ଆସିପାରେ ଲକ୍ଷେ କୋଟିର ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ,୧୦।୪: ସରକାର ଆଗାମୀ ଦିନରେ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ନେଇ ସମ୍ଭାବନା ରହିଛି। ଏହି ପ୍ୟାଜେକ ୧ ଲକ୍ଷ କୋଟି ଟଙ୍କାର ହେବା ନେଇ ଅନୁମାନ କରାଯାଇଛି। କରୋନା ଯୋଗୁ ଏବେ ଦେଶର ଶିଳ୍ପ ଜଗତ ସହ କ୍ଷୁଦ୍ର ଶିଳ୍ପ କାରବାର ବନ୍ଦ ରହିଛି। ବିଶେଷ କରି ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପଗୁଡିକୁ ପ୍ରୋତ୍ସାହନ ପ୍ୟାକେଜ ଦେବା ଲାଗି ସରକାର ବିଭିନ୍ନ ଘୋଷଣା କରିବାର ଯୋଜନା ରହିଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ଲୋକମାନଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ସାଧାରଣ ଲୋକଙ୍କ ଲାଗି ଉଦ୍ଦିଷ୍ଟ।
କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ରଶିଳ୍ପଗୁଡିକ ଲାଗି ଏବେ ଯାଏ କୌଣସି ପ୍ୟାକେଜ ଘୋଷଣା କରାଯାଇନାହିଁ। ଏଭଳି ପ୍ରସଙ୍ଗକୁ ସରକାର ଧ୍ୟାନରେ ରଖିଛନ୍ତି। ଦ୍ୱିତୀୟ ପ୍ୟାକେଜରେ ଏମ୍‌ଏସ୍‌ଏମ୍‌ଇକୁ ଫୋକସ କରାଯିବ ବୋଲି ପ୍ରକ୍ରିୟା ସହ ଜଡିତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ରୟଟର୍ସକୁ ସୂଚନା ଦେଇଛନ୍ତି। କରୋନା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପରେ ବଡ କମ୍ପାନୀଗୁଡିକ ଲାଗି ମଧ୍ୟ ସରକାର ବିଭିନ୍ନ ଘୋଷଣା କରିବା ନେଇ ଯୋଜନା ରଖାଯାଇଛି। ୨.୯ ଟ୍ରିଲିୟନ ଡଲାର ବିଶିଷ୍ଟ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏମ୍‌ଏସ୍‌ଏମ୍‌ଇର ଅଂଶ ପ୍ରାୟ ଏକ ଚତୁର୍ଥାଂଶ।
ପ୍ରଭାବିତ ଅର୍ଥ ବ୍ୟବସ୍ଥା ଲାଗି ଶୀଘ୍ର ପ୍ୟାକେଜ ଆଣନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହୋଇ ଆସୁଛି। ଏମ୍‌ଏସ୍‌ଏମ୍‌ଇ ଲାଗି ଆସିବାକୁ ଥିବା ପ୍ୟାକେଜ ମଧ୍ୟରେ ପରିଚାଳନା ପୁଞ୍ଜି ପାଇଁ ବ୍ୟାଙ୍କ ଋଣ ସୀମାରେ ବୃଦ୍ଧି, ଟିକସ କ୍ଷେତ୍ରରେ ରିହାତି ଦେବା ଲାଗି ବିଭିନ୍ନ ପଦକ୍ଷେପ, ଆୟକର ଜମା କ୍ଷେତ୍ରରେ ନିୟମ କୋହଳ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନୀତ ହୋଇଛି। ଏ ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟର ଉତ୍ତର ଲୋଡା ଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ। ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, କ୍ଷୁଦ୍ର ବାଣିଜ୍ୟଗୁଡିକର ଟିକସ ରିଫଣ୍ଡ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଆସିବା ନେଇ ଯୋଜନା ରହିଛି। ଏହା ସହ ଅନ୍ୟ କିଛି ଆଶ୍ୱସ୍ତି ମଧ୍ୟ ସରକାର କ୍ଷୁଦ୍ର ସଂସ୍ଥାଗୁଡିକୁ ପ୍ରଦାନ କରିପାରନ୍ତି ବୋଲି ସେ କହିଛନ୍ତି। ବ୍ୟକ୍ତି ବିଶେଷ ତଥା କ୍ଷୁଦ୍ର ବାଣିଜ୍ୟଗୁଡିକ ଲାଗି ସରକାର ବୁଧବାର ପ୍ରାୟ ୧୮ ହଜାର କୋଟି ଟଙ୍କାର ରିଫଣ୍ଡ ଜାରି କରିବା ଲାଗି ଘୋଷଣା କରିଛନ୍ତି।

ଦୁର୍ଦ୍ଦିନରେ କ୍ଷୁଦ୍ରଶିଳ୍ପ
ଅଲ ଇଣ୍ଡିଆ ମାନୁଫାକଚରର୍ସ ଆସୋସିଏଶନ (ଏଆଇଏମ୍‌ଓ)ର ପୂର୍ବତନ ସଭାପତି କେ.ଇ ରଘୁନାଥନ କହିଛନ୍ତି ଯେ, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସାମଗ୍ରୀ ଯୋଗାଇ ଥିବା କ୍ଷୁଦ୍ର ସଂସ୍ଥାଙ୍କ ଦେୟକୁ ଶୀଘ୍ର ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସରକାରୀ କମ୍ପାନୀଗୁଡିକ କ୍ଷୁଦ୍ର ସଂସ୍ଥାଗୁଡିକର ପ୍ରାୟ ୬୬ ବିଲିୟନ ଡଲାର ବାକି ରଖିଛନ୍ତି। ଏହି ଦେୟ କମ୍ପାନୀଗୁଡିକୁ ଶୀଘ୍ର ପ୍ରଦାନ ନ କରାଗଲେ କାରବାର ପରିଚାଳନାରେ ଅସୁବିଧା ହେବ। କ୍ଷୁଦ୍ର ସଂସ୍ଥାଗୁଡିକ ଏବେ ପରିଚାଳନାରେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ହୁଏତ କମ୍ପାନୀ କାମ ବନ୍ଦ କରିବେ କିମ୍ବା କର୍ମଚାରୀ ଛଟେଇ କରିବା ଭଳି ପଦକ୍ଷେପ ନେଇ ପାରନ୍ତି ବୋଲି ରଘୁନାଥନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri