ଆବଶ୍ୟକ ପଡ଼ିଲେ ଲାଗିବ କର୍ଫ୍ୟୁ: ଲକ୍‌ଡାଉନ୍‌କୁ ମାନୁ ନାହାନ୍ତି ଜନତା

ଯାଜପୁର ଅପିସ,୨୬ା୩: କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା ପରେ ଯାଜପୁର ଜିଲାରେ ବହିରାଗତଙ୍କ ସଂଖ୍ୟା ପ୍ରାୟ ୨ ହଜାର ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। କିନ୍ତୁ ଜିଲାର ଜନସାଧାରଣ ଏହାକୁ ହାଲୁକାଭାବେ ଗ୍ରହଣ କରି ବିନା କାର୍ଯ୍ୟରେ ବୁଲୁଥିବା ଦେଖିବାକୁ ମିଳୁଛି। ତେଣୁ ଆବଶ୍ୟକ ପଡିଲେ ଜିଲାରେ କର୍ଫ୍ୟୁ ଲଗାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି। ବୁଧବାର ଜିଲାର ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ ପୋଲିସ ପ୍ରଶାସନକୁ ଅଡୁଆରେ ପକାଇଛି। ସମଗ୍ର ଦେଶରେ ଲକ୍‌ଡାଉନ ହେବାପରେ ମଧ୍ୟ ଲୋକେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ନ ହେବା ବିଡମ୍ବନା ବୋଲି ଜିଲାପାଳ ଦାସ କ୍ଷୋଭର ସହ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ କେବଳ ଔଷଧ ଦୋକାନଗୁଡିକ ସବୁବେଳେ ଖୋଲା ରହିବ। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସକାଳ ୭ରୁ ୯ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ସମୟ ପରେ ଯିଏ ବାହାରେ ବୁଲିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କେଉଁଠାରେ ମଧ୍ୟ ଆଇନ ଉଲଂଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲାପାଳ ଦାସ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri