ଆସିଲା ବର୍ଷାଋତୁ, ୧୨୦୬ ବିଦ୍ୟାଳୟରୁ ୬୪୮ଟିରେ ନାହିଁ ରୋଷେଇ ଘର

ନୟାଗଡ଼ ଅଫିସ,୨୮।୬- ଗ୍ରୀଷ୍ମଛୁଟି ଅବକାଶରେ ୨ ମାସରୁ ଅଧିକ ଦିନ ବିଦ୍ୟାଳୟ ବନ୍ଦ ହେବା ପରେ ଗତ ଶୁକ୍ରବାର ଠାରୁ ଖୋଲିଛି। ତେବେ ଜିଲାର ଅଧିକାଂଶ ବିଦ୍ୟାଳୟରେ ରୋଷେଇ ଘର ବ୍ୟବସ୍ଥା ନ ଥିବାରୁ ପୂର୍ବରୁ ଯେଉଁଭଳି ଦୟନୀୟ ଭାବେ ରୋଷେଇ କାର୍ଯ୍ୟ ଚାଲୁଥିଲା ସେହିଭଳି କରାଯାଉଛି। ରୋଷେୟାମାନେ କେଉଁଠି ସ୍କୁଲ କାନ୍ଥକୁ ଟିଣ ଆଉଜାଇ ତ ଆଉ କେଉଁଠି ଝାଟିମାଟି କୁଡ଼ିଆ ଭିତରେ ରୋଷେଇ କରୁଛନ୍ତି। ପୁଣି କେଉଁଠି ସ୍କୁଲ ବାରଣ୍ଡାରେ ପ୍ରସ୍ତୁତ କରୁଛନ୍ତି ମଧ୍ୟାହ୍ନଭୋଜନ। ବର୍ଷର ଅନ୍ୟ ସମୟରେ ବାହାରେ ଯେନତେନ ପ୍ରକାରେ ରୋଷେଇ କାର୍ଯ୍ୟ ହେଉଥିବା ବେଳେ ବର୍ଷା ୪ ମାସ ହଇରାଣ ହେବାକୁ ପଡ଼ିଥାଏ। ବର୍ତ୍ତମାନ ବର୍ଷାଋତୁ ଆସିଥିବାରୁ କିପରି ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହେବ, ତାହା ରୋଷେୟାଙ୍କ ଚିନ୍ତାର କାରଣ ହୋଇଛି। ପ୍ରବଳ ବର୍ଷା ହେଲେ ଚୁଲିରେ ପାଣି ପଶି ରୋଷେଇ ବନ୍ଦ ଯୋଗୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନଭୋଜନରେ ବିସ୍କୁଟ ଖାଇବାକୁ ଦେଇ ଚଳାଇଦେବା ଘଟଣା ପୂର୍ବରୁ ଅନେକଥର ଦେଖାଯାଇଛି। ଫଳରେ ଜିଲାରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ବାଟ ହୁଡିଥିବା ନେଇ ଆଲୋଚନା ହେଉଛି। ଏହା ଦ୍ୱାରା ଛାତ୍ରୀଛାତ୍ରମାନେ ସରକାରୀ ବିଦ୍ୟାଳୟ ପ୍ରତି ମୁହଁ ମୋଡ଼ିଦେଇ ଘରୋଇ ବିଦ୍ୟାଳୟମୁହଁା ହେଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି।
ଶିକ୍ଷା କାର୍ଯ୍ୟାଳୟରୁ ମିଳିଥିବା ରିପୋର୍ଟ ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଜିଲାର ୮ଟି ବ୍ଲକରେ ୧୨୦୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୯୦୯୬୯ ଛାତ୍ରୀଛାତ୍ର ପଢୁଛନ୍ତି। ୧୨୦୬ ବିଦ୍ୟାଳୟ ମଧ୍ୟରୁ ୫୫୮ରେ ରୋଷେଇ ଘର ଥିଲାବେଳେ ୬୪୮ଟିରେ ଏହା ନାହିଁ। ରଣପୁର ବ୍ଲକରେ ସର୍ବାଧିକ ୨୩୨ଟି ସ୍କୁଲରୁ ମାତ୍ର ୬୦ଟିରେ ରୋଷେଇ ଘର ଥିଲାବେଳେ ଗଣିଆ ବ୍ଲକରେ ୬୦ଟି ବିଦ୍ୟାଳୟରୁ ୪୨ଟି, ଦଶପଲ୍ଲାରେ ୧୫୨ଟି ବିଦ୍ୟାଳୟରୁ ୯୦ଟି, ଖଣ୍ଡପଡ଼ାରେ ୧୩୨ ବିଦ୍ୟାଳୟରୁ ୫୭ଟି, ଭାପୁରରେ ୧୧୮ଟି ବିଦ୍ୟାଳୟରୁ ୪୨ଟି, ଓଡ଼ଗାଁରେ ୧୮୭ଟି ବିଦ୍ୟାଳୟରୁ ୧୨୧ଟି, ନୂଆଗାଁରେ ୧୫୨ଟି ବିଦ୍ୟାଳୟରୁ ୮୩ ଓ ନୟାଗଡ଼ରେ ୧୭୩ରୁ ୬୩ ବିଦ୍ୟାଳୟରେ ରୋଷେଇ ଘର ବ୍ୟବସ୍ଥା ଅଛି। ଗଣିଆ ବ୍ଳକରେ ୧ଟି, ରଣପୁର ବ୍ଲକରେ ୨୭, ଓଡ଼ଗାଁ ବ୍ଳକରେ ୩, ନୂଆଗାଁ ବ୍ଲକରେ ୪ ଓ ନୟାଗଡ଼ ବ୍ଲକରେ ୫ ଏହିପରି ୪୦ ବିଦ୍ୟାଳୟର ରୋଷେଇ ଘର କାର୍ଯ୍ୟ ସରିଥିବାବେଳେ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୫୫୮ ରୋଷେଇ ଘର ମଧ୍ୟରୁ ୪୫ ରୋଷେଇ ଘର ନଷ୍ଟ ହୋଇଯାଇଥିବା ବେଳେ ସେଥିରେ ଯେନତେନ ପ୍ରକାରେ ରୋଷେଇ କରାଯାଉଛି। ସେହିଭଳି ୫୧ଟି ରୋଷେଇ ଘରର କାର୍ଯ୍ୟ ବର୍ତ୍ତମାନ ଚାଲୁରହିଛି। ସୂଚନାଯୋଗ୍ୟ, ପୂର୍ବରୁ ରୋଷେଇ ଘର ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ୬୦ ହଜାର ଟଙ୍କା ଆସୁଥିବାରୁ ସେତେବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଶିକ୍ଷକମାନେ ଏ ଦିଗ ପ୍ରତି ଧ୍ୟାନ ନ ଦେବାରୁ ଅଧିକାଂଶ ବିଦ୍ୟାଳୟରେ ରୋଷେଇ ଘର ପାଇଁ ଆସିଥିବା ଟଙ୍କା ଫେରିଯାଇଥିବା ଜଣାପଡ଼ିଛି। ଫଳରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି। ବିଦ୍ୟାଳୟରେ ରୋଷେଇ ଗୃହ ନ ଥିବା ନେଇ ବିଭାଗକୁ ପ୍ରତିବର୍ଷ ରିପୋର୍ଟ ଦିଆଯାଉଛି। ପରେ ଅର୍ଥ ମଞ୍ଜୁର ହେଲାପରେ ପର୍ଯ୍ୟାୟକ୍ରମେ ରୋଷେଇ ଘର ତିଆରି ହେଉଥିବା ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri