ଆସାମ ବନ୍ୟା ପୀଡିତଙ୍କୁ ୨ କୋଟି ଟଙ୍କା ଦେଲେ ଅକ୍ଷୟ

ମୁମ୍ବାଇ,୧୮।୭: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡିତ ଓ କାଜିରଙ୍ଗା ନ୍ୟାସନାଲ ପାର୍କର ପୁନରୁଦ୍ଧାର ପାଇଁ ଅକ୍ଷୟ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୧ କୋଟି ହିସାବରେ ୨କୋଟି ଟଙ୍କା ଦାନ ଦେବେ ବୋଲି କହିଛନ୍ତି। ଟୁଇଟ୍‌ କରି ଅକ୍ଷୟ ଏହି ସୂଚନା ଦେବା ସହ ଆସାମର ଏଭଳି ପରିସ୍ଥିତିରେ ଅନ୍ୟମାନେ ମଧ୍ୟ ସହାୟତାର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଆସାମ ବନ୍ୟାରେ ଏବେ ସୁଦ୍ଧା ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଥିବା ବେଳେ ପାଖାପାଖି ୪୬ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୪ହଜାର ୧୭୫ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୯୦ ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଯାଇଛି। କେବଳ ସେତିକି ନୁହେଁ ପ୍ରାୟ ୧୦ ଲକ୍ଷ ଜୀବଜନ୍ତୁ ମଧ୍ୟ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି। କାଜିରଙ୍ଗା ନ୍ୟାଶନାଲ ପାର୍କର ୯୦ପ୍ରତିଶତ ବୁଡି ଯାଇଥିବାରୁ ଏଥିରେ ମଧ୍ୟ ବହୁ ଜୀବଜନ୍ତୁଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ସହାୟତା ଯୋଗାଇବା ଉଚିତ୍‌ ବୋଲି ଅକ୍ଷୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ଘରେ ବିସ୍ଫୋରଣ

ଗୁଆହାଟୀ,୧୫ା୯: ମଣିପୁର ମନ୍ତ୍ରୀ ଖାସିମ୍‌ ବାଶୁମ୍‌ଙ୍କ ଉଖ୍ରୁଲ ଜିଲାର ହାମଲେଇଖୋଙ୍ଗ ଅଞ୍ଚଳରେ ଥିବା ଆବାସିକ କମ୍ପ୍ଲେକ୍ସରେ ବିସ୍ଫୋରଣ ଘଟିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ପ୍ରାଣୀସମ୍ପଦ...

ପୁଣି କୋଲକାତା ହସ୍ପିଟାଲରେ ରୋଗୀ ସମ୍ପର୍କୀୟାଙ୍କୁ…

କୋଲକାତା,୧୫ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଉତ୍ତେଜନା ଥମି ନ ଥିବାବେଳେ ସେଠାର ଅନ୍ୟ ଏକ...

ମହିଳାଙ୍କୁ ଡରାଇ ସହମତିରେ ଯୌନ ସମ୍ପର୍କ ବଳାତ୍କାର: ହାଇକୋର୍ଟ

ପ୍ରୟାଗରାଜ,୧୫ା୯: ମହିଳାଙ୍କୁ ଭୟଭୀତ କରାଇ କିମ୍ବା ତାଙ୍କଠାରେ ଭୁଲ୍‌ ଧାରଣା ଜନ୍ମାଇ ତାଙ୍କ ସହମତିରେ ଯୌନ ସମ୍ପର୍କ ରଖିବା ବଳାତ୍କାର ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ...

ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’

ନୂଆଦିଲ୍ଲୀ,୧୫ା୯: ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ କାର୍ଯ୍ୟକାଳରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ସଂସ୍କାରମୂଳକ...

ଲାଲୁ-ରାବ୍ରିଙ୍କ ମଡେଲ ସାଜିଛନ୍ତି କେଜ୍‌ରିଓ୍ବାଲ, ସ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି କହିଲେ ଏହି ଭାଜପା ନେତା

ନୂଆଦିଲ୍ଲୀ,୧୫ା୯: ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଜେଲ୍‌ରୁ ବାହାରିବା ମାତ୍ରେ ଦେଶର ରାଜନୀତି ତୀବ୍ର ହୋଇଛି। ଦଳୀୟ ମୁଖ୍ୟାଳୟରେ କର୍ମୀମାନଙ୍କୁ...

ପୁଣି ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ: ଶିକ୍ଷାଦୂତଙ୍କୁ ପିଟିପିଟି କଲେ ହତ୍ୟା

ସୁକ୍‌ମାର,୧୫।୯: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ହିଂସା ଲାଗି ରହିଛି। କିଛି ଦିନ ତଳେ ପ୍ରଜାକୋର୍ଟରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଲୋକଙ୍କ ସମ୍ମୁଖରେ ଦୁଇଜଣଙ୍କୁ ହତ୍ୟା...

‘ରାହୁଲ ଗାନ୍ଧୀ ଦେଶର ଏକ ନମ୍ବର ଆତଙ୍କବାଦୀ’, କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୫।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ରବନୀତ ସିଂ ବିଟୁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିଟୁ ବିରୋଧୀ...

ଯେତେ ଶୀଘ୍ର ଇସ୍ତଫା ଦେବେ ସେତେ ଭଲ, କେଜରିଓ୍ବାଲଙ୍କୁ ନେଇ କାହିଁକି ଏମିତି କହିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। କେଜରିୱାଲଙ୍କ ଏହି ଘୋଷଣା ଉପରେ କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri