ଆବଶ୍ୟକ ପଡ଼ିଲେ ଲାଗିବ କର୍ଫ୍ୟୁ: ଲକ୍‌ଡାଉନ୍‌କୁ ମାନୁ ନାହାନ୍ତି ଜନତା

ଯାଜପୁର ଅପିସ,୨୬ା୩: କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା ପରେ ଯାଜପୁର ଜିଲାରେ ବହିରାଗତଙ୍କ ସଂଖ୍ୟା ପ୍ରାୟ ୨ ହଜାର ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। କିନ୍ତୁ ଜିଲାର ଜନସାଧାରଣ ଏହାକୁ ହାଲୁକାଭାବେ ଗ୍ରହଣ କରି ବିନା କାର୍ଯ୍ୟରେ ବୁଲୁଥିବା ଦେଖିବାକୁ ମିଳୁଛି। ତେଣୁ ଆବଶ୍ୟକ ପଡିଲେ ଜିଲାରେ କର୍ଫ୍ୟୁ ଲଗାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି। ବୁଧବାର ଜିଲାର ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ ପୋଲିସ ପ୍ରଶାସନକୁ ଅଡୁଆରେ ପକାଇଛି। ସମଗ୍ର ଦେଶରେ ଲକ୍‌ଡାଉନ ହେବାପରେ ମଧ୍ୟ ଲୋକେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ନ ହେବା ବିଡମ୍ବନା ବୋଲି ଜିଲାପାଳ ଦାସ କ୍ଷୋଭର ସହ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ କେବଳ ଔଷଧ ଦୋକାନଗୁଡିକ ସବୁବେଳେ ଖୋଲା ରହିବ। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସକାଳ ୭ରୁ ୯ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ସମୟ ପରେ ଯିଏ ବାହାରେ ବୁଲିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କେଉଁଠାରେ ମଧ୍ୟ ଆଇନ ଉଲଂଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲାପାଳ ଦାସ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତାଙ୍କ ଘର ଉପରକୁ ବୋମାମାଡ଼

କୋଣାର୍କ,୨୪ା୪(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ଥାନା ଅନ୍ତର୍ଗତ କରମଙ୍ଗା ବାଲିସାହିରେ ରହୁଥିବା ଖବରଦାତା ସଞ୍ଜୟ ପତିଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ଼...

୪୮ନଂ. ଓ୍ବାର୍ଡ ଭାଜପା କାର୍ଯ୍ୟାଳୟ ଉପରକୁ ବୋମାମାଡ଼

ଭୁବନେଶ୍ୱର,୧୮।୪(ବ୍ୟୁରୋ): ନୟାପଲ୍ଲୀ ଥାନା ଅଧୀନ ମଧ୍ୟ ଭୁବନେଶ୍ୱର ଡେଲଟା କଲୋନୀ ନିକଟ ୪୮ନଂ. ଓ୍ବାର୍ଡ ଭାଜପା କାର୍ଯ୍ୟାଳୟ ଉପରକୁ ବୁଧବାର ରାତିରେ ବୋମାମାଡ଼ ହୋଇଛି। ରାତି...

୧୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭ା୧୨: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଭାରତରେ ୧୦୦ ଟପିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଦେଶରେ...

ଦୋଳଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ଗଞ୍ଜାମ,୧୭।୫(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଚାଲିଛି ଦୋଳଯାତ୍ରା। ଏନେଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି l ସହରରେ କିପରି ଶାନ୍ତି ଶୃଙ୍ଖଳାକୁ ବଜାୟ...

ସନ୍ତାନଙ୍କ ଦୀର୍ଘଜୀବନ କାମନାରେ ଷଠିଓଷା: ମନେପଡେ ମା’ର ବଜ୍ରମୂଳି ମାଡ଼

ଖଣ୍ଡପଡ଼ା,୫ା୯(ସ୍ବ.ପ୍ର.): ଓଡିଶାର ପୁରପଲ୍ଲୀରେ ଷଠିଓଷା ଧୁମ୍‌ଧାମରେ ପାଳନ କରାଯାଏ ା ସନ୍ତାନଙ୍କ ଦୀର୍ଘଜୀବନ କାମନା କରି ମା’ମାନେ ଏହି ଓଷା ପାଳନ କରିଥାନ୍ତି। ବୁଧବାର ପବିତ୍ର...

ନୟାଗଡ଼ ଜିଲା ମୁଖ୍ୟ ଚିକତ୍ସାଳୟ : ୮ମାସ ହେଲା ବନ୍ଦ ରହିଛି ଇସିଜି

ନୟାଗଡ଼ ଅଫିସ,୧୭ା୮- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନେ ଅବାଧରେ ପଶି ରୋଗୀମାନଙ୍କ ଇସିଜି (ଇଲୋକ୍ଟ୍ରୋ କାଡ଼ିଓଗ୍ରାମ) ପରୀକ୍ଷା କରୁଛନ୍ତି। ଦିନେ କି ଦୁଇଦିନ ନୁହେଁ...

କୋରାପୁଟରେ ୪୨୯.୪ ମିମି ବର୍ଷା ରେକର୍ଡ: କୋଟପାଡ଼ରେ ସର୍ବାଧିକ ୧୪୦ ମିମି

କୋରାପୁଟ,୨।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ୪୨୯.୪ ମିମି ବର୍ଷା ହୋଇଥିବା ଶୁକ୍ରବାର ରେକର୍ଡ କରାଯାଇଛି। ତେବେ କୋଟପାଡ଼ ବ୍ଲକରେ ସର୍ବାଧିକ ୧୪୦ ମିମି ବର୍ଷା ହୋଇଥିବା ବେଳେ...

ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା

ରାୟଗଡ଼(ଗଜପତି) ୧।୫(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ  ଅସାମାଜିକଙ୍କ  ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ...

Advertisement
Archives

Model This Week