲେଉଡ୍‌-୨/୭୬, )।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri