Posted inଖେଳ

ଆହୁରି ଭଲ ଖେଳିବା ଲକ୍ଷ୍ୟରେ ରହିଛି: ନାଗାଲ

ନ୍ୟୁୟର୍କ,୨୮।୮- ଗ୍ରାଣ୍ଡସ୍ଲାମ ଡେବ୍ୟୁ ମ୍ୟାଚ୍‌ ମୋ ପାଇଁ ବିଶେଷ ଅଭିଜ୍ଞତା ଆଣିଦେଇଛି। ଟେନିସର ଭଗବାନ କୁହାଯାଉଥିବା ରୋଜର ଫେଡରରଙ୍କ ବିପକ୍ଷରେ ଗ୍ରାଣ୍ଡସ୍ଳାମ ପଦାର୍ପଣ କରିବାର ଓ ପ୍ରଥମ ସେଟ୍‌ ବିଜୟୀ ହେବା ମୋ ପାଇଁ ଅବିଶ୍ୱସନୀୟ ଥିଲା ବୋଲି ସୁମିତ ନାଗାଲ କହିଛନ୍ତି। ଆଗକୁ ଆହୁରି ଭଲ ଖେଳିବା ଲକ୍ଷ୍ୟରେ ରହିଛି। କେବଳ ବିଶ୍ୱର ଟପ୍‌ ୮୦ କିମ୍ବା ୯୦ ମଧ୍ୟରେ ସାମିଲ ହୋଇ ସନ୍ତୁଷ୍ଟ ହେବି ନାହିଁ ବୋଲି ସେ କହିଛନ୍ତି। ଭାରତ କେବଳ କ୍ରିକେଟ ଭଲ ଖେଳେ ବୋଲି ଲୋକେ କୁହନ୍ତି। କିନ୍ତୁ ଟେନିସ୍‌ରେ ମଧ୍ୟ ଭାରତ ଆଗରେ ରହିଛି ବୋଲି ଲୋକେ କହିବା ମୁଁ ଚାହୁଛି। ଫେଡରରଙ୍କୁ ପ୍ରଥମ ସେଟ୍‌ରେ ହରାଇ ନାଗାଲ ପୁଣି ଥରେ ଭାରତରେ ଟେନିସ୍‌କୁ ନେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ପୂର୍ବତନ ଅଲିମ୍ପିକ ସ୍ବର୍ଣ୍ଣପଦକ ବିଜେତା ତଥା ଅଭିଜ୍ଞ ଶୁଟର ଅଭିନବ ବିନ୍ଦ୍ରା, ଅଭିଜ୍ଞ ଟେନିସ ଖେଳାଳି ସୋମଦେବ ଦେବବର୍ମନ ପ୍ରଶଂସା କରିଛନ୍ତି। ୟୁଏସ୍‌ ଓପନ ଟେନିସ ମଧ୍ୟ ନାଗାଲଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛି। ଜିତିବା କିମ୍ବା ହାରିବା ବଡ଼ କଥା ନୁହଁ। ତେବେ ଗୋଟିଏ ଭଲ ଅଭିଜ୍ଞତା ହାସଲ କରିଛି। ଷ୍ଟାଡିୟମରେ ଦର୍ଶକଙ୍କ ସମର୍ଥନ ଚମତ୍କାର ଥିଲା। ‘ଆପୋଲୋ ମିଶନ ୨୦୧୮’ ପ୍ରୋଗ୍ରାମ ପାଇଁ ୨୦୦୭ରେ ନାଗାଲଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଭାରତୀୟ କିମ୍ବଦନ୍ତୀ ଡବଲ୍ସ ଖେଳାଳି ମହେଶ ଭୂପତି। ସେତେବେଳେ ନାଗାଲଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା। ଭିଏତ୍‌ନାମର ନାମ ହୋଆଙ୍ଗ୍‌ ଲି ସହ ସାଥି ହୋଇ ନାଗାଲ ୨୦୧୫ ଓ୍ବିମ୍ବେଲଡ଼ନ ବାଳକ ଡବଲ୍ସ ଟାଇଟଲ ହାସଲ କରିଥିଲେ ଓ ସେ ଷଷ୍ଠ ଭାରତୀୟ ଖେଳାଳିଭାବେ ଜୁନିୟର ଗ୍ରାଣ୍ଡସ୍ଲାମ ଟ୍ରଫି ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri