ଆଶାକର୍ମୀଙ୍କୁ ଘରେ ବାନ୍ଧିବା ଘଟଣାପ୍ରତିବାଦରେ ସିଡିଏମ୍‌ଓଙ୍କ ଅଫିସ୍‌ ଘେରାଉ

ବାଲେଶ୍ୱର ଅଫିସ,୨୭।୭- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଜୁଆରୀ ପଞ୍ଚାୟତ ଅନ୍ତର୍ଗତ ଆଳୁମେଦା ଗ୍ରାମର ଆଶାକର୍ମୀଙ୍କୁ ଘରେ ବାନ୍ଧି ରାତିସାରା ଅଟକ ରଖିବା ଏବଂ ତାଙ୍କୁ ନିର୍ଯାତନା ଦେବା ଅଭିଯୋଗକୁ  ଥାନାଧିକାରୀ ଅବହେଳା କରିବା ପ୍ରତିବାଦରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ବାଲେଶ୍ୱର ଶାଖା ପକ୍ଷରୁ ଶନିବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା. ଦୁଲାଳସେନକ ଅଫିସ୍‌ ଘେରାଉ କରିଥିଲେ। ୨୪ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ପାଇବା ପରେ ଆଶା କର୍ମୀମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିବାର ସଂଘର ସମ୍ପାଦକ ଶକୁନ୍ତଳା ଗୋଚ୍ଛାୟତ ପ୍ରକାଶ କରିଛନ୍ତି।
ଜୁଆରୀ ଗ୍ରାମର ଶୁକଦେବ ୨୨ତାରିଖରେ ପୁରୁଷ ବନ୍ଧ୍ୟାକରଣ ପାଇଁ ସ୍ଥାନୀୟ ଆଶାକର୍ମୀ ଭଗବତୀଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ବନ୍ଧ୍ୟାକରଣ ପରେ ଶୁକଦେବଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି ହେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ଏହାକୁ ବେଖାତିର୍‌ କରି ସେ ମୋଟରସାଇକେଲ ଯୋଗେ ଘରକୁ ଫେରିଥିଲେ। ଫଳରେ ତାଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇଥିଲା। ପରିବାର ଲୋକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ୩ଦିନ ପରେ ଅର୍ଥାତ୍‌ ଗତ ୨୪ତାରିଖ ସନ୍ଧ୍ୟାରେ ଆଶାକର୍ମୀ ଭଗବତୀ ତାଙ୍କୁ ଘରକୁ ଛାଡ଼ିବାକୁ ଯାଇଥିଲେ। ହଠାତ୍‌ ଶୁକଦେବଙ୍କ ୩ ଭାଇ, ବାପା ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ଘରେ ଦଉଡିରେ ବାନ୍ଧି ମାଡ଼ ମାରିଥିଲେ। ସେ ନିରୁପାୟ ହୋଇ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବା ବେଳେ ଗତ ୨୫ତାରିଖ ପୂର୍ବାହ୍ନରେ ତାଙ୍କର ସ୍ବାମୀ ବାସୁଦେବ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲେ। କରିବା ସହ ଆଶାକର୍ମୀମାନଙ୍କୁ ଆଇନ୍‌ ଅନୁସାରେ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜଗଦେବ କହନ୍ତି, ଆଶାକର୍ମୀଙ୍କ ପ୍ରତି ଏଭଳି ବ୍ୟବହାର ଦୁର୍ଭାଗ୍ୟଜନକ। ଅଭିଯୋଗ ପାଇ ସିଂଲା ଥାନାଧିକାରୀଙ୍କ ସହ କଥା ହୋଇ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ। ଆଶାକର୍ମୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଳ ହେଲା ଦୃଢ଼ ଆତ୍ମବିଶ୍ୱାସ

ଯାଜପୁର ଅଫିସ,୧ା୩:ଯାଜପୁର ଜିଲାରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ସଫଳତା ବିଜେଡି ଶିବିରକୁ ଦୋହଲାଇ ଦେଇଥିଲା। ଏଥିରେ ଭାଜପା ନେତା ଓ...

ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପାଚେରି ଭାଙ୍ଗିଲେ ଦୁର୍ବୃତ୍ତ

ବାଲୁଗାଁ,୧୨।୨(ଡି.ଏନ୍‌.ଏ.): ବାଲୁଗାଁ ଚିଲିକାକୂଳ ନିକଟ ମତ୍ସ୍ୟ ଓ ଜୀବ ପ୍ରଯୁକ୍ତି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପାଚେରିକୁ ବୁଧବାର ବିଳମ୍ବିତ ରାତିିରେ କେହି ଦୁର୍ବୃତ୍ତ ଜେସିବି ମେଶିନ ଦ୍ୱାରା...

କାର୍ଯ୍ୟରତ କନଷ୍ଟେବଳଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ,୧୧।୧-ବାଲେଶ୍ୱର ରିଜର୍ଭ ପୋଲିସରେ କାର୍ଯ୍ୟ କରୁଥିବା କନଷ୍ଟେବଳ ଶଶିକାନ୍ତ ପାଣିଗ୍ରାହୀ (୫୨) ଶନିବାର ଅପରାହ୍ନରେ ଡ୍ୟୁଟିରେ ଥିବାବେଳେ ହଠାତ୍‌ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତ୍ୟୁରେ...

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ; ୧୭୪ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ରାଉରକେଲାର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ...

ଏ ବର୍ଷ ବି ହେବନି ପ୍ରସିଦ୍ଧ ଚଡକ ମେଳା

ବାଲେଶ୍ୱର ଅଫିସ,୨୧।୩: ଚଳିତ ବର୍ଷ ବି ହେବନି ବାଲେଶ୍ୱରର ପ୍ରସିଦ୍ଧ ଚଡକ ମେଳା। କୋଭିଡ୍‌ କଟକଣା ପାଇଁ ଏଥର ଚଡକ ମେଳା ବନ୍ଦ କରିବାକୁ ନିଷ୍ପତ୍ତି...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ,୩୧ା୧୨ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ଜଗତ୍‌ସିଂହପୁର-୨ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।...

ବରିଷ୍ଠ କଂଗ୍ରେସ ନେତା ଧନୁର୍ଦ୍ଧର ଆୟଚଙ୍କ ପରଲୋକ: ଶୋକ ପ୍ରକାଶ କଲେ ଜୟଦେବ ଯେନା

ହାଟଡିହୀ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଶଙ୍ଖଣା ଗ୍ରାମର ବରିଷ୍ଠ କଂଗ୍ରେସ ନେତା ଧନୁର୍ଦ୍ଧର ଆୟଚ(୬୬)ଙ୍କର ଗୁରୁୁୁବାର ଅପରାହ୍ନରେ ପରଲୋକ ଘଟିଛି। କିଛିଦିନଧରି ସେ...

୩ ଦିନ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ବନ୍ଦ

ଭଦ୍ରକ ଅଫିସ,୨୯।୧୨: ଶ୍ରଦ୍ଧାଳୁଙ୍କ ପାଇଁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ୩ ଦିନ ବନ୍ଦ ରହିବ। ଏ ନେଇ ମନ୍ଦିର ଓ ପୀଠ ପରିସରରେ ପ୍ରଶାସନ ପକ୍ଷରୁ...

Advertisement
Archives

Model This Week