ଆସନ୍ତା ସପ୍ତାହରେ ଇଂଲଣ୍ଡ ଖେଳାଳିଙ୍କ ଟ୍ରେନିଂ: ନିଜ ବଲ୍‌, ପାଣି ବୋତଲ ବ୍ୟବହାର କରିବାକୁ ପରାମର୍ଶ

ଲଣ୍ଡନ,୧୫।୫(ପି.ଟି.): କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଆସନ୍ତା ସପ୍ତାହରେ ଇଂଲଣ୍ଡ କ୍ରିକେଟର ମାନେ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଆଗକୁ ଓ୍ବେଷ୍ଟଇଣ୍ଡିଜ ଓ ପାକିସ୍ତାନ ବିପକ୍ଷ ସିରିଜ ଥିବାରୁ ଟ୍ରେନିଂ ଆରମ୍ଭ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ନିଷ୍ପତ୍ତି ନେଇଛି। ତେବେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନିଂ ବେଳେ ଖେଳାଳିଙ୍କ ପାଇଁ ବିଭିନ୍ନ ନିୟମ ଜାରି କରାଯାଇଛି। ଦିଆଯାଇଥିବା କେତୋଟି ବଲ୍‌ରେ ଖେଳାଳିମାନଙ୍କୁ ଅଭ୍ୟାସ କରିବାକୁ ହେବ। ପୁଣି ବଲ୍‌ ଉପରେ ଖେଳାଳିମାନେ ଲାଳ ଲଗାଇପାରିବେ ନାହିଁ।
କୋଡିଡ୍‌-୧୯ ମହାମାରୀ କାରଣରୁ ଇସିବି ଜୁଲାଇ ପର୍ଯ୍ୟନ୍ତ ସବୁ ପ୍ରକାର କ୍ରିକେଟ କାର୍ଯ୍ୟକଳାପକୁ ବାତିଲ କରିଥିଲା। ଦେବେ ୩୦ ଜଣ ଖେଳାଳି ଅଗାମୀ କେତୋଟି ସିରିଜ ପାଇଁ ଟ୍ରେନିଂ ଆରମ୍ଭ କରିବ ବୋଲି ଇସିବି ଗୁରୁବାର ଘୋଷଣା କରିଛି। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ଟ୍ରେନିଂ ଆୟୋଜନ ହେବ। ସୁପର ମାର୍କେଟକୁ ଯିବା ଅପେକ୍ଷା ପ୍ରାକ୍ଟିସ୍‌କୁ ଯିବା ଶ୍ରେୟସ୍କର ବୋଲି ଇସିବି କ୍ରିକେଟ ନିର୍ଦ୍ଦେଶକ ଆଶଲେ ଜାଇଲ୍ସ କହିଛନ୍ତି। ୧୧ଟି କାଉଣ୍ଟି ଗ୍ରାଉଣ୍ଡରେ ଭିନ୍ନଭିନ୍ନ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ନିଜର ବଲ ବ୍ୟବହାର କରିପାରିବେ ବୋଲି କୁହାଯାଇଛି। ଯେତେ ସମ୍ଭବ ରିସ୍କ କମ୍‌ କରିବାକୁ ଆମେ ପ୍ରୟାସ କରିବୁ। ଗୋଟିଏ ଭେନ୍ୟୁରେ ବ୍ୟକ୍ତିଗତ ଭାବେ ଜଣେ ଖେଳାଳି ଟ୍ରେନିଂ ଜାରି ରଖିପାରିବ। ତେଣେ କୋଚ୍‌ଙ୍କ ସହିତ ୪ରୁ ୫ ବୋଲର ଅଭ୍ୟାସ କରିପାରିବେ। ଦିଆଯାଇଥିବା କେତୋଟି ବଲ୍‌କୁ ଖେଳାଳିମାନେ ବ୍ୟକ୍ତିଗତ ଭାବେ ବ୍ୟବହାର କରିପାରିବେ। ବ୍ୟବହାର କରା ନ ଗଲେ ସେଗୁଡିକୁ କିଟ୍‌ରେ ରଖିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।
ବୁଧବାରଠାରୁ ବୋଲରମାନେ ଜଣକ ପରେ ଜଣେ କୋଚ୍‌ଙ୍କ ସହ ଅଭ୍ୟାସ କରିବେ ଓ ଦୁଇ ସପ୍ତାହ ପରେ ବ୍ୟାଟ୍ସମ୍ୟାନ ନେଟ୍ସରେ ପ୍ରବେଶ କରିବେ। ଖେଳାଳିମାନେ କାରରେ ଆସିବେ ଓ ନିଜ ଦ୍ୱାରା ଚିହ୍ନିତ ପାଣି ବୋତଲ ବ୍ୟବହାର କରିବେ। ହାତକୁ ନିୟମିତ ଅନ୍ତରରେ ସାନିଟାଇଜ୍‌ କରିବେ ଓ ଯଥାଶୀଘ୍ର ପ୍ରସ୍ତାନ କରିବେ। କୋଚ୍‌ ଓ ଫିଜିଓଙ୍କ ତତ୍ତ୍ୱାବଧାନରେ ଖେଳାଳିଙ୍କ ତାପମାନର ଯାଞ୍ଚ୍‌ କରାଯିବ। ୨ ମିଟର ଦୂରତା କୋଚ୍‌ ଓ ଖେଳାଳିମାନେ ବଜାୟ ରଖିବେ। ତେବେ ଫିଜିଓ ଗୋଟିଏ ପିପିଇ କିଟ୍‌ ବ୍ୟବହାର କରିବେ। ନେଟ୍ସରେ ବ୍ୟାଟ୍ସମ୍ୟାନ ବଲକୁ ହାତରେ ଧରିବେ ନାହିଁ ଓ ଗୋଡରେ କୋଚ୍‌ଙ୍କୁ ବଲ୍‌ ଫେରାଇବେ ଜାଇଲ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

୨ January ୨୦୨୬ Rashifal: ଆଜି ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର, ଖାସ୍ ହେବ..

ଆଜି ପୌଷ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ଏବଂ ଶୁକ୍ରବାର। ଚତୁର୍ଦ୍ଦଶୀ ତିଥି ଆଜି ସନ୍ଧ୍ୟା ୬ଟା୫୪ ପର୍ଯ୍ୟନ୍ତ ରହିବ। ଆଜି ଶୁକ୍ଳ ଯୋଗ ଅପରାହ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri