ଆମ ଗାଁ ଆମ ବିକାଶ ଯୋଜନା ପ୍ରକଳ୍ପ ନିମ୍ନମାନର: ୬ମାସ ପୂରିନି, ଭାଙ୍ଗିଲା ଗାଧୁଆ ତୁଠ

ରସୁଲପୁର,୧୨।୧୦(ଡିଏନଏ): ରସୁଲପୁର ବ୍ଲକର ବଡକଇଁଚି ପଞ୍ଚାୟତରେ ଆମ ଗାଁ ଆମ ବିକାଶ ଯୋଜନାରେ ପୋଖରୀ ପାହାଚ ଓ ଗାଧୁଆ ତୁଠ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଛି। ପରିଣାମ ସ୍ବରୂପ ନିର୍ମାଣ ଶେଷ ହେବାକୁ ୬ମାସ ପୂରିବା ପୂର୍ବରୁ ଭାଙ୍ଗି ଗଳି ପଡିଛି। ଗାଧୁଘର ଚଟାଣ ଫାଟି ଆଁ କରିଛି। ଗାଧୁଆ ଘର ଚତୁପାର୍ଶ୍ୱରେ ଗଛଲତା ଘେରି ରହିଛି। ଏହା ସର୍ବସାଧାରଣଙ୍କ ବ୍ୟବହାରରେ ଲାଗିପାରି ନାହିଁ। ଏହି କାମ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ତ୍ରୁଟି ଓ ଠିକାଦାରଙ୍କୁ ପ୍ରତି ଅହେତୁକ ଅନୁକମ୍ପା ଯୋଗୁ ଏଭଳି ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ଦିଗରେ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ପ୍ରକାଶ ଯେ, ୨୦୧୮-୧୯ ଆର୍ଥତ୍କ ବର୍ଷରେ ଆମ ଗାଁ ଆମ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ରାଜ୍ୟ ସରକାର ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ ଅତି ତରବରିଆ ଭାବେ କାର୍ଯ୍ୟକାରୀ କରିଥିଲେ। ଗାଁର ବିକାଶ ଆଳରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ବ୍ୟୟ ଅଟକଳ କରିଥିଲେ। ଏ ସବୁ କାର୍ଯ୍ୟକୁ ପଲ୍ଲୀସଭା ଓ ଗ୍ରାମସଭାରେ ଅନୁମୋଦନ କରାଯାଇ ନ ଥିଲା। ବିକାଶ କାମର ତଦାରଖ ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କ ହାତକୁ ଟେକି ଦିଆଯାଇଥିଲା। କାର୍ଯ୍ୟ ତଦାରଖ ପାଇଁ ଗ୍ରାମ୍ୟ ଶ୍ରମିକ ମୁଖିଆ ଚୟନ କରାଯାଇ ନ ଥିଲା। ଯୋଜନା ଆରମ୍ଭରୁ ଗଳାବାଟ ପ୍ରସ୍ତୁତ ହୋଇଥିଲା ବୋଲି କୁହାଯାଉଛି। ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ ତଦାରଖ କରିବେ ଆଉ ଉକ୍ତ କାର୍ଯ୍ୟର ବିଲ୍‌ ବି କରିବେ। ଏହିଭଳି ଏକପାଖିଆ ନିୟମ କାମରେ ଅନିୟମିତତା ହେବାର ବାଟ ଫିଟାଇଥିଲା। ଏହି ବ୍ଲକ କଇଁଚି ଶାସନ ପୋଖରୀ ଗାଧୁଆ ଘର ଓ ପାହାଚ ନିର୍ମାଣ କାର୍ଯ୍ୟ ସରିବାକୁ ଅଧାବର୍ଷ ପୂରିବା ଆଗରୁ ଭାଙ୍ଗି ଯିବା ଓ ବ୍ୟବହାର ଉପଯୋଗୀ ହୋଇ ନ ପାରିବା ଘଟଣା ଏଭଳି ଅଭିଯୋଗକୁ ପ୍ରମାଣିତ କରିବାର ବଳିଷ୍ଠ ଉଦାହରଣ ବୋଲି କୁହାଯାଉଛି। ଏହିକ୍ରମରେ ଦେଖିଲେ ଏହି ଯୋଜନା ଜରିଆରେ ବ୍ଲକର ୨୪୪ଟି ପ୍ରକଳ୍ପ ପାଇଁ ୭କୋଟି ୬୨ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏ ନେଇ ୧୮ ଜୁନ୍‌-୨୦୧୮ରେ ବ୍ଲକକୁ ଆସିଥିବା ପତ୍ରରେ ରହିଥିବା ସୂଚନାରୁ ଜଣାପଡିଛି। ଏ ଦିଗରେ ଆକଳନ କରାଯାଇ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରେ ଉପସ୍ଥାପିତ ପ୍ରକଳ୍ପ ନିର୍ମାଣ ପାଇଁ ୧.୫୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଉକ୍ତ ଅର୍ଥରେ ପୋଖରୀର ପାହାଚ, ଗାଧୁଆ ଘର କାନ୍ଥ ଓ ଚଟାଣ ନିର୍ମାଣ କରାଯାଇଥିଲା। କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ମାତ୍ର ମାସ କେଇଟା ଭିତରେ ପାହାଚ ଗଳିପଡିବା ସହ ଗାଧୁଆଘର ଚଟାଣ ଫାଟି ଆଁ କରିଛି। ଫଳରେ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାଛଡା ଉକ୍ତ ପୋଖରୀ ଖନନ କାର୍ଯ୍ୟ ଜଳ ବିଭାଜିକା ପକ୍ଷରୁ କରାଯାଇଥିଲା। ପୋଖରୀ ପାହାଚ ନିର୍ମାଣ ଆମ ଗାଁ ଆମ ବିକାଶ ପକ୍ଷରୁ କରାଯାଇଛି। ହେଲେ ଏହି ପାହାଚ ପାଇଁ ଜଳ ବିଭାଜିକା ପକ୍ଷରୁ ବିଲ ପୈଠ କରାଯାଇ ଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରିଛନ୍ତି। ଏ ଦିଗରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହାସଲ ପାଇଁ ଆବେଦନ କରାଯାଇଛି। ତଥ୍ୟ ଆସିବା ପରେ ଘଟଣା ପଛର ରହସ୍ୟ ସାଧାଣରେ ଉନ୍ମୋଚିତ ହେବ ବୋଲି କୁହାଯାଉଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସ୍ମୃତିରେଖା ଧଡାଙ୍କୁ ପଚାରିବାରୁ, ଦୁଇଟା ପାହାଚ ଭାଙ୍ଗି ଯାଇଥିବା ସ୍ବୀକାର କରିଛନ୍ତି। ଏଥିପାଇଁ ସେ ନୂଆ ମାଟି ଉପରେ ନିର୍ମାଣ କାର୍ଯ୍ୟ ହୋଇଥିବା ସହ ବର୍ଷା ପାଣି ନିଷ୍କାସନକୁ ଦାୟୀ କରିଛନ୍ତି। ଜଳ ବିଭାଜିକା ପକ୍ଷରୁ ପୋଖରୀ ଖନନ କରାଯାଇ ହୁଡ଼ାରେ ମାଟି ପକାଯାଇଥିଲା। ଉକ୍ତ ମାଟି ଉପରେ ଗାଧୁଆ ତୁଠ ଚଟାଣ ନିର୍ମାଣ କରାଯାଇଥିଲା। ବର୍ଷାଦିନରେ ଚଟାଣ ତଳ ମାଟି ଚହଲି ଯିବାରୁ ଏହା ଫାଟିଛି ବୋଲି କହିଥିବାବେଳେ ଗାଁରୁ ନିଷ୍କାସିତ ହେଉଥିବା ବର୍ଷା ପାଣି ପାହାଚ କଡ଼ରେ ପୋଖରୀକୁ ବହୁଛି। ଫଳରେ ପାହାଚ କାନ୍ଥ ପ୍ରଭାବିତ ହୋଇ ଏଭଳି ପରିସ୍ଥିତି ଉପୁଜିଛି। ଏହି କାର୍ଯ୍ୟ ପାଇଁ ବିଲ୍‌ ପୈଠ ହୋଇସାରିଛି। ମାତ୍ର କ୍ଷତିଗ୍ରସ୍ତ କାର୍ଯ୍ୟର ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ କରୋନାର ସ୍ଥିତି ଚିନ୍ତାଜନକ

ଭବାନୀପାଟଣା,୭।୪: କଳାହାଣ୍ଡିରେ ମାଡିଲାଣି କରୋନା। ଚଳିତ ମାସ ପ୍ରଥମ ସପ୍ତାହରେ ଚିହ୍ନଟ ହୋଇଛନ୍ତି ୨୮୧ନୂଆ ଆକ୍ରାନ୍ତ। ଗତ ୧ ତାରିଖରେ ୨୬ଜଣ, ୨ରେ ୨୨, ୩ରେ...

ସମ୍ବଲପୁର-ତିଲେଇବଣି ରାସ୍ତାକାମ ନିମ୍ନମାନର

ସମ୍ବଲପୁର,୫।୧(ବ୍ୟୁରୋ): ୫୩ନଂ. ଜାତୀୟ ରାଜପଥର ସମ୍ବଲପୁର-ତିଲେଇବଣି ଚାରିଥାକିଆ ରାସ୍ତା ନିର୍ମାଣ କାମ ଚାଲିଛି। ପୂର୍ବରୁ ପୁଞ୍ଜିଲେଡ କମ୍ପାନୀ ଏହି କାମ ନେଇଥିବାବେଳେ ବିଭିନ୍ନ କାରଣରୁ ବନ୍ଦ କରିଦେଇଥିଲା।...

୨ଦିନ ପ୍ରବଳ ଖରା

ଭୁବନେଶ୍ୱର,୨୬ା୩(ବ୍ୟୁରୋ)- କରୋନା ଭୂତାଣୁକୁ ନେଇ ଲୋକଙ୍କ ମନରେ ଭୟ ଥିବାବେଳେ ଏବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ପ୍ରଚଣ୍ଡ ଖରା ଯୋଗୁ ରାଜ୍ୟର କେତେକ...

ଚିତ୍ର ଆଙ୍କି ଚର୍ଚ୍ଚାରେ ଗଞ୍ଜାମ ତହସିଲଦାର

ଗଞ୍ଜାମ,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି। ଶନିବାର ଗଞ୍ଜାମ ଦାମୋଦରପୁର ବିଶ୍ରାମାଗାର ପାଚେରିରେ ନିଖୁଣ ଏଞ୍ଜେଲଓ୍ବିଙ୍ଗ୍‌ ଚିତ୍ର ଆଙ୍କିଥିଲେ।...

ବାଉଁଶ ବାଡ଼ ପାଇଁ ସରପଞ୍ଚଙ୍କୁ ଧମକ

ହିଞ୍ଜିଳିକାଟୁ,୧୯ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଜିଳିକାଟୁ ବ୍ଲକ ବେଲଗାଁ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀଙ୍କୁ ଗ୍ରାମରେ କରୋନା ସଂକ୍ରମଣ ରୋକିବା ପାଇଁ ରାସ୍ତାରେ ବାଉଁଶ ବାଡ଼ କରିବା ନେଇ...

ମଙ୍ଗଳବାରଠୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର/ଘଟଗାଁ,୯ା୮(ସ୍ବ.ପ୍ର./ଡି.ଏନ୍‌.ଏ.): ମଙ୍ଗଳବାରଠାରୁ କୋଭିଡ୍‌ କଟକଣାରେ ଖୋଲିବ କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଶ୍ରଦ୍ଧାଳୁମାନେ...

‘କ୍ଷୟକ୍ଷତି ଆକଳନ କରି ତୁରନ୍ତ ଜଣାଅ’

ବାରିପଦା ଅଫିସ, ୨୯ା୮- ବିପର୍ଯ୍ୟୟ ପ୍ରଶମନ ଓ ରାଜସ୍ବ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତରେ ଆସି ବନ୍ୟା ପରିସ୍ଥିତିର ସମୀକ୍ଷା...

ମାକ୍ସ ପ୍ରସ୍ତୁତ କରି ସୁରକ୍ଷିତ ରହିବାର ବାର୍ତ୍ତା ବାଣ୍ଟୁଛିି ଏସ୍‌ଏଚ୍‌ଜି

ଲୋଇସିଂହା, ୩୦।୩(ଡି.ଏନ.ଏ): ମାରମତ୍କ କରୋନା ଭାଇରସ୍‌ ସଂକ୍ରମ଼ଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ଗାଁର ମା’ଶକ୍ତିରୂପା ସ୍ବୟଂ ସହାୟକ...

Advertisement
Archives

Model This Week