ଆସନ୍ତା ୫୦ ବର୍ଷ ମଧ୍ୟରେ ଭାରତରେ ଅନୁଭୂତ ହେବ ସାହାରା ମରୁଭୂମି ଭଳି ତାତି: ୧୨୦ କୋଟି ଭାରତୀୟ ହେବେ ପ୍ରଭାବିତ

ଲଣ୍ଡନ/ନୂଆଦିଲ୍ଲୀ,୬।୫: ସାରା ପୃଥିବୀରେ ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଏହାର ପ୍ରଭାବ ଯଦି ଜାରି ରୁହେ, ତେବେ ଆସନ୍ତା ୫୦ ବର୍ଷ ମଧ୍ୟରେ ଭାରତରେ ସାହାରା ମରୁଭୂମି ଭଳି ତାତି ଅନୁଭୂତ ହେବ। ଏହାଦ୍ୱାରା ୧୨୦ କୋଟି ଭାରତୀୟ ପ୍ରଭାବିତ ହେବେ ବୋଲି ବ୍ରିଟେନ୍‌ର ଏକ୍ସଟେର ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱତାପନର ପ୍ରଭାବ ଦ୍ୱାରା ଏଭଳି ସମସ୍ୟା ଦେଖାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଯାହାକି ଗତ ୬ ହଜାର ବର୍ଷ ମଧ୍ୟରେ ପୃଥିବୀରେ ଦେଖାଯାଇ ନ ଥିଲା ବୋଲି ଏଥିରେ ଦର୍ଶାଯାଇଛି। ଏହାଯୋଗୁ ନାଇଜେରିଆର ୪୮ କୋଟି ୫୦ ଲକ୍ଷ ଲୋକ ପ୍ରଭାବିତ ହେବେ। ସେହିପରି ପାକିସ୍ତାନର ୧୮ କୋଟି ୫୦ ଲକ୍ଷ, ଇଣ୍ଡୋନେସିଆର ୧୪ କୋଟି ୬୦ ଲକ୍ଷ, ଏବଂ ସୁଦାନର ୧୦ କୋଟି ୩୦ ଲକ୍ଷ, ନାଇଜରରେ ୧୦ କୋଟି ଜନସାଧାରଣଙ୍କୁ ପ୍ରବଳ ତାତିର ସମ୍ମୁଖୀନ ହେବାକୁ ପଡ଼ିବ। ସେହିପରି ଫିଲିପାଇନ୍ସ୍‌ର ୯ କୋଟି ୯୦ ଲକ୍ଷ, ବାଂଲାଦେଶର ୯ କୋଟି ୮୦ ଲକ୍ଷ, ବୁର୍କିନା ଫାସୋର ୬ କୋଟି ୪୦ ଲକ୍ଷ ଏବଂ ଥାଇଲାଣ୍ଡର ୬ କୋଟି ୨୦ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହେବେ। ଲଣ୍ଡନର ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସେଜ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ମନୁଷ୍ୟ ସର୍ବନିମ୍ନ୍‌ ୬ ଡିଗ୍ରୀରୁ ଆରମ୍ଭ କରି ସର୍ବାଧିକ ୨୮ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରା ଅନୁଭୂତ ହେଉଥିବା ଅଞ୍ଚଳରେ ବସବାସ କରିବାକୁ ବିଶେଷ ଭାବେ ପସନ୍ଦ କରିଥାଏ। ବିଶ୍ୱତାପନ ଯୋଗୁ ପୃଥିବୀର ତାପମାତ୍ରାରେ ହାରାହାରି ୩ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଭାରତରେ ସମ୍ପ୍ରତି ଖରାଦିନେ ହାରାହାରି ତାପମାତ୍ରା ୪୮ ଡିଗ୍ରୀ ରହୁଥିବାବେଳେ ଚଳିତ ଶତାବ୍ଦୀ ଶେଷ ବେଳକୁ ଏହା ବଢ଼ି ୫୫ରୁ ୫୬ ଡିଗ୍ରୀ ହୋଇଯିବ ବୋଲି ଅନୁମାନ କରାଯାଉଛି। ବେଜନିଜେନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ମାର୍ଟେନ୍‌ ଶେଫରଙ୍କ ଅନୁସାରେ ୨୯ ଡିଗ୍ରୀ ତାପମାତ୍ରାରେ ବସବାସ କରିବା ମନୁଷ୍ୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଏପରିସ୍ଥଳେ ହାରାହାରି ୫୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ କିଭଳି ରହିହେବ ତାହା ବେଶ୍‌ ଚିନ୍ତା ଜନକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri