ଆବଶ୍ୟକତା ଠାରୁ କମ ବର୍ଷା: ଖରିଫ ଚାଷ କ୍ଷତିଗ୍ରସ୍ତ; ଚିନ୍ତାରେ ଚାଷୀ

ଝୁମ୍ପୁରା, ୨।୮ (ଡି.ଏନ.ଏ.)-ଆବଶ୍ୟକତାଠାରୁ ବର୍ଷାର ପରିମାଣ ଖୁବ କମ ରହିଥିବାରୁ ଝୁମ୍ପୁରା ବ୍ଲକରେ ଖରିଫ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଝୁମ୍ପୁରା ବ୍ଲକର ୨୨ଟି ପଞ୍ଚାୟତରେ ପ୍ରାୟତଃ ସବୁ ଜାଗାରେ ଖରିଫ ଋତୁର ଧାନ ଫସଲ ସହିତ ମକା, ଅନ୍ୟ ଫସଲ କରାଯାଇଥାଏ। ପାଣି ଅଭାବରୁ ବେଉଷଣ କାମ ଅଟକି ଯାଇଛି। କୃଷି ବିଭାଗର ସୂଚନା ଅନୁଯାୟୀ ଝୁମ୍ପୁରା ବ୍ଲକରେ ୧୮ହଜାର ୫ଶହ ୫୫ ହେକ୍ଟର ଜମିରେ ଖରିଫ ଋତୁରେ ଧାନ ଚାଷ କରାଯାଉଥିବା ବେଳେ, ମକା ସହିତ ଅନ୍ୟ ଫସଲ ୭ହଜାର ୪ଶହ ୯୧ ହେକ୍ଟରରେ କରାଯାଇଥାଏ। ଖରିଫ ଋତୁରେ ଧାନ ଚାଷ ସହିତ ଅନ୍ୟ ଫସଲ ହେଉଥିବା ମୋଟ ଜମିର ଶତକଡା ୯ଭାଗ ଜମି ଜଳସେଚିତ ଅଟେ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ, ଚେକ ଡ୍ୟାମ, ପୋଖରୀ ଇତ୍ୟାଦିରୁ ଖରିଫ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇଥାଏ।
କିନ୍ତୁ ପର୍ଯ୍ୟାପ୍ତ ଜଳସେଚନର ସୁବିଧା ନ ଥିବା ବେଳେ, ବର୍ଷାର ଅନିୟମିତତା ଯୋଗୁଁ ଚାଷୀମାନେ ଚଳିତ ବର୍ଷ ୭ ହଜାର ୪ଶହ ୯୧ ହେକ୍ଟର ଜମିରେ ଧାନ ଫସଲ କରିଥିବାବେଳେ, ୪ହଜାର ୩ଶହ ୮୦ହେକ୍ଟର ଜମିରେ ମକା ଚାଷ ସହିତ ଅନ୍ୟାନ୍ୟ ଫସଲ ହୋଇଛି ବୋଲି ଝୁମ୍ପୁରା କୃଷି ଅଧିକାରୀ ଅଙ୍କିତା ରୁପ୍‌ ସୂଚନା ଦେଇଛନ୍ତି। ହେଲେ ବର୍ଷାର ଅନିୟମିତତା ଯୋଗୁଁ ଚଳିତ ବର୍ଷ ଖରିଫ ଚାଷ ହୋଇଥିବା ଜମି ସବୁରେ ବେଉଷଣ କାର୍ଯ୍ୟ ହୋଇ ପାରୁନାହିଁ। ସୂଚନା ଅନୁଯାୟୀ ଝୁମ୍ପୁରା ବ୍ଲକରେ ବିଗତ ବର୍ଷ ମାନଙ୍କରେ ବର୍ଷାର ପରିମାଣ ହିସାବକୁ ନିଆଗଲେ, ୩୧୮ଏମ.ଏମ ବର୍ଷା ହୋଇଥିବା ବେଳେ, ଚଳିତ ବର୍ଷ ଜୁଲାଇ ୩୧ତାରିଖ ସୁଦ୍ଧା ମାତ୍ର ୧୩୮ଏମ.ଏମ ବର୍ଷା ହୋଇଛି। ଝୁମ୍ପୁରା ବ୍ଲକର ୨୨ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ବସନ୍ତପୁର, ମଲଦା, ନୟାଗଡ, ନହବେଡା, କୁଟୁଗାଁ, ଗୁମୁରା, ନିଶ୍ଚିନ୍ତପୁର, ଅର୍ଶଳା, ଗୁଣ୍ଡୁଣିଆଁ, ଚଉଠିଆ ଗ୍ରାମ ପଞ୍ଚାୟତ ଗୁଡିକରେ ଖରିଫ ଚାଷ ବିଶେଷ ପ୍ରଭାବିତ ହୋଇଥିବା ରିପୋର୍ଟ ସହିତ ବର୍ଷା ପରିମାଣର ରିପୋର୍ଟ ଭୁବନେଶ୍ୱର ସ୍ଥିତ କୃଷି ବିଭାଗ ନିର୍ଦ୍ଦେଶକଙ୍କୁ ପଠାଯାଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ମକା ଚାଷରେ ପୋକର ପାଦୁର୍ଭାବ ଯୋଗଁୁ ମକା ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ମକା ଗଛ ଗୁଡିକରେ ପୋକ ଲାଗିଥିବା ମକା ଗଛକୁ ଚାଷୀମାନେ ଝୁମ୍ପୁରାସ୍ଥିତ କୃଷି ଅଧିକାରୀ, କୃଷି କର୍ମଚାରୀଙ୍କୁ ଦେଖାଇଛନ୍ତି। ଚଳିତ ବର୍ଷ ଝୁମ୍ପୁରା ବ୍ଲକରେ ୭୪୩ ହେକ୍ଟର ଜମିରେ ମକା ଚାଷ କରାଯାଇଥିବା ନେଇ କୃଷି ବିଭାଗ ସୂଚନା ଦେଇଛି। ମକା ଚାଷ ପୋକ ନିରାକରଣ ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି। ମକା ଚାଷୀଙ୍କୁ କାର୍ଟାପ୍‌ ହାଇଡ୍ରା କ୍ଲୋରାଇଡ୍‌ , ଇମାନେକ୍ଟିନ୍‌ ବେୱାଟେ କୀଟନାଶକ ଔଷଧ ଯୋଗାଇ ଦିଆଯାଉଛି ବୋଲି ଝୁମ୍ପୁରା କୃଷି ଅଧିକାରୀ ଅଙ୍କିତ ସୂଚନା ଦେଇଛନ୍ତି। ତେବେ ବର୍ଷା ଠିକ ଭାବେ ନ ହେଲେ ଏବଂ ମକା ଚାଷରୁ ପୋକ ହଟାଇବା ପାଇଁ ଔଷଧ ଶୀଘ୍ର ପ୍ରୟୋଗ ନ ହେଲେ ଚଳିତ ଖରିଫ ଋତୁରେ ଧାନ ଏବଂ ମକା ସହିତ ଅନ୍ୟାନ୍ୟ ଫସଲ ପ୍ରଭାବିତ ହେବ ବୋଲି ଚାଷୀ ସମୂହ ଚିନ୍ତାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁ ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri