ଆମ୍ବଗଛ ମୂଳେ ୪ ପରିବାର

ବରଗଡ଼ ଅଫିସ୍‌,୨୯।୩-ଠାକୁରାଣୀ(ସରମଙ୍ଗଳା)ଙ୍କୁ ଧରି ସପରିବାର ଗାଁ ଗହଳିକୁ ଯାଇ ଦୁଇ ପଇସା ରୋଜଗାର କରନ୍ତି । ସେଥିରୁ ସେମାନଙ୍କ ପରିବାର ଗୁଜୁରାଣ ମେଣ୍ଟିଥାଏ । ମାତ୍ର ଲକ୍‌ ଡାଉନ୍‌ ଯୋଗୁ ରୋଜଗାର ତ ଦୂରର କଥା, ଗ୍ରାମଠାରୁ ବହୁଦୂର ପଦ୍ମପୁର ଉପଖଣ୍ଡ ଧୂମାଭଟା ଛକରେ ବରଗଡ଼ ବ୍ଲକ ଅନ୍ତର୍ଗତ ସୟାଁ ଗ୍ରାମର ୪ପରିବାର ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୯ଶିଶୁ ମଧ୍ୟ ରହିଛନ୍ତି । ସେମାନେ ସମସ୍ତେ ଉପରୋକ୍ତ ଗ୍ରାମର ସୁରେନ୍ଦ୍ର ରାଉତ୍‌, ସନ୍ତୋଷ ରାଉତ୍‌, ବିଜୟ ରାଉତ୍‌ ଏବଂ ମନୋଜ ବାଗଙ୍କ ପରିବର ଲୋକ। ସେଠାକାର ଏକ ଆମ୍ବଗଛ ମୂଳେ ସେମାନେ ଆଶ୍ରୟ ନେଇଛନ୍ତି । ସବୁ ଦୋକାନ, ବଜାର ବନ୍ଦ ଥିବା ଯୋଗୁ ସେମାନେ ଭଲଭାବେ ଖାଇବାକୁ ମୁଠାଏ ମଧ୍ୟ ପାଉ ନାହାନ୍ତି। ତେବେ ଏଭଳି ବେସାହାରା ଅବସ୍ଥାରେ ଆମ୍ବଗଛ ମୂଳେ ରହିଥିବା ଖବର ପାଇ ସ୍ଥାନୀୟ ପ୍ରଫୁଲ୍ଲ ମାକର, ସୁଶାନ୍ତ ସାହୁ, ରାମ ଡନସନା, ସମାରୁ ଧରୁଆ, ଚିତ୍ତରଞ୍ଜନ ଡନସନା, ଅକ୍ଷୟ ବାଗ ପ୍ରମୁଖ ସେମାନଙ୍କୁ ଚାଉଳ, ଲୁଣ, ପରିବା, ସାବୁନ ଆଦି ଯୋଗାଇ ଦେଇଛନ୍ତି । ତେବେ ଲକ୍‌ ଡାଉନ ସମୟସୀମା ଅବଧି ଆହୁରି ଅନେକ ଦିନ ରହିଥିବା ଯୋଗୁ ଏଭଳି ଅସହାୟ ଅବସ୍ଥାରେ ରହିଥିବା ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରା ନ ଗଲେ ଆଗକୁ ସେମାନଙ୍କ ଜୀବନ ଆହୁରି ଦୁର୍ବିସହ ହୋଇ ପଡ଼ିବାର ଆଶଙ୍କା ଦେଖା ଯାଇଛି । ଗ୍ରାମରେ ନିଜର ବୋଲି କିଛି ବାସଗୃହ ନ ଥିବା ଯୋଗୁ ସେମାନେ ସେଭଳି ଯାଯାବର ଜୀବନ ଯାପନ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri