ଆଶ୍ରମ ସ୍କୁଲରୁ ଉଦ୍ଧାର ୬୨ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ମ୍ୟାଲେରିଆ, ଜଣ୍ଡିସ୍‌ରେ ୩ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୧୩ା୭ – ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ଗଡପଳାଶୁଣି ପଞ୍ଚାୟତର ଇରିଙ୍ଗାଝରଣଠାରେ ବେଆଇନ ଭାବେ ଚାଲିଥିବା ଶ୍ରୀଶ୍ରୀ ଲକ୍ଷ୍ମୀ ନାରାୟଣ ଗୁରୁକୁଳ ଆଶ୍ରମ ସ୍କୁଲରୁ ଗୁରୁବାର ଜିଲା ପ୍ରଶାସନ ୬୨ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲା। ସେମାନଙ୍କ ମଧ୍ୟରେ ୧୭ ଜଣ ଛାତ୍ରୀ ଓ ୪୫ ଛାତ୍ର ରହିଛନ୍ତି। ଛାତ୍ରୀମାନଙ୍କୁ ସହରସ୍ଥିତ କାଠଗଡାଠାରେ ଥିବା ଓପନ ସେଲଟର ହୋମ ଓ ଛାତ୍ରମାନଙ୍କୁ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ଶିଶୁ ଗୃହରେ ରଖାଯାଇଛି ା ଶୁକ୍ରବାର ପୂର୍ବାହ୍ନରେ ସମସ୍ତ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦୁଇ ଜଣ ମ୍ୟାଲେରିଆ ଓ ଜଣେ ଜଣ୍ଡିସରେ ଆକ୍ରାନ୍ତ ଥିବା ଜଣାପଡିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ଅନୁଗୋଳ ଜିଲାରୁ ଜଣେ ଓ ଢେଙ୍କାନାଳ ଜିଲାର ବିଭିନ୍ନ ଅଞ୍ଚଳରୁ ୬ ଜଣ, କେନ୍ଦୁଝରର ୨ ଜଣ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଅଭିଭାବକଙ୍କ ଜିମା ଦିଆଯାଇଛି। ଜିଲାପାଳ ଭୂମେଶଚନ୍ଦ୍ର ବେହେରା ଶିଶୁ ଗୃହ ଓ ଓପନ ସେଲଟରକୁ ଯାଇ ଉଦ୍ଧାର ଛାତ୍ରୀଛାତ୍ରଙ୍କ ସହ ବ୍ୟକ୍ତିଗତ ଭାବେ କଥାହୋଇଥିଲେ। ଆଶ୍ରମ ସ୍କୁଲରେ ରହିଥିବା ସମସ୍ୟା ସମ୍ପର୍କରେ ସେମାନେ ଜିଲାପାଳଙ୍କ ଆଗରେ କହିଥିବା ଜଣାପଡିଛି । ସ୍ବାସ୍ଥ୍ୟ ପରୀକ୍ଷାବେଳେ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରତାପ କୁମାର ଆଚାର୍ଯ୍ୟ, ସଭ୍ୟ ନିରଞ୍ଜନ ମିଶ୍ର ଓ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ସମ୍ପାଦକ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଧାର ପରେ ସମସ୍ତ ଶିଶୁଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନୂତନ ପୋଷାକ ପ୍ରଦାନ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଁଦିଆରୁ ଆରମ୍ଭ ହେଲା ଗ୍ରୀନ କରିଡର

ଢେଙ୍କାନାଳ ଅଫିସ, ୭।୭ – ହାତୀ ଉପଦ୍ରୁତ ଢେଙ୍କାନାଳରେ ହସ୍ତୀଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇଛି ‘ଗ୍ରୀନ କରିଡ଼ର’। ୭୦ତମ ବନ ମହୋତ୍ସବ ଅବସରରେ ଶନିବାର...

ବାପୁଜୀ ସେକେଣ୍ଡାରୀ ସ୍କୁଲରେ ପିଲାଙ୍କ ଭବିଷ୍ୟତ ସହ ଖେଳ: ଆଡମିଶନ ହୋଇଥି୍ଲା, ଫର୍ମ ଫିଲ୍‌ଅପ୍‌ ନୋହିଲା

ପରଜଙ୍ଗ, ୧୮।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗଡ଼ପଳାଶୁଣୀସ୍ଥିତ ବାପୁଜୀ ସେକେଣ୍ଡାରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଘାଘରାମୁଣ୍ଡା...

ଶୁଭ୍ରାଙ୍କୁ କୋଲକାତାରେ ମାରାଥନ ଜେରା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ୧୭ ହଜାର ୫୦୦ କୋଟିର ଚିଟ୍‌ଫଣ୍ଡ ଠକେଇ ମାମଲାରେ ରୋଜ୍‌ଭ୍ୟାଲି ଗ୍ରୁପ୍‌ର ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଶୁକ୍ରବାର ସିବିଆଇ...

ଉଲ୍ଲଂଘନକାରୀଙ୍କୁ ସାବାଡ୍‌ କର: ଡିଜିପି

ଢେଙ୍କାନାଳ ଅଫିସ୍‌, ୧।୪: ଢେଙ୍କାନାଳ ଜିଲା ପୋଲିସ କାର୍ଯ୍ୟାଳୟରେ ମଙ୍ଗଳବାର ଲକ୍‌ଡାଉନ୍‌ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ। ତାଲାବନ୍ଦ ନେଇ...

ଭୁବନ ଏନ୍‌ଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ

ଭୁବନ,୩୧।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ପକ୍ଷରୁ ଶନିବାର ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଭୋର ୫ଟାରେ ପ୍ରଭାତ ଫେରି କରାଯାଇଥିବା ବେଳେ ପୂର୍ବାହ୍ନ...

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନ, ୯ା୩ (ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ରବି ଗୁରୁ ରବିବାର ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିବାବେଳେ ଗ୍ରାମ...

ସମ୍ମାନିତ ହେଲେ କରୋନା ଯୋଦ୍ଧା

କାମାକ୍ଷାନଗର, ୧୧।୫(ଡି.ଏନ.ଏ.) କାମାକ୍ଷାନଗରର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫର୍‌ ସ୍ମାଇଲ’ ପକ୍ଷରୁ ରବିବାର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ସଙ୍କଟ ସମୟରେ ସ୍ବାସ୍ଥ୍ୟ ବିଭାଗ,...

ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର

ଖମାର,୨୦ା୧- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ପଞ୍ଚାୟତ କୋଚିଆବେଡା ସଂରକ୍ଷିତ ଜଙ୍ଗଲରୁ ବୁଧବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମହିଳାମାନେ ଜାଳେଣି...

BGU
Play 250+ Trending Games
Archives

Model This Week

Why Dharitri