Posted inଖେଳ

ଆଶେସ ଚତୁର୍ଥ ଟେଷ୍ଟ: ବନର୍‌ସ, ରୁଟ୍‌ଙ୍କ ଅର୍ଦ୍ଧଶତକ

ମାଞ୍ଚେଷ୍ଟର,୭।୯- ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ୨୧୧ ରନର ଦ୍ୱିଶତକୀୟ ପାଳି ସହ ୧୨୬ ଓଭରରେ ୮ ଉଇକେଟ ହରାଇ ୪୯୭ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଶୁକ୍ରବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୭୪ ଓଭରରେ ୫ ଉଇକେଟ ହରାଇ ୨୦୦ ରନ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ୫ ଉଇକେଟ ହାତରେ ରଖି ଏବେ ୨୯୭ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଇନ୍‌ଫର୍ମ ବେନ୍‌ ଷ୍ଟୋକ୍ସ ୭ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ୨ ରନ କରି ଅପରାଜିତ ରହିଛନ୍ତି।
୨୫ ରନରେ ୨ ଉଇକେଟ ହରାଇ ଇଂଲଣ୍ଡ ଆରମ୍ଭରୁ ଝଟ୍‌କା ଖାଇଥିଲା। ଓପନର ଜୋ ଡେନଲି ୪ ରନ କରି ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ ଶର୍ଟ ଲେଗ୍‌ରେ ମାଥ୍ୟୁ ଓ୍ବେଡଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ନାଇଟ୍‌ ଓ୍ବାଚ୍‌ମ୍ୟାନ୍‌ ଭାବେ ବ୍ୟାଟିଂ କରିବାକୁ ଆସିଥିବା କ୍ରେଗ୍‌ ଓଭରଟନ ୫ ରନ କରିଥିବା ବେଳେ ଦ୍ୱିତୀୟ ସ୍ଲିପ୍‌ରେ ସ୍ମିଥ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଓପନର ରୋରି ବନର୍‌ସ ୮୧ ଓ ଅଧିନାୟକ ଜୋ ରୁଟ ୭୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୪୧ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଶେଷରେ ଜାସନ ରୟ ୨୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଓଭରଟନଙ୍କ ସମେତ ବନର୍‌ସ, ରୁଟ ଓ ରୟ ଜୋଶ ହାଜେଲଉଡଙ୍କ ଶିକାର ହୋଇଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ହାଜେଲଉଡ ୪ ଓ ପ୍ୟାଟ କୁମିନ୍ସ ଗୋଟିଏ ଉଇକେଟ ହାସଲ କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୩/୧ରୁ ଇଂଲଣ୍ଡ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ସ୍କୋର ୧୫ରୁ ଖେଳ ଆରମ୍ଭ କରି ବନର୍‌ସ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ୩ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୨ ରନ ଅଧିକ ସଂଗ୍ରହ କରି ଓଭରଟନ ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଦିବସରେ ମଧ୍ୟ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା ଓ ଓଦା ଗ୍ରାଉଣ୍ଡ ଯୋଗୁ ଖେଳ ଆରମ୍ଭରେ ବିଳମ୍ବ ହୋଇଥିଲା। ଲଞ୍ଚ୍‌ ପର୍ଯ୍ୟନ୍ତ ଖେଳ ସମ୍ଭବପର ହୋଇ ନ ଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୨୬ ଓଭରରେ ୪୯୭/୮ ଇନିଂସ ଘୋଷଣା
(ଷ୍ଟିଭ୍‌ ସ୍ମିଥ୍‌- ୨୧୧, ମାର୍ନସ ଲାବୁସ୍କାନ- ୬୭, ଟିମ୍‌ ପେନ- ୫୮, ଷ୍ଟୁଆର୍ଟ ବ୍ରଡ- ୩/୯୭, ଜ୍ୟାକ ଲିଚ୍‌- ୨/୮୩, କ୍ରୋଗ ଓଭରଟନ- ୨/ ୮୫)।
ଇଂଲଣ୍ଡ ପ୍ରଥମ ଇନିଂସ- ୭୪ ଓଭରରେ ୨୦୦/୫
(ରୋରି ବନର୍‌ସ- ୮୧, ଜୋ ରୁଟ- ୭୧, ଜୋଶ ହାଜେଲଉଡ- ୪/୪୮, ପ୍ୟାଟ୍‌ କୁମିନ୍ସ- ୧/୩୭ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ବାଂଲାଦେଶ ଟି-୨୦ ବିଶ୍ୱକପ ଦଳରେ ଖେଳିବେ ମୁସ୍ତାଫିଜୁର! ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୫।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଆସନ୍ତା ମାସରେ ହେବାକୁ ଥିବା T20 ବିଶ୍ୱକପ ପାଇଁ ଲିଟନ ଦାସଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଦଳ...

ପଞ୍ଚମ ଆଶେସ୍‌ ଟେଷ୍ଟ: ପ୍ରଥମ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨୧୧/ ୩

ସିଡ୍‌ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍‌ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଜୋ...

ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର: କୋମାରୁ ବାହାରିଲେ ମାର୍ଟିନ

ସିଡ୍‌ନୀ,୪ା୧: ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଟେଷ୍ଟ ଲିଜେଣ୍ଡ ଡାମିଏନ ମାର୍ଟିନ କୋମାରୁ ବାହାରି ଆସିଛନ୍ତି। ଏ ନେଇ ସିଡ୍‌ନୀ ମର୍ନିଂ...

”ଆମକୁ ଲଜ୍ଜା ଲାଗିବା କଥା…”, ISL ବିବାଦକୁ ନେଇ ଅଭିନେତା ଜନ୍ ଅବ୍ରାହାମ୍‌ଙ୍କ ଉଦବେଗ

ମୁମ୍ବାଇ,୪।୧: ଗମ୍ଭୀର ସଙ୍କଟ ଦେଇ ଗତି କରୁଛି ଭାରତୀୟ ଫୁଟବଲ। ଇଣ୍ଡିଆନ୍ ସୁପର ଲିଗ୍ (ISL)କୁ ନେଇ ଦିନକୁ ଦିନ ଦ୍ଵନ୍ଦ ବଢ଼ିବାରେ ଲାଗିଛି। ଚାଲିଥିବା...

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ଭାରତ: ପ୍ରଧାନମନ୍ତ୍ରୀ ଦେଲେ ଅପଡେଟ

ନୂଆଦିଲ୍ଲୀ,୪।୧: ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏନେଇ ନିଜେ ଅପଡେଟ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର...

T20 World Cup: ଭାରତ ଆସିବନି ବାଂଲାଦେଶ କ୍ରିକେଟ ଟିମ୍, ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ ଖେଳିବା ନେଇ ଆଗ୍ରହ

ନୂଆଦିଲ୍ଲୀ,୪।୧: BCCI ନିର୍ଦ୍ଦେଶରେ ମିସ୍ତାଫିଜୁରଙ୍କୁ କେକେଆରରୁ ବାଦ୍ ଦେବା ପରେ ପାଲଟା ପଦକ୍ଷେପ । T-୨୦ ବିଶ୍ବକପ୍ ଖେଳିବାକୁ ଭାରତ ଆସିବନି ବୋଲି କହିଲା ବାଂଲାଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri