Posted inରାଜ୍ୟ

ଆଳତୁମା ରଜ ମହୋତ୍ସବ: ହରାଇନି ମହକ, କମିନି ଚମକ

କାମାକ୍ଷାନଗର, ୧୪।୬ – ସରିଛି ସଜବାଜ। ଶୁକ୍ରବାର ପହିଲି ରଜ। ଏହାକୁ ନେଇ ସବୁଠି ଉତ୍ସାହର ମାହୋଲ। ଆମ୍ବତୋଟାରେ ସରିଲାଣି ଦୋଳିବନ୍ଧା। ଖୋଲିଲାଣି ରଜପାନ ଦୋକାନ। ପିଠାପଣା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଘରେ ଘରେ ଲାଗିଲାଣି ବନ୍ଧୁବାନ୍ଧବଙ୍କ ଭିଡ଼। ୧୧ତମ ବାର୍ଷିକ ରଜ ମହୋତ୍ସବ ପାଇଁ ଏଭଳି ମାହୋଲ ଦେଖିବାକୁ ମିଳିଛି କାମାକ୍ଷାନଗର ବ୍ଲକ ଆଳତୁମାରେ। ଆଧୁନିକତାର ଭିଡ଼ ଭିତରେ ଆଳତୁମା ରଜ ମହୋତ୍ସବ ମହକ ହରାଇନି କି ଏହାର ଚମକ ମଧ୍ୟ କମିନି।
ରଜ ମହୋତ୍ସବ କେବଳ ଗ୍ରାମାଞ୍ଚଳରେ ସୀମିତ ହୋଇ ରହିନାହିଁ। ଏହାର ପରିସର ଏବେ ବ୍ୟାପିଲାଣି ସହରକୁ। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ମଲ୍‌ ସର୍ବୋପରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ରଜ ମହୋତ୍ସବ ଭଳି ପରମ୍ପରା ବଞ୍ଚାଇ ରଖିବାକୁ ପ୍ରୋତ୍ସାହିତ କରାଯାଉଛି। ଏସବୁ ସତ୍ତ୍ୱେ ରଜ ଆସିଲେ ମନେ ପଡ଼େ ଗଁା। ଗହଳିଆ ଆମ୍ବତୋଟାରେ ସାଙ୍ଗସାଥୀଙ୍କ ମେଳରେ ଦୋଳି ଖେଳିବା, ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟ ଏକାଠି ହେବା ପାଇଁ ଅବସର ଆଣିଦିଏ ରଜ। ଏଭଳି ନିଆରା ପରମ୍ପରା ଆଜି ବି ବଞ୍ଚତ୍ଛି ଆଳତୁମାରେ।
ଓଡ଼ିଆ ଘରର ପରମ୍ପରାକୁ ସୁଦୂରପ୍ରସାରୀ କରାଇବାକୁ ଏଠାରେ ଦୀର୍ଘ ୧୧ବର୍ଷ ହେଲା ପାଳିତ ହୋଇଆସୁଛି ରଜ ମହୋତ୍ସବ। ବାର୍ଷିକ ରଜ ମହୋତ୍ସବ କମିଟି ଏହାକୁ ଆୟୋଜନ କରୁଥିବାବେଳେ ୩ଦିନ ଧରି ଜାକଜମକର ସହ ପାଳିତ ହୁଏ ମହୋତ୍ସବ। ଏଥିସହ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ନୃତ୍ୟ, ସଙ୍ଗୀତ, ପୁଚି, ରଙ୍ଗୋଲି, ପୋଡ଼ପିଠା ପ୍ରତିଯୋଗିତା ହୁଏ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଞ୍ଚଳିକ କଳାକାରମାନେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଥାନ୍ତି। ସେହିପରି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ନିମନ୍ତ୍ରିତ ହୋଇ ଆସିଥାନ୍ତି ରାଜ୍ୟର ପ୍ରତିଷ୍ଠିତ କଳାକାର।
ଏ ନେଇ ବାର୍ଷିକ ରଜ ମହୋତ୍ସବ କମିଟି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା କୁହନ୍ତି, ଜିଲାର ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ ହେଉଛି। ହେଲେ ଆଳତୁମା ରଜପର୍ବର ଆକର୍ଷଣ ନିଆରା। ଏଠାରେ ପରମ୍ପରାକୁ ସମ୍ମାନ ଜଣାଇ ସମସ୍ତଙ୍କ ସହଯୋଗରେ ମହୋତ୍ସବ ପାଳିତ ହୋଇଥାଏ। ଗତଦିନ ଅପେକ୍ଷା ଏହାର କଳେବର ବଢ଼ିଛି। ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ବହୁତ କଷ୍ଟ କରିବାକୁ ପଡୁଛି। ତଥାପି ଏହା ସମସ୍ତଙ୍କୁ ଭାଇଚାରାରେ ବାନ୍ଧି ରଖିଛି। ଏବେ ୪ଟି ଦୋଳି ବନ୍ଧାଯାଉଛି।

(ସୁଧୀର କୁମାର ପରିଡ଼ା)


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri