ଆମ୍ରିରେ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା ଶୁଭାରମ୍ଭ ହୋଇଛି। ଏହି ନୂଆ ଫାସିଲିଟି ଦ୍ୱାରା ହସ୍ପିଟାଲ ପରିସରରେ ଏକ ସୁପର ସୋନିକ ଇମେଜ ମେଶିନ ସ୍ଥାପନ କରାଯାଇଛି। ଯକୃତ,ସ୍ତନ ଏବଂ ଥାଇରଏଡ ଇଲାଷ୍ଟୋଗ୍ରାଫିର ଚିହ୍ନଟ କରିବାରେ ଏହା ବେଶ ସହାୟକ ହେବ। ମେଶିନରେ ଇନବିଲ୍ଟ ଥିବା ଏଲ୍‌ଓଜିଆଇକ୍ୟୁ ଏସ୍‌୮ ଅଲ୍ଟ୍ରା ସାଉଣ୍ଡ ମେଶିନ ଦ୍ୱାରା ଏବେ ଯକୃତ ଅନିୟମିତତା, ସ୍ତନ ଏବଂ ଥାଇରଏଡ ଇଲାଷ୍ଟୋଗ୍ରାଫି ମପାଯାଇ ପାରିବ। ଏହାକୁ ହସ୍ପିଟାଲର ତାଲିମପ୍ରାପ୍ତ ଏବଂ ଅଭିଜ୍ଞ ଡାକ୍ତରମାନେ ପରିଚାଳନା କରୁଛନ୍ତି। ଏହି ପରୀକ୍ଷା ସମୟରେ ପେଶୀ ଅନିୟମିତତା, ଏହାର ପରିମାଣକୁ ଗୁଣାତ୍ମକ କଲର କୋଡେଡ ମ୍ୟାପରେ ପ୍ରଦାନ କରିବ। ଯାହା କିଲୋପାସ୍‌କାଲ୍‌ସରେ ପ୍ରଦର୍ଶିତ ହେବ। ଉନ୍ନତ ସ୍ବାସ୍ଥ୍ୟ ସେବା ଉପକରଣ ଦ୍ୱାରା ବିଶ୍ୱ ସ୍ତରୀୟ ସ୍ବାସ୍ଥ୍ୟ ସେବା ଯୋଗାଣ ଦିଗରେ ପ୍ରୟାସ ଜାରି ରହିବ ବୋଲି ଆମ୍ରି ହସ୍ପିଟାଲ୍ସର ଭୁବନେଶ୍ୱରର ୟୁନିଟ ମୁଖ୍ୟ ତଥା ଉପସଭାପତି ଡ.ଅନୁଜ ତିଓ୍ବାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କିଶୋରନଗର, ତାଳଚେରରେ ଭୋଟ

ବଇଣ୍ଡା/ ତାଳଚେର,୨୨୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ୨୨ ତାରିଖ ମଙ୍ଗଳବାର ଅନୁଗୋଳ ଜିଲାର କିଶୋରନଗର ଓ ତାଳଚେର ବ୍ଲକରେ ଅନୁଷ୍ଠିତ...

ପୁଣି ତେଜିଲା ଆଦିବାସୀ ମାନ୍ୟତା ଦାବି : ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଦୋରା ସମ୍ପ୍ରଦାୟ

  ପଟ୍ଟାଙ୍ଗି,୧୨ା୧(ଡି.ଏନ୍‌.ଏ.) କୋରାପୁଟ ଜିଲାର ଅନେକ ସମ୍ପ୍ରଦାୟ ଦୀର୍ଘଦିନରୁ ଆଦିବାସୀ ମାନ୍ୟତା ଦାବି କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ଦୋରା ସମ୍ପ୍ରଦାୟ। ରାଜ୍ୟ ସରକାର ସେମାନଙ୍କୁ...

ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ

ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର...

ନାବାଳକ ପୁଅକୁ ନିଶାସକ୍ତ ବାପା କଚାଡି ମାରିଥିବା ଅଭିଯୋଗ

ସୋର, ୨୪ା୩ (ଡି.ଏନ୍‌.ଏ.)- ଖେଳୁଥିବା ବେଳେ କାନ୍ଥ ଉପରୁ ପଡି ନାବାଳକଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି। ବାପାକୁ ନ ଜଣାଇ ଗାଁ...

ରାତିରେ ଜବତ ହେଲା ଛତିଶଗଡ଼ରରୁ ଆସୁଥିବା ୪ ଧାନ ଗାଡ଼ି

ପଦ୍ମପୁର,୫।୭: ଛତିଶଗଡ଼ରୁ ବରଗଡ଼କୁ ଆସୁଥିବା ୪ଟି ଧାନ ବୋଝେଇ ଟ୍ରକ୍‌କୁ ପଦ୍ମପୁର ପୋଲିସ ସୋମବାର ରାତ୍ରିରେ ଜବତ କରିଛି। ସ୍ଥାନୀୟ ଯୋଗାଣ ନିରୀକ୍ଷକ ସୁନୀତା ନାହକଙ୍କ...

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା

ଚମ୍ପୁଆ/ଯୋଡା/ଝୁମ୍ପୁରା, ୨୯।୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇ ବ୍ୟାପକ ଧାନ ଫସଲ ସାଙ୍ଗକୁ ପନିପରିବା ନଷ୍ଟ ହୋଇଯାଇଛି। କରୋନା ଲାଗି ଚାଷୀମାନେ...

ଲଘୁଚାପ ସକ୍ରିୟ, କିଛି ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା...

ମହିଳାଙ୍କୁ ଅସଦାଚାରଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ଶହୀଦନଗର ଥାନା ଅନ୍ତର୍ଗତ ଭିଏସଏସ ନଗର ଅଞ୍ଚଳରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ...

Advertisement
Archives

Model This Week