Posted inରାଜ୍ୟ

ଆହୁରି ୨୪ ଘଣ୍ଟା ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର, ୨୮ା୫(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଗୁଳୁଗୁଳି ଯୋଗୁ ଘର ଭିତରେ ବି ରହି ହେଉନି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ ହେଉଛନ୍ତି। ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ନିଆଁ ବର୍ଷିବ ଓ ସାରା ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ କଲବଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ୯ ଜିଲା ପାଇଁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏସବୁ ଜିଲାରେ ଭୟଙ୍କର ତାତି ସହ ଝାଞ୍ଜିମାଡ଼ ହେବ। ଏହାପରେ ତାତିରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।
ତେବେ ସୋମବାର ସୋନପୁର ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଏଠାରେ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିଭଳି ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୫ ସହରର ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲା। ସମ୍ବଲପୁର ୪୪.୭, ଟିଟିଲାଗଡ଼ ୪୪.୬, ତାଳଚେର ୪୪.୩, ଝାରସୁଗୁଡ଼ା ୪୪, ବଲାଙ୍ଗୀର ୪୩.୭, ହୀରାକୁଦ ୪୩.୬, ମାଲକାନଗିରି ୪୩.୨, ଭବାନୀପଟଣା ୪୩, ଅନୁଗୋଳ ୪୨.୭, ସୁନ୍ଦରଗଡ଼ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଅସହ୍ୟ ସ୍ଥିତି ଲାଗି ରହିଛି। ଯଦିଓ ଏଠାରେ ତାପମାତ୍ରା ଅଧିକ ରହୁନି, ତଥାପି ପ୍ରବଳ ଝାଞ୍ଜି ପବନ ଏଠାରେ ଯାତାୟାତରେ ବ୍ୟାଘାତ ସୃଷ୍ଟି କରୁଛି। ସକାଳ ୯ଟା ହେଲେ ବାହାରକୁ ବାହାରିବାକୁ ଡର ଲାଗୁଛି। ଅପରାହ୍ନ ପର୍ଯ୍ୟନ୍ତ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ସୋମବାର ଭୁବନେଶ୍ୱରରେ ତାପମାତ୍ରା ୩୮.୨ ରହିଥିବାବେଳେ କଟକରେ ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି।
ସେପଟେ ରାତିରେ କାଳବୈଶାଖୀ ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ହେଉଥିବାରୁ ଏହି ସମୟରେ ଲୋକେ ଭୟ ଓ ଆଶଙ୍କାରେ ବାହାରକୁ ଯାଉଛନ୍ତି। ମଙ୍ଗଳବାର ମଧ୍ୟ ରାଜ୍ୟର କିଛି କିଛି ଅଞ୍ଚଳରେ କାଳବୈଶାଖୀ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ ଆଦି ଜିଲାରେ କାଳବୈଶାଖୀ ହେବ। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି। ସେହିପରି ଉପକୂଳ ଓଡ଼ିଶାର ବାକି ଜିଲା ସହ କନ୍ଧମାଳ, ଅନୁଗୋଳ, ସୁନ୍ଦରଗଡ଼, ଦେବଗଡ଼ ଓ ବୌଦ୍ଧ ଜିଲାରେ ବଜ୍ରପାତ ହେବ। ଅନ୍ୟପଟେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗତପୁରରେ ବଢ଼ୁଛି ଏଡିଶ୍‌ ମଶା ବଂଶ: ଡେଙ୍ଗୁ ଆଶଙ୍କା

କଟକ ଅଫିସ,୨୨ା୪: କରୋନା ସଂକ୍ରମଣର ଭୟ ନ କମୁଣୁ କଟକ ଜିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ଡେଙ୍ଗୁ ରୋଗ। ବୁଧବାର ଜଗତପୁର ଓ ଏହାର...

ବିପଦ ସୃଷ୍ଟି ନ କରୁ ଶିଳ୍ପ ବର୍ଜ୍ୟ: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ): ଶିଳ୍ପ ସଂସ୍ଥାଗୁଡ଼ିକରୁ ନିର୍ଗତ କଠିନ ବର୍ଜ୍ୟବସ୍ତୁ ଯେପରି ପୃଥିବୀକୁ ପ୍ରଦୂଷିତ ନ କରିବ ଏହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।...

ଆରପାରିରେ ରାଜ୍ୟପାଳଙ୍କ ଧର୍ମପତ୍ନୀ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ତ୍ରୀ ସୁଶୀଳା ଦେବୀଙ୍କ ପରଲୋକ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ରାଜ୍ୟପାଳ...

ନନ୍ଦନକାନନରେ ନାଲି ମହାବଳ ଶାବକର ମୃତ୍ୟୁ

ବାରଙ୍ଗ,୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ୧୦ ମାସର ନାଲି ମହାବଳ ଶାବକର ମୃତ୍ୟୁ ଘଟିଛି। ଧଳା ବାଘୁଣୀ ବିଜୟାର ଅଣ୍ଡିରା ଶାବକ ବଂଶୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫଳରେ...

ଥାନା ଆଗରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ବାସୁଦେବପୁର,୧ା୫: ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକ ଜିଲା ଅରଣ୍ଡୁଆ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ତାରାମଣି ବିଶ୍ୱାଳ ବାସୁଦେବପୁର ଥାନା ସମ୍ମୁଖରେ ଦେହରେ କିରୋସିନ...

ଓଡ଼ିଶାରେ ଯୁବ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ସାରା ବିଶ୍ୱରେ ୬୦ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ କରୋନା ଅଧିକ ସଂକ୍ରମିତ ହେଉଛି। କିନ୍ତୁ ଓଡ଼ିଶାରେ ମାତ୍ର ୮% ଅର୍ଥାତ ୪ଜଣ ଆକ୍ରାନ୍ତ...

ଜଳୁଛି ୩୦ ସଂରକ୍ଷିତ ଜଙ୍ଗଲ

ବାରିପଦା ଅଫିସ,୫।୩: ପ୍ରକୃତିର ରାଣୀ ସୁବଜ ସୁନ୍ଦର ଅଭୟାରଣ୍ୟ ଶିମିଳିପାଳ ଏବେ ସର୍ବଗ୍ରାସୀ ନିଆଁରେ କ୍ଷତବିକ୍ଷତ। ମନୁଷ୍ୟକୃତ ଅଗ୍ନିକାଣ୍ଡ ପାଇଁ ଶୁଷ୍କ ଜୈବମଣ୍ଡଳ ଉତ୍ତପ୍ତ ହୋଇଉଠିଛି।...

୪ ଦିନିଆ ଓଡ଼ିଶା ଗସ୍ତରେ ଫ୍ରାନ୍ସ ରାଷ୍ଟ୍ରଦୂତ

ଭୁବନେଶ୍ୱର, ୫ା୩(ବ୍ୟୁରୋ):ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ମି. ଇମାନୁଏଲ୍‌ ଲେନାଇନ୍‌ଙ୍କ ସହ ଏକ ପ୍ରତିନିଧି ଦଳ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ା ଗସ୍ତର...

Advertisement
Archives

Model This Week