ଆମେରିକା-ଇରାନ ଅଘୋଷିତ ଯୁଦ୍ଧ: କାହା ପାଖରେ ରହିଛି କେତେ ଅସ୍ତ୍ରଶସ୍ତ୍ର ?

ଓ୍ବାଶିଂଟନ/ତେହେରାନ,୮।୧: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଅଘୋଷିତ ଯୁଦ୍ଧ ନେଇ ଅନ୍ତର୍ଜାତୀୟ କ୍ଷେତ୍ରରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଯଦି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଘୋଷଣା ହୁଏ ଏହାର ପ୍ରଭାବ ପୃଥିବୀର ପ୍ରତିଟି ଦେଶରେ ପଡ଼ିବ ବୋଲି କୁହାଯାଉଛି। ଏବେ ଦୁଇ ଦେଶର ସ୍ଥଳ,ଜଳ ଓ ବାୟୁସେନାର କେତେ ଶକ୍ତି ରହିଛି ଏବଂ ଉଭୟଙ୍କ ପାଖରେ ଥିବା ଯୁଦ୍ଧ ବିମାନ, ଯୁଦ୍ଧପୋତ ତଥା ଅସ୍ତ୍ରଶସ୍ତ୍ର ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକା ପାଖରେ ୨୧ ଲକ୍ଷ ୪୧ ହଜାର ୯ଶହ ସୈନ୍ୟ ରହିଛନ୍ତି। ୧୨ ଲକ୍ଷ ୮୧ ହଜାର ୯ଶହ ସୈନ୍ୟ ସକ୍ରିୟ ଥିବା ବେଳେ ୮ ଲକ୍ଷ ୬୦ ହଜାର ରିଜର୍ଭ ସୈନ୍ୟ ରହିଛି। ସେହିପରି ୧୩ ହଜାର ୩ ଶହ ୯୮ ବିମାନ, ୨ ହଜାର ୩ ଶହ ୬୨ ଯୁଦ୍ଧ ବିମାନ, ୫ ହଜାର ୭ ଶହ ୬୦ ହେଲିକପ୍ଟର ରହିଛି। ଏହା ସହିତ ୬ ହଜାର ୨ ଶହ ୮୭ ଟ୍ୟାଙ୍କ୍‌, ୩୯ ହଜାର ୨ ଶହ ୨୩ ଯୁଦ୍ଧ ଯାନ, ୯ ଶହ ୯୨ ସ୍ବୟଂଚାଳିତ ତୋପ, ୮ ଶହ ୬୪ ଅନ୍ୟ ତୋପ, ୧ ହଜାର ୫୬ ରକେଟ ପ୍ରୋଜେକ୍ଟର ରହିଛି। ଆମେରିକା ପାଖରେ ୪ ଶହ ୧୫ ନାଭାଲ୍‌ ଆସେଟ୍‌, ୨୪ ଏୟାର କ୍ରାଫ୍ଟ କ୍ୟାରିଅର, ୨୨ ଫ୍ରିଗେଟ୍‌, ୬୮ ଡେଷ୍ଟ୍ରୟର, ୧୫ କୋର୍‌ବେଟସ୍‌, ୬୮ ସବମେରିନ୍‌, ୧୩ ପାଟ୍ରୋଲ ଭେସଲ୍‌ ରହିଛି। ସେହିପରି ଇରାନ୍‌ ପାଖରେ ୮ ଲକ୍ଷ ୭୩ ହଜାର ସୈନ୍ୟ ରହିଛନ୍ତି। ୫ ଲକ୍ଷ ୨୩ ହଜାର ସୈନ୍ୟ ସକ୍ରିୟ ଥିବା ବେଳେ ୩ ଲକ୍ଷ ୫୦ ହଜାର ରିଜର୍ଭ ସୈନ୍ୟ ରହିଛି। ସେହିପରି ଇରାନ ପାଖରେ ୫ ଶହ ୯ ବିମାନ, ଶହେ ୪୨ ଯୁଦ୍ଧ ବିମାନ, ଶହେ ୨୬ ହେଲିକପ୍ଟର ରହିଛି। ଏହା ସହିତ ହଜାରେ ୬ ଶହ ୩୪ ଟ୍ୟାଙ୍କ୍‌, ୨ ହଜାର ୩ ଶହ ୪୫ ଯୁଦ୍ଧ ଯାନ, ୫ ଶହ ୭୦ ସ୍ବୟଂଚାଳିତ ତୋପ, ୨ ହଜାର ୧ ଶହ ୨୮ ଅନ୍ୟ ତୋପ, ୧ ହଜାର ୯ ଶହ ରକେଟ ପ୍ରୋଜେକ୍ଟର ରହିଛି। ଇରାନ ପାଖରେ ୩ ଶହ ୯୮ ନାଭାଲ୍‌ ଆସେଟ୍‌, ୬ ଫ୍ରିଗେଟ୍‌, ୩ କୋର୍‌ବେଟସ୍‌, ୩୪ ସବମେରିନ୍‌, ୮୮ ପାଟ୍ରୋଲ ଭେସଲ୍‌ ରହିଛି। ଇରାନ୍‌ ପାଖରେ କୌଣସି ଡେଷ୍ଟ୍ରୟର ଏବଂ ଏୟାର କ୍ରାଫ୍ଟ କ୍ୟାରିଅର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ଦିନ ପରେ ପୃଥିବୀକୁ ଫେରିଲେ ୪ ମହାକାଶଚାରୀ…

ମେକ୍ସିକୋ,୯।୧୧: ମହାକାଶରେ ୨୦୦ ଦିନ ବିତାଇବା ପରେ ସୋମବାର ରାତିରେ ଚାରିଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି। ସେମାନେ ସ୍ପେସ ଏକ୍ସ କ୍ୟାପସୁଲରେ ମେକ୍ସିକୋ ଗଲ୍ଫରେ ଅବତରଣ...

ରୁଷିଆ ଖସାଇଥିଲା ଏମ୍‌ଏଚ୍‌୧୭

ଆମ୍‌ଷ୍ଟରଡାମ,୧୮ା୧୧:୨୦୧୪ ଜୁଲାଇ ୧୭ରେ ମାଲେସିଆ ଏୟାରଲାଇନ୍ସର ଏମ୍‌ଏଚ୍‌୧୭ ବିମାନ ଆମ୍‌ଷ୍ଟରଡାମ୍‌ରୁ କୁଆଲାଲମ୍‌ପୁର ଯାତ୍ରା କରୁଥିବାବେଳେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଆକାଶରେ ରାଡାର ବାହାରକୁ ଚାଲିଯାଇଥିଲା। ବିମାନଟି...

ଆସନ୍ତାକାଲି ଘଟିବ ବଡ଼ଧରଣର ସୌର ବିସ୍ଫୋରଣ, ପୃଥିବୀ ପ୍ରତି ବିପଦ

ଓ୍ବାଶିଂଟନ,୩୦ା୩: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୁଣି ଘଟିବ ସୌର ବିସ୍ଫୋରଣ। ଏହି ବିସ୍ଫୋରଣରେ ପୃଥିବୀରେ ଭୂ-ଚୁମ୍ବକୀୟ ଝଡ଼ ମାଡ଼ ହେବ । ନାସାର ଶକ୍ତିଶାଳୀ ସୋଲାର...

ଭାରତରେ ୮୩ ଶହ କୋଟି ଟିକସ ଦେବ ଓ୍ବାଲମାର୍ଟ…

ସିଙ୍ଗାପୁର,୫।୧ : ଫୋନ ପେ ମୁଖ୍ୟାଳୟ ସିଙ୍ଗାପୁରରୁ ଭାରତକୁ ସ୍ଥାନାନ୍ତରିତ କରିବା ଯୋଗୁ ୱାଲମାର୍ଟ ଏବଂ ଡିଜିଟାଲ ପେମେଣ୍ଟ କମ୍ପାନୀର ସମସ୍ତ ଅଂଶୀଦାରଙ୍କୁ ପ୍ରାୟ ଏକ...

ଏକଛତ୍ରବାଦୀ ଶାସକ ପରୀକ୍ଷା କଲେ କ୍ରୁଜ୍‌ କ୍ଷେପଣାସ୍ତ୍ର…

ପୋୟଙ୍ଗୟାଙ୍ଗ୍‌,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଦୀର୍ଘ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ...

ଆଇସିଜେ ରାୟକୁ ମାନିଲାନି ରୁଷିଆ

ହେଗ୍‌/ମସ୍କୋ,୧୭ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ମସ୍କୋ ଏହାକୁ...

କଶ୍ମୀରକୁ ଦଖଲ କରିଛି ଭାରତ

ନ୍ୟୁୟର୍କ,୩୦ା୯(ଆଇଏଏନ୍‌ଏସ୍‌): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧୀ ଅଭିଯାନରେ ଚାଇନା ଓ ତୁର୍କୀ ସହ ମାଲେସିଆ ଯୋଗଦେଇଛି। କଶ୍ମୀରକୁ ଭାରତ...

ନିଜର ଯନ୍ତ୍ରଣା ପ୍ରକାଶ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୩।୮: ଆଫଗାନିସ୍ତାନରେ ତାଲିବାନ ତା’ର ଆଧିପତ୍ୟ ବିସ୍ତାର କରି ଚାଲିଛି। ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରି ଏବେ ସଂଗଠନ ରାଜଧାନୀ କାବୁଲ...

Advertisement
Archives

Model This Week