ଆସନ୍ତା ସପ୍ତାହରେ ଇଂଲଣ୍ଡ ଖେଳାଳିଙ୍କ ଟ୍ରେନିଂ: ନିଜ ବଲ୍‌, ପାଣି ବୋତଲ ବ୍ୟବହାର କରିବାକୁ ପରାମର୍ଶ

ଲଣ୍ଡନ,୧୫।୫(ପି.ଟି.): କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଆସନ୍ତା ସପ୍ତାହରେ ଇଂଲଣ୍ଡ କ୍ରିକେଟର ମାନେ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଆଗକୁ ଓ୍ବେଷ୍ଟଇଣ୍ଡିଜ ଓ ପାକିସ୍ତାନ ବିପକ୍ଷ ସିରିଜ ଥିବାରୁ ଟ୍ରେନିଂ ଆରମ୍ଭ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ନିଷ୍ପତ୍ତି ନେଇଛି। ତେବେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନିଂ ବେଳେ ଖେଳାଳିଙ୍କ ପାଇଁ ବିଭିନ୍ନ ନିୟମ ଜାରି କରାଯାଇଛି। ଦିଆଯାଇଥିବା କେତୋଟି ବଲ୍‌ରେ ଖେଳାଳିମାନଙ୍କୁ ଅଭ୍ୟାସ କରିବାକୁ ହେବ। ପୁଣି ବଲ୍‌ ଉପରେ ଖେଳାଳିମାନେ ଲାଳ ଲଗାଇପାରିବେ ନାହିଁ।
କୋଡିଡ୍‌-୧୯ ମହାମାରୀ କାରଣରୁ ଇସିବି ଜୁଲାଇ ପର୍ଯ୍ୟନ୍ତ ସବୁ ପ୍ରକାର କ୍ରିକେଟ କାର୍ଯ୍ୟକଳାପକୁ ବାତିଲ କରିଥିଲା। ଦେବେ ୩୦ ଜଣ ଖେଳାଳି ଅଗାମୀ କେତୋଟି ସିରିଜ ପାଇଁ ଟ୍ରେନିଂ ଆରମ୍ଭ କରିବ ବୋଲି ଇସିବି ଗୁରୁବାର ଘୋଷଣା କରିଛି। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ଟ୍ରେନିଂ ଆୟୋଜନ ହେବ। ସୁପର ମାର୍କେଟକୁ ଯିବା ଅପେକ୍ଷା ପ୍ରାକ୍ଟିସ୍‌କୁ ଯିବା ଶ୍ରେୟସ୍କର ବୋଲି ଇସିବି କ୍ରିକେଟ ନିର୍ଦ୍ଦେଶକ ଆଶଲେ ଜାଇଲ୍ସ କହିଛନ୍ତି। ୧୧ଟି କାଉଣ୍ଟି ଗ୍ରାଉଣ୍ଡରେ ଭିନ୍ନଭିନ୍ନ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ନିଜର ବଲ ବ୍ୟବହାର କରିପାରିବେ ବୋଲି କୁହାଯାଇଛି। ଯେତେ ସମ୍ଭବ ରିସ୍କ କମ୍‌ କରିବାକୁ ଆମେ ପ୍ରୟାସ କରିବୁ। ଗୋଟିଏ ଭେନ୍ୟୁରେ ବ୍ୟକ୍ତିଗତ ଭାବେ ଜଣେ ଖେଳାଳି ଟ୍ରେନିଂ ଜାରି ରଖିପାରିବ। ତେଣେ କୋଚ୍‌ଙ୍କ ସହିତ ୪ରୁ ୫ ବୋଲର ଅଭ୍ୟାସ କରିପାରିବେ। ଦିଆଯାଇଥିବା କେତୋଟି ବଲ୍‌କୁ ଖେଳାଳିମାନେ ବ୍ୟକ୍ତିଗତ ଭାବେ ବ୍ୟବହାର କରିପାରିବେ। ବ୍ୟବହାର କରା ନ ଗଲେ ସେଗୁଡିକୁ କିଟ୍‌ରେ ରଖିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।
ବୁଧବାରଠାରୁ ବୋଲରମାନେ ଜଣକ ପରେ ଜଣେ କୋଚ୍‌ଙ୍କ ସହ ଅଭ୍ୟାସ କରିବେ ଓ ଦୁଇ ସପ୍ତାହ ପରେ ବ୍ୟାଟ୍ସମ୍ୟାନ ନେଟ୍ସରେ ପ୍ରବେଶ କରିବେ। ଖେଳାଳିମାନେ କାରରେ ଆସିବେ ଓ ନିଜ ଦ୍ୱାରା ଚିହ୍ନିତ ପାଣି ବୋତଲ ବ୍ୟବହାର କରିବେ। ହାତକୁ ନିୟମିତ ଅନ୍ତରରେ ସାନିଟାଇଜ୍‌ କରିବେ ଓ ଯଥାଶୀଘ୍ର ପ୍ରସ୍ତାନ କରିବେ। କୋଚ୍‌ ଓ ଫିଜିଓଙ୍କ ତତ୍ତ୍ୱାବଧାନରେ ଖେଳାଳିଙ୍କ ତାପମାନର ଯାଞ୍ଚ୍‌ କରାଯିବ। ୨ ମିଟର ଦୂରତା କୋଚ୍‌ ଓ ଖେଳାଳିମାନେ ବଜାୟ ରଖିବେ। ତେବେ ଫିଜିଓ ଗୋଟିଏ ପିପିଇ କିଟ୍‌ ବ୍ୟବହାର କରିବେ। ନେଟ୍ସରେ ବ୍ୟାଟ୍ସମ୍ୟାନ ବଲକୁ ହାତରେ ଧରିବେ ନାହିଁ ଓ ଗୋଡରେ କୋଚ୍‌ଙ୍କୁ ବଲ୍‌ ଫେରାଇବେ ଜାଇଲ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri