Posted inଖେଳ

ଆର୍ଚେରୀ ରିଫ୍ରେଶର ଟ୍ରେନିଂ ପ୍ରୋଗ୍ରାମ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ଏସଜେଏଫଆଇ ଏବଂ ଏନଏସଏଫ ଜାତୀୟ ପ୍ରତିଯୋଗିତାଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରତିଭା ସମ୍ପନ୍ନ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ବିଭିନ୍ନ ପ୍ରତିଯୋଗିତା ପାଇଁ ଟାର୍ଗେଟ ଗ୍ରୁପ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ଏହାର ଏକ ଅଂଶବିଶେଷ ଭାବେ ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆର୍ଚେରୀର ଏକ ରିଫ୍ରେଶର ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ ହୋଇଛି। ପ୍ରତିଷ୍ଠିତ ଦ୍ରୋଣାଚାର୍ଯ୍ୟ ଓ ଅର୍ଜୁନ ପୁରସ୍କାରପ୍ରାପ୍ତ ତୀରନ୍ଦାଜ ସଞ୍ଜୀବ କୁମାର ସିଂ ଏହି ପ୍ରୋଗ୍ରାମ୍‌କୁ ପରିଚାଳନା କରିବା ସହ ଓଡ଼ିଶା ପିଲାଙ୍କ ମଧ୍ୟରେ ଟ୍ରାଏଲ ନେଇଛନ୍ତି। ଚୟନ ଟ୍ରାଏଲ୍‌ରେ ହାଲ୍‌ ସୁନାବେଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଫୁଲବାଣୀ, ମାଲକାନଗିରି ଓ କିସ୍‌ର ପିଲାମାନେ ଅଂଶଗ୍ରହଣ କରିଥିଲେ। ଚୟନ ଟ୍ରାଏଲ୍‌ରେ ମନୋନୀତ ତୀରନ୍ଦାଜଙ୍କୁ ରବିବାର ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟରରେ ପରୀକ୍ଷା କରାଯିବ। ଏଥିରେ ତୀରନ୍ଦାଜ ପ୍ରତିଭାମାନେ ଆର୍ଚେରୀର ଉଭୟ ରିକର୍ଭ ଓ କମ୍ପାଉଣ୍ଡ ରାଉଣ୍ଡର ବିଜ୍ଞାନ ଭିତ୍ତିକ ଶୃଙ୍ଖଳା ସମ୍ପର୍କରେ ଜ୍ଞାନ ଆହରଣ କରିବେ। ରିଫ୍ରେଶର ଟ୍ରେନିଂ ପ୍ରୋଗ୍ରାମକୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ମନୋଜ ପାଢ଼ୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଆର୍ଚେରୀ ଆସୋସିଏଶନ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ, ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ଶାନ୍ତନୁ ସାହୁ, କିଟ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବ୍ଲ୍ୟୁପିଏଲ୍‌: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ମୁମ୍ବାଇ, ୨୫ା୩: ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରୁ ଏଲିମିନେଟ୍‌ ହୋଇଛି ୟୁପି ଓ୍ବାରିୟର୍ଜ। ଶୁକ୍ରବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ୟୁପିକୁ ୭୨ ରନରେ ହରାଇ...

ରିଷଭ୍‌ ପନ୍ତଙ୍କୁ ‘ଆଇ ଲଭ୍‌ ୟୁ’ କହିଲେ ଯୁବତୀ: ଏହାର ଉତ୍ତରରେ ସେ କ’ଣ କହିଲେ ଜାଣନ୍ତୁ

ଭାରତୀୟ କ୍ରିକେଟ ଦଳର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ରିଷଭ୍‌ ପନ୍ତଙ୍କ ‘ଆଇ ଲଭ୍‌ ୟୁ’ କହିଛନ୍ତି ତାଙ୍କର ଜଣେ ମହିଳା ଫ୍ୟାନ୍‌। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ...

ହାରିବା ପରେ ବି ହୃଦୟ ଜିତିଲେ କୋହଲି: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୨୦: ରବିବାର ଆଇସିସି ଟି -୨୦ ବିଶ୍ୱକପ୍‌ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟ ଭୋଗିଛି ଟିମ ଇଣ୍ଡିଆ। ଏହି ପରାଜୟ ସତ୍ତ୍ୱେ...

ହରିୟାଣାରେ ହେବ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ

ନୂଆଦିଲ୍ଲୀ, ୨୫ା୭ (ପି.ଟି.)-୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪ର୍ଥ ସଂସ୍କରଣ ହରିୟାଣାରେ ହେବ। ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହରଲାଲ...

ତୁଟିଲା ବିବାଦ: ୩ରୁ ବାଂଲାଦେଶ-ଭାରତ ସିରିଜ୍‌

ଢାକା,୨୪।୧୦- ଆସନ୍ତା ୩ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟି୨୦ ସିରିଜ୍‌ରୁ ଅନିଶ୍ଚିତତାର କଳା ବାଦଲ ହଟି ଯାଇଛି। ବାଂଲାଦେଶର...

ସେମିଫାଇନାଲରେ ଭାରତ

ବର୍ମିଂହାମ,୪।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ ଦଳ ବାରବାଡୋସକୁ ୧୦୦ ରନରେ ପରାସ୍ତ କରିଛି। ଜେମିମା ରୋଡ୍ରିଗେଜ ଭାରତ ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ...

ଜର୍ସି ନଂ ୧୨କୁ ସନ୍ନ୍ୟାସ ଦିଆଯାଉ

ନୂଆଦିଲ୍ଲୀ, ୧୨।୬: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ୧୨ ନଂ ଜର୍ସିକୁ ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସନ୍ନ୍ୟାସ ଦେବା ଉଚିତ। ଏହା...

୯ ମାସର ଝିଅକୁ ଦେଇଥିଲେ ବଳାତ୍କାର ଧମକ; ଜାଣିବା ପରେ ଅନୁଷ୍କା…

ବମ୍ବେ: ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କୁ ସମର୍ଥନ କରିବାକୁ ନେଇ ଟ୍ରୋଲ ହୋଇଥିଲେ ଅଧିନାୟକ ବିରାଟ କୋହଲି। ଏପରିକି ତାଙ୍କର ୯ ମାସର ଝିଅ ଭାମିକାଙ୍କୁ...

Advertisement
Archives

Model This Week