ଆଲୁମିନିୟମ ପାର୍କ କ୍ଷତିଗ୍ରସ୍ତଙ୍କ ଜରୁରୀ ବୈଠକ : ଗ୍ରହଣ କରିବେ ଆନ୍ଦୋଳନାତ୍ମକ ପନ୍ଥା

ବଅଁରପାଳ, ୨୭।୬ (ଡି.ଏନ୍‌.ଏ.) – ଆଲୁମିନିୟମ ପାର୍କ ପାଇଁ ଅଧିଗ୍ରହଣ କରାଯାଇଥିବା ଗୋଚର ଜମି ବଦଳରେ ଇଡ୍‌କୋ କର୍ତ୍ତୃପକ୍ଷ ଏଯାଏ ଅନ୍ୟତ୍ର ଜମି ଦେବାକୁ ପଦକ୍ଷେପ ନେଇ ନ ଥିବାରୁ ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମବାସୀ ଓ ଏହି ଗ୍ରାମ ସୀମା ମଧ୍ୟରେ ଥିବା ତୁଳସୀପାଳ ଗ୍ରାମର କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ଏ ନେଇ ଉଭୟ ଗ୍ରାମବାସୀଙ୍କ ଏକ ବୈଠକ ସଭାପତି ଅକ୍ଷୟ କୁମାର ବିଶୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟତ୍ର ଜମି ଦେବା ପାଇଁ ଇଡ୍‌କୋ କର୍ତ୍ତୃପକ୍ଷ ୧୦ ଦିନ ସମୟ ନେଇଥିଲେ ହେଁ ଏଯାଏ କୌଣସି ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇ ନ ଥିବାରୁ ବୈଠକରେ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଥିଲେ। ଆସନ୍ତା ୧ ତାରିଖ ମଧ୍ୟରେ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏତଦ୍‌ବ୍ୟତୀତ କ୍ଷତିଗ୍ରସ୍ତ ପ୍ରଜା ଦୃଷ୍ଟିରୁ ଭବିଷ୍ୟତରେ ପ୍ରକଳ୍ପରେ ଠିକା କାମ, ନିଯୁକ୍ତି ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଉଦୟ ନାଥ ଦାଶ, ବ୍ରଜବନ୍ଧୁ ସାହୁ, ଗୋଲେଖ ବିଶ୍ୱାଳ, ସୁରେଶ ଚନ୍ଦ୍ର ଗଡ଼ନାୟକ, ଧୀରେନ୍ଦ୍ର ଗଡ଼ନାୟକ, ଦୁଃଶାସନ ସାହୁ, ଅନାଦି ସାହୁ, ଅଶୋକ କୁମାର ଗଡ଼ନାୟକ ଓ ଅଭୟ କୁମାର ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦସ୍ତଖତ ନେଇ ଅଢ଼େଇ କୋଟି ଟଙ୍କା ଋଣ ଉଠାଣ

ବଇଣ୍ଡା,୨୫ା୧(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା, ବାସୁଦେବପୁର, ଧଣ୍ଡାତୋପା, ଆରମପୁର ଆଦି ଗ୍ରାମର ୨୫୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଦସ୍ତଖତ ନେଇ ଠାକୁରଗଡ଼ସ୍ଥିତ...

ମ୍ୟାଜିକ୍‌ ବଦଳାଇଛି ଜୀବନ ମୋଡ଼

ଅନୁଗୋଳ ଅଫିସ୍‌, ୧୬।୩ (ଅମିତ କୁମାର ସାମଲ) : ପୋଲିସ ବିଭାଗରେ ଚାକିରି କରି ବି ମନରେ ସନ୍ତୋଷ ନ ଥିଲା। ଚାକିରି ସହ ଅନ୍ୟ କିଛି...

ଷ୍ଟାଫ୍‌ନର୍ସସ୍ତରରେ ଅଦଳବଦଳ

ଅନୁଗୋଳ ଅଫିସ, ୧୯।୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବ୍ୟାପକ ଲାଞ୍ଚ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଗତମାସରେ...

ଆଠମଲ୍ଲିକରେ ଝଡ଼ତୋଫାନ

ଆଠମଲ୍ଲିକ,୧୨।୧(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ମଙ୍ଗଳବାର ଅଦିନିଆ ବର୍ଷା ସହ ପ୍ରବଳ ପବନ ଓ କୁଆପଥର ମାଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଝଡ଼ତୋଫାନ...

ନାଲ୍‌କୋ ସିପିପିରେ ଅଗ୍ନିକାଣ୍ଡ : ବ୍ୟାପକ କ୍ଷୟକ୍ଷତି

ତାଳଚେର,୨୫।୧୦(ନି.ପ୍ର.): ନାଲ୍‌କୋ ସିପିପି ପ୍ଲାଣ୍ଟର ୫ ୟୁନିଟ୍‌ରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି। ସର୍ଟ ଶର୍କିଟି ଯୋଗୁ ଏହି ନିଆଁ ଲାଗିଥିବା...

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ

ତାଳଚେର, ୨୭ା୬(ନି.ପ୍ର.) : ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ଛାତ୍ରୀମାନେ ତାଲା ପକାଇ ଦେଇଛନ୍ତି। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ୨୬ ତାରିଖରେ...

ଆଦର୍ଶ ସ୍କୁଲ କ୍ୟାମ୍ପସ ନିର୍ମାଣ ସରିଲାନି; ଛେଣ୍ଡିପଦା ହାଇସ୍କୁଲରେ ଶିକ୍ଷାଦାନ

ଛେଣ୍ଡିପଦା,୧।୭(ଡି.ଏନ.ଏ.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟେଣ୍ଟୁଲୋଇ ପଞ୍ଚାୟତ ଗୋପୀନାଥପୁର ଗ୍ରାମଠାରେ ଚଳିତ ବର୍ଷ ନୂତନ କରି ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା।...

ସହରର ହେବ ସୌନ୍ଦର୍ଯ୍ୟକରଣ

ଅନୁଗୋଳ ଅଫିସ, ୨୫।୧୧ – ଅନୁଗୋଳ ଜିଲାରେ ବ୍ୟାପକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ସେଲ୍‌ଫି ପଏଣ୍ଟଠାରୁ ଅତ୍ୟାଧୁନିକ ପାର୍କ, ଫୁଡ୍‌ କୋର୍ଟ ଆଦି ନିର୍ମାଣ ହେବ।...

Advertisement
Archives

Model This Week