ଆସିଲା ମୌସୁମୀ, ଘାରିଲା ଜଳବନ୍ଦୀ ଚିନ୍ତା: କଣ୍ଟ ପୂରିଲା, କାମ ସରିଲାନି

ଭୁବନେଶ୍ୱର, ୨୨ା୬(ବ୍ୟୁରୋ): ବର୍ଷରେ ଥରେ ଡ୍ରେନ ସଫା କରିବାକୁ ମନେପଡ଼େ। ପ୍ରତ୍ୟେକ ବର୍ଷ ମୌସୁମୀ ଆସିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଡ୍ରେନେଜ୍‌ ବିଭାଗୀୟ ଅଧିକାରୀମାନେ ମୁଖ୍ୟ ଡ୍ରେନ ଓ ସବ୍‌ଡ୍ରେନକୁ ସଫା କରିବାକୁ ମନ ବଳାନ୍ତି। ତାହା ବି ଅନ୍ୟ ବର୍ଷଗୁଡ଼ିକ ପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସରେନାହିଁ। ଫଳରେ ପ୍ରତ୍ୟେକ ବର୍ଷ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳେ। ଚଳିତବର୍ଷ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବ ବୋଲି ଏବେଠୁ ଜଣାପଡ଼ିଲାଣି। କାରଣ ଚଳିତ ମୌସୁମୀର ପ୍ରଥମ ବର୍ଷା ହୋଇସାରିଥିବାବେଳେ ଭୁବନେଶ୍ୱରର ୫୬୦ କି.ମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କି.ମିର ମୁଖ୍ୟ ୧୦ଟି ଡ୍ରେନ୍‌ର ସଫେଇ ଏଯାବତ୍‌ ସରିନାହିଁ। ଗତ ୨୦ ତାରିଖ ସୁଦ୍ଧା ସଫେଇ କାମ ସାରିବାକୁ ଠିକା ସଂସ୍ଥାକୁ ଡ୍ରେନେଜ ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସେମାନେ ମନମୁଖି ଭାବେ ସଫେଇ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ୱରର ମୋଟ ୬୭ଟି ଓ୍ବାର୍ଡ ମଧ୍ୟରୁ ମାତ୍ର ୩୦ରୁ ୩୫ଟି ଓ୍ବାର୍ଡରେ ଡ୍ରେନେଜ୍‌ ସଫେଇ ଓ ପଙ୍କ ପୁନରୁଦ୍ଧାର କାର୍ଯ୍ୟ ସରିଛି। ଅନ୍ୟ ୩୦ରୁ ୩୨ଟି ଓ୍ବାର୍ଡରେ କାର୍ଯ୍ୟ ଅଧା ବି ହୋଇନାହିଁ। ୨୨ତାରିଖ ସରିବାକୁ ବସିଲାଣି, କିନ୍ତୁ ପାଣି ନିଷ୍କାସନ ପାଇଁ ଡ୍ରେନେଜଗୁଡ଼ିକୁ ସଫା କରାଯାଇପାରିନାହିଁ।
ଏ ନେଇ ଡ୍ରେନେଜ୍‌ ବିଭାଗୀୟ ଇଞ୍ଜିନିୟର ପ୍ରଦୀପ ଦୂରିଆ କହିଛନ୍ତି, ମୌସୁମୀ ପୂର୍ବରୁ କାମ ସାରିବାକୁ ବିଏମ୍‌ସି ପକ୍ଷରୁ ସବୁ ଚେଷ୍ଟା କରାଯାଇଛି। ଏବେ ମଧ୍ୟ କାର୍ଯ୍ୟ ଜାରି ରହିଛି। ଗଙ୍ଗନଗର, ଭୌମନଗର, ଭୀମଟାଙ୍ଗୀ ପରି ସ୍ଥାନରେ ପିଏମ୍‌ଆର ଏବଂ ରାମକୀ ପକ୍ଷରୁ ଡ୍ରେନେଜ୍‌ ସଫେଇ ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଆଗକୁ ବର୍ଷା ଲାଗି ରହିବ। ଏବେ ବିଏମ୍‌ସି ଏନେଇ କେତେ ତତ୍ପରତା ଦେଖାଉଛି ତାହା ଦେଖିବାକୁ ବାକି ରହିଲା।

ମେ ୨୪ରୁ ଆରମ୍ଭ ହୋଇଥିଲା ସଫେଇ:
ଭୁବନେଶ୍ୱରର ୬୭ଟି ଓ୍ବାର୍ଡରେ ଗତ ୨୨ତାରିଖରୁ ଡ୍ରେନେଜ୍‌ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୫ଜଣ କଣ୍ଟ୍ରାକ୍ଟରଙ୍କ ସହ ୩ଟି ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ଦିଆଯାଇଥିଲା। ବିଏମ୍‌ସିର ବରିଷ୍ଠ ଅଧିକାରୀମାନଙ୍କ ତଦାରଖରେ ଡ୍ରେନେଜ୍‌ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ହେଉଥିଲା। ଏ ନେଇ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଥିଲେ, ଜୁନ୍‌ ୨୦ ସୁଦ୍ଧା ଡ୍ରେନ କାମ ସରିଯିବ। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଘରୋଇ ସଂସ୍ଥାର ମନମାନୀ ଲାଗି ଏବେ ଏହି ସଫେଇ କାର୍ଯ୍ୟରେ ଅହେତୁକ ଅବହେଳା ଓ ବିଳମ୍ବ ଦେଖାଦେଇଛି।
କାର୍ଯ୍ୟରେ ନିୟୋଜିତ ୨୩୦ କର୍ମଚାରୀ, ୧୨ ପୋକ୍‌ଲିନ୍‌ ମେଶିନ
ଭୁବନେଶ୍ୱରର ୬୭ଟି ଓ୍ବାର୍ଡକୁ ୧୦ଟି ମୁଖ୍ୟ ଡ୍ରେନ ସଂଯୋଗ କରୁଛି। ଉକ୍ତ ଡ୍ରେନଗୁଡ଼ିକୁ ଛୋଟ ଛୋଟ ଆଭ୍ୟନ୍ତରୀଣ ଡ୍ରେନ ସଂଯୋଗ କରୁଛି। ମୁଖ୍ୟ ଡ୍ରେନଗୁଡ଼ିକ ଶେଷରେ ଯାଇ ଗଙ୍ଗୁଆ ନାଳ ଏବଂ ସେଠାରୁ ଦୟା ନଦୀରେ ମିଶୁଛି। ମୁଖ୍ୟ ଡ୍ରେନର ଲମ୍ବ ୬୦ କିମି ହୋଇଥିବାବେଳେ ଆଭ୍ୟନ୍ତରୀଣ ଡ୍ରେନର ଲମ୍ବ ୫୬୦ କିମି। ଗତ ମାସେ ହେବ ଚାଲିଥିବା ଏହି କାର୍ଯ୍ୟରେ ମାତ୍ର ୨୩୦ଜଣ ସଫେଇ କର୍ମଚାରୀ ଏବଂ ୧୨ଟି ପୋକଲିନ୍‌ ମେଶିିନ୍‌ ନିୟୋଜିତ ହୋଇଛନ୍ତି। ଆବଶ୍ୟକଠାରୁ କମ୍‌ ସମୟ ମିଳୁଥିବାରୁ ସଫେଇ କାର୍ଯ୍ୟ ବିଳମ୍ବ ଘଟୁଥିବା ଘରୋଇ ସଂସ୍ଥା କର୍ମଚାରୀ ପ୍ରକାଶ କରିଛନ୍ତି।

ନିଷ୍କାସନ ହୋଇପାରୁନି ବର୍ଷାଜଳ:

ତାତିରୁ ତ୍ରାହି ମିଳିଛି। ଅସହ୍ୟ ଗୁଳୁଗୁଳି ପରେ ଏବେ ଓଡ଼ିଶା ଛୁଇଁଛି ମୌସୁମୀ। ସମସ୍ତଙ୍କ ମନକୁ ମୌସୁମୀ ବର୍ଷା ଆଶ୍ୱସ୍ଥି କରିଥିବା ବେଳେ ରାଜଧାନୀବାସୀଙ୍କ ପାଇଁ ଦୁର୍ଦ୍ଦଶା ବଢାଇଛି। ରାଜଧାନୀର ଜନପଥ, କଟକ ରୋଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବ ବିହାର ରୋଡରେ ପାଣି ଲହଡ଼ି ମାରିଛି। ଡ୍ରେନରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ରାସ୍ତାକୁ ଉଦ୍‌ବୃତ୍ତ ହୋଇଆସିଛି। ଫଳରେ ଯାତାୟାତରେ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri