ଆଫଗାନିସ୍ତାନ ଗଜନି ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ

କାବୁଲ,୮।୧୦: ଆଫଗାନିସ୍ତାନର ପିଡି-୩ରେ ଥିବା ଗଜନି ବିଶ୍ୱବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବିସ୍ଫୋରଣ ହୋଇଛି। ଏଥିରେ ପ୍ରାୟ ୮ ଛାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଉକ୍ତ ସ୍ଥାନରେ କଡା ନଜର ରଖିଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଆଫଗାନିସ୍ତାନର ନଙ୍ଗାରହାର ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। କିଛିଦିନ ତଳେ ଆମେରିକା ଓ ତାଲିବାନ ମଧ୍ୟରେ କଥାବାର୍ତ୍ତା ହୋଇ ନ ଥିବା ବେଳେ ତା’ପରଠାରୁ ଆତଙ୍କବାଦୀ ଆକ୍ରମଣ ବଢି ଯାଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ବିଶ୍ୱଯୁଦ୍ଧରେ ଶହୀଦ ଭାରତୀୟ ଯବାନଙ୍କୁ ଫ୍ରାନ୍ସରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ପ୍ୟାରିସ,୬।୧୦: ଭାରତ ଓ ଫ୍ରାନ୍ସ ରବିବାର ସେହି ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଫ୍ରାନ୍ସରେ ଥିବା ଭାରତୀୟ...

ବିମାନରେ ଏକାକୀ ବିଶ୍ୱ ଭ୍ରମଣ

ଲଣ୍ଡନ, ୨ା୮: ନିଜେ ବିମାନ ଉଡ଼ାଇ ସମଗ୍ର ବିଶ୍ୱ ବୁଲିବାରେ ବିରଳ ରେକର୍ଡ କରିବାକୁ ଯାଉଛନ୍ତି ବେଲ୍‌ଜିୟମ-ବ୍ରିଟିଶ ନାଗରିକ ଜାରା ରଦରଫୋର୍ଡ। ୧୯ ବର୍ଷୀୟା ଜାରା...

ଫ୍ରାନ୍ସ୍‌-ବ୍ରିଟେନ୍‌ରେ କରୋନା ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ…

ପ୍ୟାରିସ୍‌/ଲଣ୍ଡନ, ୨୯।୧୨: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଫ୍ରାନ୍ସ ଏବଂ ବ୍ରିଟେନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ...

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମୌନ ବା କଥା ନ କହିି ନୀରବ ରହିବା ଦ୍ୱାରା  ଅନେକ ଉପକାର ମିଳିଥାଏ। ସପ୍ତାହରେ ୨ ଘଣ୍ଟା ଏପରି କଲେ ସ୍ମରଣ ଶକ୍ତି ବୃଦ୍ଧି...

ଅନ୍‌ଲାଇନ୍‌ରେ ଭିକ୍ଷାବୃତ୍ତି କରି ୧୭ ଦିନରେ ୩୪ ଲକ୍ଷ ଜମା କଲେ ମହିଳା

ଦୁବାଇ,୧୧।୬: ସୌଦିରେ ବାସ କରୁଥିବା ଜଣେ ୟୁରୋପିଆନ୍‌ ମହିଳା ଅନ୍‌ଲାଇନ୍‌ରେ ଭିକ୍ଷାବୃତ୍ତି କରି ମାତ୍ର ୧୭ ଦିନରେ ୩୪ ଲକ୍ଷ ୮୧ ହଜାର ଟଙ୍କା ଜମା...

ବଳାତ୍କାରୀଙ୍କୁ ଆଉ କ୍ଷମା ନାହିଁ: କରି ଦିଆଯିବ ନପୁଂସକ

ଇସଲାମାବାଦ୍‌,୧୬।୧୨: ବଳାତ୍କାରୀଙ୍କୁ ଏବେ ପାକିସ୍ତାନରେ ଆଉ କ୍ଷମା ଦିଆଯିବ ନାହିଁ। ଦୋଷୀଙ୍କୁ ନପୁଂସକ କରି ଦିଆଯିବ। ଏନେଇ ଏକ କ୍ୟାବିନେଟ୍‌ ପ୍ରସ୍ତାବକୁ ରାଷ୍ଟ୍ରପତି ଆରଫ୍‌ ଆଲଭି...

ରୁଷିଆ ଅସ୍ତିତ୍ୱ ବିପଦରେ ପଡ଼ିଲେ ଆଣବିକ ଯୁଦ୍ଧ

ମସ୍କୋ, ୨୪ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ବୁଧବାର ୪ ସପ୍ତାହ ପୂରିଥିବାବେଳେ ରୁଷୀୟ ସୈନ୍ୟ ଘାତକ ଆକ୍ରମଣ ଜାରି ରଖିଛନ୍ତି। ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଏଯାଏ...

ବିଶ୍ୱ ରେକର୍ଡଧାରୀ ୟୁକ୍ରେନର ସ୍ୱପ୍ନକୁ ନଷ୍ଟ କରିଦେଲା ରୁଷିଆ

କ୍ୱିଭ,୨୮ ।୨: ରୁଷିଆ ବିଶ୍ୱର ସବୁଠାରୁ ବଡ ମାଲବାହୀ ବିମାନ ୟୁକ୍ରେନର ଧ୍ୱଜାବାହକ ବା ଫ୍ଲଗ କ୍ୟାରିୟର ବିମାନ ଏଏନ-୨୨୫ ମରିୟାକୁ ନଷ୍ଟ କରି ଦେଇଛି...

Advertisement
Archives

Model This Week