ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା: ଯୋଗଦେଇଛନ୍ତି ସାରା ଦେଶର ସାଧୁସନ୍ଥ

ଭୁବନେଶ୍ୱର, ୨।୨(ବ୍ୟୁରୋ): ଶନିବାର ପବିତ୍ର ମାଘ ସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା। ଭୋର୍‌ରୁ ସାଧୁସନ୍ଥମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ମେଳାସ୍ଥଳରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ସୂର୍ଯ୍ୟ ଉପାସନା ଆରମ୍ଭ କରିଛନ୍ତି। ଅଖଣ୍ଡ ଧୁନି ଜଳାଇ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ହୋମଯଜ୍ଞ ସାଙ୍ଗକୁ ଜପତପ ଚାଲିଛି। ଦିନରେ ରାମଚରିତ ମାନସ ପାଠ ଓ ସନ୍ଧ୍ୟାରେ ଭଜନ କୀର୍ତ୍ତନ ସହ ରାମଧୂନ୍‌ରେ ଖଣ୍ଡଗିରି-ଉଦୟଗିରି ପାହାଡ଼ ଓ ଏହାର ପାଦଦେଶ ପୂରା ଅଞ୍ଚଳ ପ୍ରକମ୍ପିତ ହେଉଥିବାବେଳେ ଯଜ୍ଞରୁ ନିସୃତ ପୋଡ଼ାଘୃତର ମହକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ତପୋଭୂମି ଖଣ୍ଡଗିରିକୁ ଇତିମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଓ ବିଭିନ୍ନ ସମ୍ପ୍ରଦାୟର ହଜାର ହଜାର ସାଧୁସନ୍ଥ ଛୁଟି ଆସିଥିବାବେଳେ ଏବେବି ସେମାନଙ୍କ ଆଗମନ ଜାରି ରହିଛି। କେତେଜଣ ସାଧୁ ଚନ୍ଦ୍ରଭାଗା ପରିବର୍ତ୍ତେ ଖଣ୍ଡିଗିରିର ପଞ୍ଚତୀର୍ଥ ପୁଷ୍କରିଣୀ ଓ ରାଧାକୁଣ୍ଡରେ ବୁଡ଼ ପକାଇ ଉପାସନା ଆରମ୍ଭ କରିଥିବା ଜଣାପଡିଛି। ଏହି ଅଖଣ୍ଡ ହୋମଯଜ୍ଞ ୯ଦିନ ଅର୍ଥାତ୍‌ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବ।

ଅନ୍ୟପକ୍ଷରେ ଶୁକ୍ରବାର ପ୍ରଭୁ ଅନନ୍ତକେଶରୀଙ୍କ ଘୋଷଯାତ୍ରା ପରେ ଶନିବାର ସାରେ ଜାଗମରା ନାଗାମଠରୁ ଠାକୁର ଉଦୟଗିରି ରାଣୀଗୁମ୍ଫା ଅଭିମୁଖେ ଘୋଷଯାତ୍ରାରେ ବାହାରିଥିଲେ। ବାଜା, ବାଣ ଓ ରୋଶଣି କରି ପ୍ରଭୁଙ୍କୁ ଏକ ବିଶାଳ ପଟୁଆରରେ ନିଆଯାଇଥିଲା। ସେଠାରେ ସେ ରାଣୀ ହଂସପୁରଠାରେ ବିଜେ ହୋଇଥିଲେ। ଶୋଭାଯାତ୍ରା ଅବସରରେ ପ୍ରଭୁଙ୍କୁ ବାଟସାରା ଚାଚେରି ଭୋଗ ଲାଗି କରାଯାଇଥିଲା। ବିଧି ଅନୁସାରେ ପ୍ରଭୁ ଅନନ୍ତକେଶରୀ ରାଣୀଗୁମ୍ଫାରେ କିଛି ସମୟ ଅବସ୍ଥାନ କରିଥିଲେ ଓ ଲଳିତାକୁଣ୍ଡରେ ଚାପ ଖେଳିଥିଲେ। ପୂଜାର୍ଚ୍ଚନା ପରେ ରାତାରାତି ପ୍ରଭୁ ପୁଣି ନାଗାମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଭୁ ଫେରିବାବେଳେ ଯେମିତି ତାଙ୍କୁ କେହି ନ ଦେଖିବେ ସେହିପରି ତାଙ୍କୁ ସେଠାକୁ ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri