ଆପାର୍ଟମେଣ୍ଟରୁ ଖସି ଛାତ୍ରୀ ମୃତ୍ୟୁ ଘଟଣା: ରହସ୍ୟ ସୃଷ୍ଟି କଲା ମୃତା ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବଡଗଡ଼ ଥାନା ଅନ୍ତର୍ଗତ ବିଜେବି ନଗରସ୍ଥିତ ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସି ଅଷ୍ଟମ ଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ରଙ୍କ ରବିବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ତାହାକୁ ନେଇ ଏବେ ବି ସସ୍‌ପେନ୍ସ ଲାଗି ରହିଛି। ହେଲେ ସୋମବାର କୃତ୍ତିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ନାନା ରହସ୍ୟ ସୃଷ୍ଟି କରିଛି। ମୃତ୍ୟୁ ପୂର୍ବରୁ କୃତ୍ତିକା ଇନ୍‌ଷ୍ଟାଗ୍ରାମରେ ଜଣେ ସାଙ୍ଗଙ୍କ ସହ ଚାଟ୍‌ କରି କିଛି ପୋଷ୍ଟ ଛାଡ଼ିଥିଲେ। ଉକ୍ତ ପୋଷ୍ଟର ରହସ୍ୟକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଥିବାବେଳେ ବାହ୍ୟ ପ୍ରେରଣା କିମ୍ବା ଗଭୀର ବିଷାଦ ମୃତ୍ୟୁକୁ ଡାକି ଆଣିଥିବା ସଙ୍କେତ ମିଳୁଛି।

ପୋଷ୍ଟରେ ରହିଛି
‘ବାଏ ବାଏ ପିପୁଲ’
କୃତ୍ତିକା ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ‘ବାଏ ବାଏ ପିପୁଲ’ ଲେଖି ପୋଷ୍ଟ କରିଥିଲେ। ଏହାକୁ ଦେଖି ତାଙ୍କ ସାଙ୍ଗ ପଚାରିଥିଲେ କୁଆଡେ ଯାଉଛ? ଉତ୍ତରରେ କୃତ୍ତିକା ଲେଖିଥିଲେ ହେଭେନ୍‌(ସ୍ବର୍ଗ)କୁ ଯାଉଛି। କୃତ୍ତିକାଙ୍କ ଏଭଳି ପୋଷ୍ଟ ମାମଲାକୁ ଅଧିକ ରହସ୍ୟ କରିଦେଇଛି। କୃତ୍ତିକା ଆତ୍ମହତ୍ୟା କରିଥିବା ତାଙ୍କ ପୋଷ୍ଟରୁ ଅନୁମାନ କରାଯାଉଥିଲେ ମଧ୍ୟ ପୋଲିସ କିପରି ଏହାକୁ ପ୍ରମାଣିତ କରିବ ତାହାକୁ ନେଇ ଅଡୁଆରେ ପଡିଛି। ସେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ଗ୍ରହଣ କଲେ, ଏଭଳି ପୋଷ୍ଟ କାହିଁକି ସୋସିଆଲ ମିଡିଆରେ ଲେଖିଲେ – ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ। ଚାଟ୍‌ କରିଥିବା ସାଙ୍ଗଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ ବୋଲି ଜଣାପଡିଛି।

ମଥାରେ ‘ପରଫେକ୍ଟ ଲେଖା’କୁ ନେଇ ଆଶ୍ଚର୍ଯ୍ୟ ପରିବାର
ଅନ୍ୟପକ୍ଷରେ ମୃତ୍ୟୁ ପରେ କୃତ୍ତିକାଙ୍କ ମଥାରେ ‘ପରଫେକ୍ଟ’ ଲେଖାଥିବା ଦେଖିବାକୁ ମିଳିଥିଲା। ଏହି ଲେଖାକୁ ନେଇ ପରିବାର ଓ ଆପାର୍ଟମେଣ୍ଟ ବାସିନ୍ଦା ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କ’ଣ ପାଇଁ କୃତ୍ତିକା ନିଜ ମଥାରେ ଇଂଲିଶରେ ଏଭଳି ଲେଖିଥିଲେ? ତାଙ୍କ ମୃତ୍ୟୁ ସହ ଏହି ଲେଖାର କିଛି ସଂଯୋଗ ରହିଛି କି? ଏହା ପଛରେ ନିଶ୍ଚିତ କିଛି ରହସ୍ୟ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମୃତ୍ୟୁ ପୂର୍ବରୁ ତାଙ୍କର ମାନସିକ ଅବସ୍ଥା, କାର୍ଯ୍ୟକଳାପ କିପରି ଥିଲା ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଜରୁରୀ ହୋଇପଡିଛି।

ଖାଲିପଡ଼ିଥିଲା ପରୀକ୍ଷା ସିଟ୍‌ ନଂ. ୮ଏ-୨୩, କାନ୍ଦିଲେ ସହପାଠୀ
କୃତ୍ତିକା ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ବଡ଼ଗଡ଼ ବିଜେଇଏମ୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ସେ ହାରାହାରି ୯୦ ପ୍ରତିଶତ ମାର୍କ ରଖୁଥିଲେ। ଏବେ ସ୍କୁଲରେ ଚାଲିଥିବା ପରୀକ୍ଷାରେ ସୋମବାର ସଂସ୍କୃତ ବିଷୟ ଥିଲା। କୃତ୍ତିକାଙ୍କ ସମସ୍ତ ସାଙ୍ଗ ପରୀକ୍ଷା ଦେଉଥିଲେ ମଧ୍ୟ କୃତ୍ତିକାଙ୍କ ସିଟ୍‌ ନଂ.୮ଏ-୨୩ ଖାଲି ପଡ଼ିଥିଲା। ହେଲେ ଉକ୍ତ ସିଟ୍‌ ନିକଟରେ ବସିଥିବା ତାଙ୍କ ସାଙ୍ଗମାନେ କିନ୍ତୁ କୃତ୍ତିକାଙ୍କ ମୃତ୍ୟୁ ସମ୍ପର୍କରେ ଜାଣିପାରି ନ ଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରୁ ଜାଣିବା ପରେ ସମସ୍ତେ କାନ୍ଦି ପକାଇଥିଲେ। କୃତ୍ତିକା ଜଣେ ଭଲ ସାଙ୍ଗ ଥିଲେ। ସାଙ୍ଗଙ୍କ ମେଳରେ ହସଖୁସିରେ ରହୁଥିଲେ। ତାଙ୍କର ଏଭଳି ହଠାତ ମୃତ୍ୟୁକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି।

ପୂରା ଘଟଣାର ଅନୁସନ୍ଧାନ ହେବା ଆବଶ୍ୟକ: ସ୍କୁଲ ଅଧ୍ୟକ୍ଷା

କୃତ୍ତିକାଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସେ ପଢ଼ୁଥିବା ବିଜେଇଏମ୍‌ ସ୍କୁଲର ଅଧ୍ୟକ୍ଷା ସନ୍ଧ୍ୟା ଜେନା। ସେ କହିଛନ୍ତି, ଇନ୍‌ଷ୍ଟାଗ୍ରାମ୍‌ ବିଷୟରେ ଆମକୁ କିଛି ଜଣା ନ ଥିଲା। ଏସବୁ ଜାଣି ଆମେ ଭାବୁଛୁ ଏହି ଘଟଣାରେ ଅନ୍ୟକିଛି ଦିଗ ରହିଛି। ଆମେ ଏ ପର୍ଯ୍ୟନ୍ତ ଏତିକି ଜାଣିଥିଲୁ ଯେ, ପିଲାଟି ଟେରାସରୁ ଖସିପଡିବାରୁ ମୃତ୍ୟୁ ଘଟିଥିଲା। ନିଶ୍ଚିତ ମୃତ୍ୟୁ ପଛରେ ରହସ୍ୟ ରହିଛି। ପୂରା ଘଟଣାର ଅନୁସନ୍ଧାନ ହେଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଅଧ୍ୟକ୍ଷା ଜେନା କହିଛନ୍ତି।

ଏବେ ବି ରହସ୍ୟରେ ଏକାଧିକ ଆତ୍ମହତ୍ୟା ମାମଲା
କମିଶନରେଟ ପୋଲିସ ଇଲାକାରେ ଏକାଧିକ ଆତ୍ମହତ୍ୟା ମାମଲା କେବଳ ରହସ୍ୟ ହୋଇ ରହିଯାଇଛି। ପୋଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି କିଛିଦିନର ତତ୍ପରତା ପ୍ରକାଶ କରି ଚୁପ୍‌ ରହୁଛି। ଫଳରେ ଆତ୍ମହତ୍ୟାର ରହସ୍ୟ ସାମ୍ନାକୁ ଆସୁଛି। ଖଣ୍ଡଗିରି ବ୍ୟାଙ୍କ୍‌ ମ୍ୟାନେଜର ଆତ୍ମହତ୍ୟା, ନୟାପଲ୍ଲୀ ବେହେରା ସାହିରେ ଛାତ୍ରୀ ଆତ୍ମହତ୍ୟା, ଧଉଳି ଆଇନଜୀବୀ ଦୀପାଳି ଆତ୍ମହତ୍ୟା, ଭିଏସ୍‌ଏସ୍‌ ନଗର ଛାତ୍ର ନେତାଙ୍କ ଆତ୍ମହତ୍ୟା ଏପରି ଅନେକ ମାମଲା କମିଶନରେଟ ପୋଲିସର କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri