ଆବର୍ଜନା ଦିଅ, ମାଗଣାରେ ଜଳଖିଆ ଖାଅ

ପୁରୀ ଅଫିସ, ୫ା୧୨: ଚନ୍ଦ୍ରଭାଗାରେ ଚାଲିଛି ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। ଏଥିରେ ଦେଶ ବିଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି। ଏହି ମହୋତ୍ସବ ଦେଖିବାକୁ ପ୍ରତ୍ୟହ ଯାତ୍ରୀ, ପର୍ଯ୍ୟଟକଙ୍କ ଭିଡ଼ ହେଉଛି। ଦେଶ ବିଦେଶର ପର୍ଯ୍ୟଟକ ଆସୁଥିବାରୁ ଚନ୍ଦ୍ରଭାଗା ବେଳାଭୂମିକୁ ଯେପରି ସବୁ ସମୟରେ ସ୍ବଚ୍ଛ ଓ ପରିଷ୍କାର ରଖାଯାଇପାରିବ ସେ ଦିଗରେ ଭିନ୍ନ ପ୍ରୟାସ କରିଛି ୱାଇଲ୍ଡ ଗ୍ରାସ୍‌ ରେଷ୍ଟୁରାଣ୍ଟ। ବାଲୁକା କଳା ମହୋତ୍ସବ ଉପଲକ୍ଷେ ଏଠାରେ ୱାଇଲ୍ଡ ଗ୍ରାସ୍‌ ରେଷ୍ଟୁରାଣ୍ଟ ପକ୍ଷରୁ ଖାଦ୍ୟ ଷ୍ଟଲ ଖୋଲାଯାଇଛି। କିନ୍ତୁ ଏହି ଷ୍ଟଲରେ ସମସ୍ତଙ୍କ ପାଇଁ ଏକ ନିଆରା ଅଫର ରହିଛି। ତାହା ହେଉଛି ବେଳାଭୂମିକୁ ସଫା ରଖନ୍ତୁ, ମାଗଣାରେ ଜଳଖିଆ ଖାଆନ୍ତୁ। ଅର୍ଥାତ୍‌ ବେଳାଭୂମିରେ ପଡ଼ିଥିବା ଅଳିଆ ଆବର୍ଜନା ଆଣି ଯେଉଁମାନେ ଷ୍ଟଲ ପାଖରେ ପହଞ୍ଚୁଛନ୍ତି ସେମାନେ ଏହି ଅଫରର ସୁବିଧା ପାଉଛନ୍ତି।
ବେଳାଭୂମିକୁ ସ୍ବଚ୍ଛ ରଖିବା ଉଦ୍ଦେଶ୍ୟରେ ମୋ ବିଚ୍‌, ଓଡ଼ିଶା ଇକୋ ଟୁରିଜମ ଫାଉଣ୍ଡେଶନ ଏବଂ ହେରିଟେଜ ଟୁର୍‌ସ ସହଯୋଗରେ ୱାଇଲ୍ଡ ଗ୍ରାସ୍‌ ପକ୍ଷରୁ ଏହି ଭିନ୍ନ ପ୍ରୟାସ କରାଯାଇଛି। ରେଷ୍ଟୁରାଣ୍ଟର ମାଲିକ ଯୁଗବ୍ରତ କର କହିଛନ୍ତି, ବର୍ତ୍ତମାନ ମହୋତ୍ସବ ଚାଲିଥିବାରୁ ଏଠାକୁ ଦେଶ ବିଦେଶର ପର୍ଯ୍ୟଟକ ଆସୁଛନ୍ତି। ଚନ୍ଦ୍ରଭାଗା ବେଳାଭୂମି ଯଦି ଅପରିଷ୍କାର ରୁହେ ତେବେ ସେମାନେ ତିକ୍ତ ଅନୁଭୂତି ସାଉଣ୍ଟିବେ। ତେଣୁ ବେଳାଭୂମି କିପରି ସବୁବେଳେ ସଫା ରହିବ ସେହି ଉଦ୍ଦେଶ୍ୟ ନେଇ ଏହି ଅଫର ରଖାଯାଇଛି। ଅର୍ଥାତ୍‌ ଯଦି କେହି ବେଳାଭୂମିରେ ପଡ଼ିିଥିବା ୨ଟି ଖାଲି ପ୍ଲାଷ୍ଟିକ ବୋତଲ ଆଣି ଷ୍ଟଲରେ ପହଞ୍ଚନ୍ତି ସେମାନଙ୍କୁ ଗୋଟିଏ ମିଠା ଦିଆଯିବ। ସେହିପରି ୫ଟି ବୋତଲ ପାଇଁ ଗୋଟିଏ ରୋଲ୍‌ ଏବଂ ଏକ କିଲୋ ଆବର୍ଜନା ପାଇଁ ବିରିୟାନି (ଚିକେନ କିମ୍ବା ଭେଜ) ଗୋଟିଏ ପ୍ଲେଟ ରହିଛି। ଅନେକ ଦେଖଣାହାରି ଏହାର ସୁଯୋଗ ନେଲେଣି ବୋଲି କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri