ଭୁବନ, ୪।୮(ଡ.ଏନ୍.ଏ.)-ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ଭୁବନ ଏନ୍ଏସି ଅନ୍ତର୍ଗତ ୩ନଂ. ଓ୍ବାର୍ଡର ୮ଜଣ ହିତାଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅନୁଦାନ ଟଙ୍କା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଶନିବାର ଏହାର ତଦନ୍ତ କରିଛନ୍ତି। ଏନ୍ଏସି କର୍ତ୍ତୃପକ୍ଷ କେଉଁ କାରଣରୁ ଅନୁଦାନ ଅଟକାଇ ରଖିଛନ୍ତି ତାହାର ତଦନ୍ତ କରିବା ଏବଂ ଯଥାଶୀଘ୍ର ହିତାଧିକାରୀଙ୍କୁ ଅନୁଦାନ ଅର୍ଥ ପ୍ରଦାନ କରିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବିକାଶ ମଲ୍ଲିକ, ପ୍ରକାଶ ମଲ୍ଲିକ, ଭଗବାନ ମଲ୍ଲିକ, ରବି ମଲ୍ଲିକ, ଛବି ମଲ୍ଲିକ, ଗିରିଧାରୀ ମଲ୍ଲିକ, ଗୋକୁଳ ମଲ୍ଲିକ ଏବଂ ନକୁଳ ମଲ୍ଲିକଙ୍କୁ ଗତ ଫେବୃୟାରୀ ୨ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା। ଆବଶ୍ୟକ ତଦନ୍ତ ପରେ ସେମାନଙ୍କୁ ଏନ୍ଏସି ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇଥିଲା। ହିତାଧିକାରୀମାନେ କାର୍ଯ୍ୟ ଆରମ୍ଭ କରିବା ପରେ ୨୦୧୯ ଜୁଲାଇ ୨୨ରେ ଏନ୍ଏସି କର୍ତ୍ତୃପକ୍ଷ କାମବନ୍ଦ କରିବାକୁ ନୋଟିସ୍ କରିଥିଲେ। ହେଲେ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ଅନୁଦାନ ଅଟକାଇ ଦିଆଯାଇଥିବା ଅଭିଯୋଗ କରି ଜୁଲାଇ ୨୫ରେ କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତିମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବାକୁ ଚେତାବନୀ ମଧ୍ୟ ଦେଇଥିଲେ। କାଉନ୍ସିଲର ଅରୁଣ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସମ୍ପୃକ୍ତ ହିତାଧିକାରୀ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜାଣିବା ପରେ ଶନିବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ ଘଟଣାର ତଦନ୍ତ କରିଛନ୍ତି। ତହସିଲଦାର ଶକ୍ତିକାନ୍ତ ରାୟ, ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ, ରାଜସ୍ବ ନିରୀକ୍ଷକ ଶ୍ରୀକାନ୍ତ କୁମାର ପରିଡ଼ା, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ଜଗଦୀଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ଢେଙ୍କାନାଳ View All
ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍କୁ ଡରେନି ଏହି ସରକାର…’
ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...
ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…
ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...
ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ
ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍ପି ଡ. ସିଏମ୍ ରମେଶ...
ପ୍ରଭାକର ସ୍ମାରକୀ ଭଲିବଲ୍ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ
ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...
କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ
ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...
ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…
କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...
ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍
ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...
ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..
ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...
Archives


