Posted inଖେଳ

ଆର୍ଥତ୍କ ସଂକଟରେ ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୨୬ା୬ (ପି.ଟି.)-କମର୍ସିଆଲ ପାର୍ଟନର ଆଇଏମ୍‌ଜି-ରିଲାଏନ୍ସ ଉପରେ ୨୫ କୋଟି ଟଙ୍କା ବାକି ପଡ଼ିଥିବାରୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି। ଖବର ଅନୁସାରେ ମହାସଂଘର କମର୍ସିଆଲ ପାର୍ଟନର ଶେଷ ଦୁଇ କ୍ୱାର୍ଟର ପର୍ଯ୍ୟାୟ ରାଶି ବାକି ରଖିଛି। ଏହି କାରଣରୁ ଆଇ-ଲିଗ୍‌ ବିଜେତା ଚେନ୍ନାଇ ସିଟିକୁ ଏପର୍ଯ୍ୟନ୍ତ ପୁରସ୍କାର ରାଶି ବାବଦରେ ୧ କୋଟି ଟଙ୍କା ଦିଆଯାଇ ପାରିନାହିଁ। ଏହାଛଡ଼ା ରେଫରିଙ୍କ ପାଉଣା ଏବଂ ଯାତାୟତ ବାବଦରେ ଖର୍ଚ୍ଚ ଭରଣା କରାଯାଇ ପାରୁନାହିଁ। ରିଲାଏନ୍ସ ସ୍ପୋଟର୍‌ସ ସିଇଓ ସୁନ୍ଦର ରମଣ ଏଆଇଏଫ୍‌ଏଫ୍‌ର ଏକ କମିଟିର ଜଣେ ସଦସ୍ୟ ମଧ୍ୟ ରହିଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ ଲାଗି ବାରମ୍ବାର ଚେଷ୍ଟା ସତ୍ତ୍ୱେ ସମ୍ଭବ ହୋଇ ପାରିନାହିଁ। ୨୦୧୦ରେ ଏଆଇଏଫ୍‌ଏଫ୍‌ ଏବଂ ଆଇଏମ୍‌ଜି ରିଲାଏନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ମହାସଂଘ ଏହାର କମର୍ସିଆଲ ପାର୍ଟନରଠାରୁ ବାର୍ଷିକ ୫୦ କୋଟି ଟଙ୍କା ପାଇବା କଥା। ମାତ୍ର ଶେଷ ଦୁଇ କ୍ୱାର୍ଟର ପେମେଣ୍ଟ ନ ମିଳିଥିବାରୁ ମହାସଂଘ ଆଇ-ଲିଗ୍‌ କ୍ଲବଗୁଡ଼ିକୁ ପୁରସ୍କାର ରାଶି ବାବଦରେ ୨.୫କୋଟି ଟଙ୍କା ଦେଇପାରୁନାହିଁ। ଏହାଛଡ଼ା ଯାତାୟତ ଖର୍ଚ୍ଚ ଓ ସବ୍‌ସିଡି ସମେତ ଅନ୍ୟାନ୍ୟ ଖର୍ଚ୍ଚବାବଦରେ ମୋଟ ୪କୋଟି ଟଙ୍କା ଦିଆଯାଇ ନ ପାରି ବାକି ପଡ଼ିଥିବା ଏଆଇଏଫ୍‌ଏଫ୍‌ର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଜାନୁୟାରୀଠାରୁ କ୍ୱାର୍ଟରଲି ପ୍ରାପ୍ୟ ମିଳି ନାହିଁ। କ୍ଲବଗୁଡ଼ିକ ସେମାନଙ୍କ ପାଉଣା ପାଇବା ଲାଗି ମେଲ୍‌ କରୁଛନ୍ତି। ମିନର୍ଭା ପଞ୍ଜାବ ଦୈନିକ ଚିଠି କରୁଥିବା ସେ କହିଛନ୍ତି। ଚେନ୍ନାଇ ସିଟି ସିଇଓ ରୋହିତ ରମେଶ ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ଚେନ୍ନାଇ ସିଟି ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଚାମ୍ପିୟନ ହୋଇସାରିଲାଣି। ମୁଁ ଇ-ମେଲ ଜରିଆରେ ପୁରସ୍କାର ରାଶି ପାଇଁ ଅନୁରୋଧ କରିସାରିଛି। ମାତ୍ର ଏଆଇଏଫ୍‌ଏଫ୍‌ରୁ କୌଣସି ଜବାବ ମଳିନାହିଁ ବୋଲି ରମେଶ ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟ ଶେଷରେ ବିଜେତା ଭାବେ ଆମକୁ ୧କୋଟି ଟଙ୍କାର ଏକ ଲମ୍ବା ଚେକ୍‌ ଧରାଇ ଦିଆଯାଇଥିଲା। ମାତ୍ର ଆମକୁ ଟଙ୍କା ମିଳିନାହିଁ। ଆଇଏମ୍‌ଜି-ରିଲାଏନ୍ସ ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ)ର ପ୍ରମୋଟର ମଧ୍ୟ ରହିଛି। ସୁପର ଲିଗ୍‌ରୁ ଓହରିଯାଇଥିବା ଆଇ-ଲିଗ୍‌ କ୍ଲବଗୁଡ଼ିକ ଉପରେ ବହୁ ପରିମାଣରେ ଆର୍ଥିକ ଜରିମାନା ହେଉ ବୋଲି ଏହି ସଂସ୍ଥା ଚାହୁଁଛି। ଏବାବଦରେ ଏଆଇଏଫ୍‌ଏଫ୍‌ ବିପୁଳ ରାଶି ସଂଗ୍ରହ କରିପାରିବ। ଏହାଛଡ଼ା ଆଇଏସ୍‌ଏଲ୍‌କୁ ମୁଖ୍ୟ ଲିଗ୍‌ ବୋଲି ଘୋଷଣା କରାଯିବା ଲାଗି ଏହି ସଂସ୍ଥା ଅଡ଼ି ବସିଛି। ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ବୈଠକ ଜୁଲାଇ ୩ରେ ବସିବ। ଏହା ରବରଷ୍ଟାମ୍ପ ଭଳି କାର୍ଯ୍ୟକରୁଥିବା କୁହାଯାଉଛି। ଅନ୍ୟପକ୍ଷରେ ବିଭିନ୍ନ ପ୍ରସଙ୍ଗ ନେଇ ମିନର୍ଭା ପଞ୍ଜାବ ଏଫ୍‌ସିର ଏଆଇଏଫ୍‌ଏଫ୍‌ ସହ ଛକାପଞ୍ଝା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri