ଆସିଲେନି ବନବିଭାଗ କର୍ମଚାରୀ,ଘରେ ପଶିଥିବା ଅହିରାଜକୁ ମାରିଦେଲେ ଲୋକେ

ରଣପୁର,୨୫।୧୦(ସ୍ବ.ପ୍ର.) : ବର୍ଷା ସମୟରେ ଘରେ ପଶିଗଲା ଅହିରାଜ। ଭୟଭୀତ ହୋଇଗଲେ ପରିବାର ସଦସ୍ୟ। ସ୍ନେକ୍‌ ହେଲ୍‌ପଲାଇନ ସଦସ୍ୟଙ୍କୁ ଫୋନ କରାଗଲେ ମଧ୍ୟ ମିଳିଲାନି ସହଯୋଗ। ଗୋପାଳପୁର ଫରେଷ୍ଟରଙ୍କୁ ଫୋନ କରିବାରୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଛି। ବନବିଭାଗର କର୍ମଚାରୀଙ୍କୁ ଡାକି ୫ଘଣ୍ଟା ଅପେକ୍ଷା କରିବା ପରେ ନ ଆସିବାରୁ ସିଡ୍ୟୁଲ ୧ମାନ୍ୟତା ପ୍ରାପ୍ତ ଅହିରାଜକୁ ଲୋକେ ବାଧ୍ୟହୋଇ ମାରିଦେଲେ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ରଣପୁର ବ୍ଲକ ଅଞ୍ଚଳରେ। ରଣପୁରରେ ବନବିଭାଗ ପକ୍ଷରୁ ଅହିରାଜ ସଚେତନତାର ବାର୍ତ୍ତା ଦେବା ପାଇଁ ବହୁ ଅର୍ଥ ବ୍ୟୟରେ ସୂଚନାଫଳକ ତିଆରି ହୋଇଛି। ସାପକୁ ନ ମାରିବା ପାଇଁ ଅନୁରୋଧ କରାଯାଇଛି। ବନବିଭାଗର ସହଯୋଗ ନେବା ପାଇଁ ଉଲ୍ଲେଖ ରହିଛି। କିନ୍ତୁ ଏଠାରେ ବନବିଭାଗ ଅସହଯୋଗ କରିବାରୁ ଲୋକେ ଜୀବନ ପ୍ରତି ବିପଦ ଆଶଙ୍କାରେ ଅହିରାଜକୁ ମାରି ଦେଇଛନ୍ତି। ଫଳରେ ରଣପୁରରେ ଅହିରାଜ ସଚେତନତା ବାଟବଣା ହୋଇଥିବା ଅଭିଯୋଗ ହେଉଛି।
ବନଖଣ୍ଡ ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ପଞ୍ଚାୟତର ରାଇପଡା ଗଁା ମୁଣ୍ଡରେ ଚିରଞ୍ଜୀବୀ ପ୍ରଧାନଙ୍କ ଘର। ପରିବାର ପ୍ରତିପୋଷଣ ପାଇଁ ଚିରଞ୍ଜୀବୀ ରାଜ୍ୟ ବାହାରେ କାର୍ଯ୍ୟ କରୁଛନ୍ତି । ଘରେ ରୁହନ୍ତି ସ୍ତ୍ରୀ, ୮ବର୍ଷର ଝିଅ ଓ ୭୦ ବର୍ଷୀୟ ବୃଦ୍ଧା ମା’ । ଏପରିସ୍ଥଳେ ମଙ୍ଗଳବାର ଠାରୁ ବର୍ଷା ଆରମ୍ଭ ହୋଇଥିବାବେଳେ ରାତି ପ୍ରାୟ ୮ଟାରେ ତାଙ୍କ ଘର ଭିତରକୁ ୧୨ ଫୁଟ ଲମ୍ବର ଏକ ଅହିରାଜ ପଶି ଆସିଥିଲା । ପରିବାର ଲୋକେ ଭୟଭୀତ ହୋଇ ଗଁାଲୋକଙ୍କୁ ଡାକିଥିଲେ । ପାଟି ଶୁଣି ଆଜବେଷ୍ଟସ ଓରାରେ ସାପ ଗୁଡେଇ ହୋଇ ରହିଲା । ଘଟଣା ସମ୍ପର୍କରେ ରାତ୍ର ୯ଟାରେ ସ୍ନେକ ହେଲ୍‌ପଲାଇନ ଓ ରଣପୁର ବନବିଭାଗ କାର୍ଯ୍ୟାଳୟକୁ ଅବଗତ କରାଗଲା । ବନବିଭାଗର କର୍ମଚାରୀ ଆସିଲେ ନାହିଁ । ଗୋପାଳପୁର ଫରେଷ୍ଟରଙ୍କୁ ଫୋନ କରିବାରୁ ସେ ଦୁର୍ବ୍ୟବହାର କରିଥିବା ପରିବାର ସଦସ୍ୟ ଓ ଗଁାଲୋକ ଅଭିଯୋଗ କରିଛନ୍ତି। ସାପ ଧରିବା ଆମ କାର୍ଯ୍ୟ ନୁହେଁ ବୋଲି କହି ଫୋନ କାଟି ଦେଲେ । ସ୍ନେକ୍‌ ହେଲ୍‌ପ ଲାଇନ ସଦସ୍ୟ ତଥା ସାପଧରାଳି ଅଜୟ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ବନ ବିଭାଗର ସହଯୋଗ ନ ମିଳିବାରୁ ସେ ମଧ୍ୟ ଆସିପାରିଲେନି । ବାଧ୍ୟ ହୋଇ ଲୋକେ ରାତି ପ୍ରାୟ ଗୋଟାଏରେ ସାପକୁ ପିଟି ମାରିଦେଇଥିଲେ। ଏନେଇ ସାପ ଧରାଳି ଅଜୟ କୁହନ୍ତି ବନବିଭାଗ ଗାଡି ଯୋଗାଇଦେଇଥିଲେ ସେ ଯାଇ ସାପ ଧରିଥାନ୍ତେ । ବର୍ଷା ଯୋଗୁ ସେ ଗଁାକୁ ଯିବା ସମ୍ଭବ ନ ଥିଲା । ରଣପୁର ରେଞ୍ଜର ଶରତ ଚନ୍ଦ୍ର ଶତପଥୀ କୁହନ୍ତି, ମୁଁ ମଙ୍ଗଳବାର ଅନୁପସ୍ଥିତ ଥିଲି । ଜଙ୍ଗଲରେ ପାଟ୍ରୋଲିଂ କରୁଥିଲି । ଗୋପାଳପୁର ଫରେଷ୍ଟର ବିଚିତ୍ର ବେହେରା କୁହନ୍ତି, ପ୍ରବଳ ବର୍ଷା ହେଉଥିଲା । ଯିବା ସମ୍ଭବ ନ ଥିଲା । ପ୍ରକାଶଥାଉ କି ରଣପୁର ବନ ବିଭାଗ ପକ୍ଷରୁ ରାଇପଡା ଜଙ୍ଗଲର ଗୋପାଳପୁର-ଚାନ୍ଦପୁର ରାସ୍ତାର ରାଇପଡା ବିଟ୍‌ ନିକଟରେ ଅହିରାଜ ଉବାଚ ନାମରେ ସଚେତନତା ଫଳକ ନିର୍ମାଣ କରାଯାଇଛି। ସାପର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଚାଲିଛି । ହେଲେ ସିଡ୍ୟୁଲ ୧ ଅହିରାଜକୁ ବନବିଭାଗ ସୁରକ୍ଷା ଯୋଗାଇ ଦେଉ ନ ଥିବାରୁ ସାପ ବଂଶ ଲୋପ ପାଇବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri