Posted inଜାତୀୟ

ଆସନ ବଞ୍ଚାଇପାରିଲେ ୧୯୭ ଏମ୍‌ପି

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୪ରେ ନିର୍ବାଚିତ ହୋଇଥିବା ଏମ୍‌ପିଙ୍କ ମଧ୍ୟରୁ ଏଥର ସାଧାରଣ ନିର୍ବାଚନରେ ୧୯୭ ଜଣ ନିଜ ଆସନ ବଞ୍ଚାଇପାରିଛନ୍ତି। ସେମାନଙ୍କ ମଧ୍ୟରେ ୨୭ ମହିଳା ଏମ୍‌ପି ଅଛନ୍ତି। ୭ ପର୍ଯ୍ୟାୟ ଲୋକ ସଭା ନିର୍ବାଚନର ୫୪୨ ଆସନରେ ଭୋଟଗ୍ରହଣ କରାଯାଇଥିଲା। ଫଳାଫଳ ଆସିବା ପରେ ଜଣାପଡ଼ିଛି ଯେ, ସାରା ଦେଶର ୧୪୫ ଭାଜପା ଏମ୍‌ପି ନିଜ ଆସନ ସୁରକ୍ଷିତ ରଖିପାରିଛନ୍ତି। ସେମାନଙ୍କ ମଧ୍ୟରେର କିରେନ୍‌ ରିଜିଜୁ, ନୀତୀନ ଗଡ଼କରୀ, ବାବୁଲ ସୁପ୍ରିୟୋ ଅଛନ୍ତି। ବିହାରରେ ୧୨ ଭାଜପା ଏମ୍‌ପି ନିଜ ଭାଗ୍ୟ ପରୀକ୍ଷାରେ ସଫଳ ହୋଇଛନ୍ତି। କଂଗ୍ରେସର ସୁପାଉଆଲ ଏମ୍‌ପି ପରାଜିତ ହୋଇଛନ୍ତି। ସେହିପରି ପାଟନା ସାହିବରୁ କଂଗ୍ରେସ ଟିକେଟରେ ଲଢ଼ିଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ମଧ୍ୟ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ଜେଡିୟୁର ୨ ଏବଂ ଏଲ୍‌ଜେପିର ୩ ଏମ୍‌ପି ନିଜ ନିଜ ଆସନରେ ଜିତିଥିବାବେଳେ ଆର୍‌ଜେଡିର ୩ ଏମ୍‌ପି ହାରିଯାଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ୫ ଏମ୍‌ପି ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ ଶାସକ ଟିଡିପିର ୯ଏମ୍‌ପିଙ୍କ ମଧ୍ୟରୁ ମାତ୍ର ୨ ଜଣ ନିଜ (ବିଜୟଓ୍ବାଡ଼ା ଓ ଗୁଣ୍ଟୁର) ଆସନ ରକ୍ଷା କରିପାରିଛନ୍ତି। ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି କଡପା ଓ ରାଜାମ୍‌ପେଟ ଆସନରେ ସ୍ଥିତାବସ୍ଥା ବଜାୟ ରଖିଛି। ଆସାମରେ କଂଗ୍ରେସ ଓ ଭାଜପାର ଦୁଇଜଣ ଲେଖାଏ ଏମ୍‌ପି ଥିଲେ। ଭାଜପା ଏମ୍‌ପି ନିଜ ଦୁଇ ଆସନରେ ପୁନର୍ବାର ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ଗୋଟିଏ ଆସନ ହରାଇବାକୁ ପଡ଼ିଛି। ଏଆଇୟୁଡିଏଫ୍‌ ଅଧ୍ୟକ୍ଷ ବଦ୍‌ରୁଦ୍ଦିନ୍‌ ଅଜମଲ ଧୁବ୍ରି ଆସନରେ ଜିତିଛନ୍ତି। ଲାକ୍ଷାଦ୍ୱୀପର ଏନ୍‌ସିପି ଏମ୍‌ପି ମହମ୍ମଦ ଫୈଜାଲ ପିପି ନିଜ ଆସନରେ ଜିତିଛନ୍ତି। ସିପିଆଇଏମ୍‌ ତ୍ରିପୁରାରେ ଦଳୀୟ ୨ ଏମ୍‌ପିଙ୍କୁ ଟିକେଟ ଦେଇଥିଲା। କିନ୍ତୁ ଉଭୟ ଆସନକୁ ଭାଜପା ଛଡ଼ାଇନେଇଛି। ତେଲେଙ୍ଗାନାରେ ଟିଆର୍‌ଏସ୍‌ ୬ ଏମ୍‌ପିଙ୍କୁ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ଦେଇଥିଲେ ହେଁ ସେମାନଙ୍କ ମଧ୍ୟରୁ ୨ ଜଣ ବିଜୟୀ ହୋଇଛନ୍ତି। ୪ ଆସନ ଭାଜପା ହାତକୁ ଯାଇଛି। ସେହିପରି ତାମିଲନାଡ଼ୁରେ ଏଆଇଏଡିଏମ୍‌କେ ତା’ର ୭ ଏମ୍‌ପିଙ୍କ ଉପରେ ଭରସା କରିଥିଲା। ହେଲେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ନିଜ ଆସନ ରକ୍ଷାକରି ପାରିନାହାନ୍ତି। ମୋଦି ହାଓ୍ବା ସତ୍ତ୍ୱେ କନ୍ୟାକୁମାରୀ ଏମ୍‌ପି ନିଜ ଆସନରେ ପୁନଃ ନିର୍ବାଚିତ ହୋଇପାରି ନାହାନ୍ତି। ପଶ୍ଚିମବଙ୍ଗରେ ଟିଏମ୍‌ସି ଯେଉଁ ୨୩ ଏମ୍‌ପିଙ୍କୁ ଟିକେଟ ଦେଇଥିଲା, ସେମାନଙ୍କ ମଧ୍ୟରୁ ମାତ୍ର ୯ ଜଣ ନିଜ ଗଡ଼ରେ ସଫଳ ହୋଇଛନ୍ତି। ଭାଜପା ଆସାନସୋଲ ଆସନରେ ବାବୁଲ ସୁପ୍ରିୟୋଙ୍କୁ ଟିକେଟ ଦେଇଥିବାବେଳେ ସେ ବିଜୟୀ ହୋଇଛନ୍ତି। ଅନୁରୂପ ଭାବେ ରାଜସ୍ଥାନରେ ୧୬ ଏମ୍‌ପିଙ୍କୁ ଭାଜପା ଟିକେଟ ଦେଇଥିଲା, ଯେଉଁମାନେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ମହାରାଷ୍ଟ୍ରରେ ଭାଜପାର ୧୫ ଏମ୍‌ପିଙ୍କ ମଧ୍ୟରୁ ୧୪ ଜିତିଛନ୍ତି। ଶିବସେନାର ସମସ୍ତ ୧୫ ଏମ୍‌ପି ନିଜ ଆସନରେ ସଫଳ ହୋଇଛନ୍ତି। ପଞ୍ଜାବ କଥା ଦେଖିଲେ କଂଗ୍ରେସର ୩ ଏମ୍‌ପି ନିଜ ଆସନରେ ଜିତିଥିବାବେଳେ ଶିରୋମଣି ଅକାଳୀ ଦଳର ୨ ଏମ୍‌ପି ବିଜୟୀ ହୋଇଛନ୍ତି। ଲୋକ ସଭାରେ ଏଏପିରୁ ପ୍ରତିନିଧିତ୍ୱ କରୁଥିବା ଭଗବନ୍ତ ମାନ୍‌ ନିଜ ଆସନରେ ବିଜୟୀ ହୋଇଛନ୍ତି। ଓଡ଼ିଶାରେ ବିଜେଡିର ୪ ଏମ୍‌ପିଙ୍କୁ ଦଳ ଟିକେଟ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ଜିତିଛନ୍ତି। ସୁନ୍ଦରଗଡ଼ ଆସନର ଜୁଏଲ୍‌ ଓରାମ ଭାଜପା ଟିକେଟରେ ଲଢ଼ି ନିଜ ସ୍ଥିତି ବଜାୟ ରଖିଛନ୍ତି। ଶିଲଂର କଂଗ୍ରେସ ଏମ୍‌ପି ଭିନ୍‌ସେଣ୍ଟ ପାଲା ମଧ୍ୟ ନିଜ ଆସନରେ ସଫଳ ହୋଇଛନ୍ତି। ଗୋଆରେ ଭାଜପା ୨ ଏମ୍‌ପିଙ୍କୁ ଟିକେଟ ଦେଇଥିଲା। ଶ୍ରୀପଦ ୟାସୁ ନାଏକ ନର୍ଥ ଗୋଆ ଆସନରେ ଜିତିଥିବାବେଳେ ନରେନ୍ଦ୍ର କେଶବ ସାଓ୍ବିକର ସାଉଥ୍‌ ଗୋଆରେ ହାରି ଯାଇଛନ୍ତି। ଗୁଜରାଟରେ ଭାଜପାର ୧୬ ଏମ୍‌ପି ନିଜ ନିଜ ଆସନରେ ସଫଳତା ହାସଲ କରିଛନ୍ତି। ହରିୟାଣାର ୫ ଭାଜପା ଏମ୍‌ପି ନିଜ ଆସନରେ ଜିତିଥିବାବେଳେ ରୋହତକର କଂଗ୍ରେସ ଏମ୍‌ପି ଦୀପେନ୍ଦ୍ର ସିଂ ହୁଡାଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ହିମାଚଳ ପ୍ରଦେଶର ୪ ଭାଜପା ଏମ୍‌ପିଙ୍କ ମଧ୍ୟରୁ ୨ ଜଣ (ହମିରପୁର ଓ ମଣ୍ଡି) ଜିତିଛନ୍ତି। ଜମ୍ମୁରେ ଭାଜପା ପୁଣିଥରେ ଟିକେଟ ଦେଇଥିବା ଯୁଗଳ କିଶୋର ବିଜୟୀ ହୋଇଛନ୍ତି। ଅନନ୍ତନାଗ ଆସନର ଏମ୍‌ପି ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ନ୍ୟାଶନାଲ୍‌ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଶ୍ରୀନଗର ଆସନରେ ପୁନର୍ବାର ବିଜୟୀ ହୋଇଛନ୍ତି। ଝାଡ଼ଖଣ୍ଡରେ ଭାଜପା ୮ ଏମ୍‌ପିଙ୍କୁ ଟିକେଟ ଦେଇଥିବାବେଳେ ୭ ବିଜୟୀ ହୋଇଛନ୍ତି। ୨ ଜେଏମ୍‌ଏମ୍‌ ଏମ୍‌ପିଙ୍କ ମଧ୍ୟରୁ ଜଣେ ଜିତିଛନ୍ତି। କର୍ନାଟକର ୮ ଭାଜପା ଏମ୍‌ପିଙ୍କ ମଧ୍ୟରୁ ୭ ଜିତିଛନ୍ତି। କଂଗ୍ରେସର ୭ ଏମ୍‌ପି ହାରିଯାଇଛନ୍ତି। ନାଗାଲାଣ୍ଡ, ମଣିପୁର, ସିକିମ, ଛତିଶଗଡ଼, ପୁଡୁଚେରୀ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କୌଣସି ସିଟିଙ୍ଗ୍‌ ଏମ୍‌ପି ନିର୍ବାଚନ ମଇଦାନକୁ ପୁନର୍ବାର ଓହ୍ଲାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri