ଆରମ୍ଭ ହେଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ:୫୦ ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଚଳିତ ଥର ୫୦ ଲକ୍ଷ ନୂଆ ସଭ୍ୟଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିବାବେଳେ ଏହା ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ଜିଲାସ୍ତରରେ କରାଯିବ।
ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ପବିତ୍ର ଗଣେଶ ପୂଜା ପାଇଁ ସମସ୍ତଙ୍କୁ ଅଭିନନ୍ଦନ। ବିଜେଡି ଓଡିଶାବାସୀଙ୍କ ଦଳ। ରାଜ୍ୟର ପ୍ରତ୍ୟେକ ଗାଁ ଓ ପ୍ରତି ଘରୁ ବିଜେଡି ଆଶୀର୍ବାଦ ପାଇଆସୁଛି। ଏହି ସଭ୍ୟ ସଂଗ୍ରହ ଅଭିଯାନ ମାଧ୍ୟମରେ ଆମେ ପୁଣିଥରେ ସେମାନଙ୍କୁ ଭେଟିବା। ରାଜ୍ୟର ସାଢ଼େ ୪ କୋଟି ଲୋକ ବିଜେଡିର ପରିବାର। ସେହି ଲୋକଙ୍କ ସହଯୋଗରେ ଆମ ସଭ୍ୟ ସଂଗ୍ରହ ଅଭିଯାନ ସଫଳ ହେବ। ଏହାଦ୍ୱାରା ସାଧାରଣ ଲୋକଙ୍କୁ ଭେଟିବାର ସୁଯୋଗ ଆଉଥରେ ମିଳିବ। ଚାଷୀ, ଯୁବକ ଓ ମହିଳାଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝି ଦଳକୁ ସୁଦୃଢ଼ କରିବା ପାଇଁ ନବୀନ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଛନ୍ତି। ଉଭୟ ଅଫ୍‌ ଲାଇନ୍‌ ଓ ଅନ୍‌ଲାଇନ୍‌ରେ ସଭ୍ୟ ସଂଗ୍ରହ ଚାଲିବ। ପଞ୍ଚାୟତର ପ୍ରତ୍ୟେକ ଓ୍ବାର୍ଡରେ ସର୍ବନିମ୍ନ ସକ୍ରିୟ ୪ଜଣ, ଏନ୍‌ଏସିର ପ୍ରତ୍ୟେକ ଓ୍ବାର୍ଡରେ ସକ୍ରିୟ ୫ଜଣ, ପୌରପାଳିକାର ଓ୍ବାର୍ଡରେ ସକ୍ରିୟ ୧୫ଜଣ ଏବଂ ମହାନଗର ନିଗମର ପ୍ରତ୍ୟେକ ଓ୍ବାର୍ଡରେ ୪୦ଜଣ ସକ୍ରିୟ ସଭ୍ୟଙ୍କ ଜରିଆରେ ପ୍ରତ୍ୟେକ ୨୪ଜଣ ଲେଖାଏ ନୂତନ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ମଙ୍ଗଳବାର ଢେଙ୍କାନାଳ ଓ ବାଲେଶ୍ୱର ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ୨ ସପ୍ତାହ ମଧ୍ୟରେ ଜିଲା, ବ୍ଲକ ଓ ନଗରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆଗେଇ ନିଆଯିବ ବୋଲି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, ବିଜେଡି ଗତବର୍ଷ ସଭ୍ୟ ସଂଗ୍ରହ ଅଭିଯାନରେ ୪୭ଲକ୍ଷ ଲୋକଙ୍କୁ ସାମିଲ କରିଥିଲା। ଏଥର ଏହି ସଂଖ୍ୟାକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ପ୍ରଥମଥର ଲାଗି ଦଳ ସଭ୍ୟମାନଙ୍କ ଆଧାର ଲିଙ୍କ କରିବାକୁ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ସାଧାରଣ ଲୋକମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେବେନାହିଁ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବିଜେଡିର ଏହି ଆଧାର ଲିଙ୍କ ପ୍ରସଙ୍ଗକୁ ଉଭୟ କଂଗ୍ରେସ ଏବଂ ଭାଜପା ସମାଲୋଚନା କରିଛି।
ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡି ପ୍ରଥମରୁ ଆଧାର ଲିଙ୍କ କଥାକୁ ବିରୋଧ କରିଆସୁଥିଲା। ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧ କରିଥିଲା। ବର୍ତ୍ତମାନ ଦଳୀୟ ସଭ୍ୟ ସଂଗ୍ରହରେ ଆଧାର ଲିଙ୍କ କରିବା ପଛରେ ସେମାନଙ୍କର ନୂଆ ଷଡ଼ଯନ୍ତ୍ର ରହିଛି। ଯେଉଁମାନେ ଭୋଟ ଦେବେ ସେମାନଙ୍କୁ ସରକାରୀ ସୁବିଧା ଦେବା ଉଦ୍ଦେଶ୍ୟରେ ବିଜେଡି ଏପରି କରିଛି ହେଲେ ଆମେ ଏହାକୁ କରାଇ ଦେବୁନାହିଁ ବୋଲି ସମୀର କହିଛନ୍ତି।
କଂଗ୍ରେସ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଆଧାର ଲିଙ୍କ କଲେ ରାଶନ କାର୍ଡ ମିଳିବ। ଏବେ ବିଜେଡି ସଭ୍ୟ ହେବା ଲାଗି ମଧ୍ୟ ଆଧାର ଲିଙ୍କ ହେବ। ସେମାନେ ଲୋକଙ୍କୁ ସାହାଯ୍ୟ କରିବା ଲାଗି କରୁଛନ୍ତି ତାହା ପଛରେ ନିଶ୍ଚିତ କିଛି ସ୍ବାର୍ଥ ରହିଛି। କୋଉ ସ୍ବାର୍ଥ ରଖି ସେମାନେ ଏହା କରୁଛନ୍ତି ସେକଥା ଆକଳନ କରିବା କଷ୍ଟକର। ବିଜେଡିର ସବୁ ପଛରେ ସ୍ବାର୍ଥ ରହୁଥିବାରୁ ଏହାକୁ ଆକଳନ କରିବା କିଛି ବଡ଼ କଥା ନୁହେଁ ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri