Posted inଖେଳ

ଆମେରିକାରେ ପ୍ରଶିକ୍ଷଣ ନେବେ ଜିନ୍‌ସନ ଜନ୍‌ସନ

ଚେନ୍ନାଇ,୨୪।୮(ପି.ଟି.)- ଭାରତୀୟ ମିଡଲ ଡିଷ୍ଟାନ୍ସ ରନର ଜିନସନ ଜନସନ ଶୁକ୍ରବାର ଆମେରିକାରେ ପ୍ରଶିକ୍ଷଣ ନେବେ ବୋଲି କହିଛନ୍ତି। ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଫଳରେ ଟାଇମିଂରେ ଉନ୍ନତି ଆଣିବାକୁ ଆମେରିକାରେ ସେ କୋଚ୍‌ ସ୍କଟ୍‌ ସିମ୍ମନ୍ସଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଓ ଏସୀୟ ସ୍ତରରେ ମୋ ଟାଇମିଂ ଠିକ୍‌ ରହିଛି। ତେବେ ବିଶ୍ୱସ୍ତରୀୟ ଇଭେଣ୍ଟଗୁଡିକରେ ଟାଇମିଂରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛି। ଅଲିମ୍ପିକ କ୍ୱାଲିଫାଏ କରିବା ପାଇଁ ସେ ୧,୫୦୦ ମିଟର ଦୌଡରେ ସେ ନିଜର ଜାତୀୟ ରେକର୍ଡ ୩:୩୭.୬୨କୁ ଭାଙ୍ଗିବାର ଜରୁରୀ ହୋଇପଡିଛି। ସେପ୍ଟେମ୍ବର ୧ ତାରିଖରେ ସେ ଜର୍ମାନୀରେ ଏକ ଆମନ୍ତ୍ରଣୀୟ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଏହାପରେ ସେ ଆମେରିକା ଯାତ୍ରା କରିବେ।
୧, ୫୦୦ମି. ଦୌଡ଼ ପାଇଁ ଟୋକିଓ ଅଲିମ୍ପିକ୍ସର କ୍ୱାଲିଫିକେଶନ ମାର୍କ ୩:୩୫.୦୦ ରହିଛି। କଲରୋଡାରେ ପ୍ରଶିକ୍ଷଣ ପରେ ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି କୋଝିକୋଡର ଏହି ୨୮ ବର୍ଷୀୟ ଆଥଲେଟ୍‌ ଜନସନ କହିଛନ୍ତି। ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନରୁ ମୋତେ ୨.୫ ସେକେଣ୍ଡ ଟାଇମ୍‌ କଟ୍‌ କରିବାକୁ ପଡିବ। ଅଲିମ୍ପିକ୍‌ କ୍ୱାଲିଫାଏ କରିବା ନେଇ ମୋର ଆତ୍ମବିଶ୍ୱାସ ରହିଛି। ଗତ ଏସିଆନ ଗେମ୍ସରେ ଜନସନ୍‌ ୧,୫୦୦ ମିଟର ରେସ୍‌ରେ ୩:୪୪.୭୨ ଟାଇମିଂରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଇତିମଧ୍ୟରେ ମାରାଥନ ରନର ଗୋପୀ ଥୋନାକାଲ ଦୋହା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଥରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରିଲେ ପରବର୍ତ୍ତୀ ଯୋଜନା ସ୍ଥିର କରିବି ବୋଲି ଗୋପୀ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ହେଲେ ତାଙ୍କୁ ଶିବନାଥ ସିଂଙ୍କ ଦୀର୍ଘଦିନର ରେକର୍ଡ (୨: ୧୨:୦୦ ସେକେଣ୍ଡ)କୁ ଅତିକ୍ରମ କରିବାକୁ ପଡିବ ଓ ସେ ମଧ୍ୟ ଏ ନେଇ ଅବଗତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri