ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ଜଣେ ଗିରଫ

ପୁରୀ ଅଫିସ, ୩୦ା୧: ଗତ କିଛି ମାସ ଧରି ପୁରୀ ସହରରେ ଏକ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ ସକ୍ରୀୟ ଥିଲା। ନିଜକୁ ପୋଲିସ ପରିଚୟ ଦେଇ ଏହି ଗ୍ୟାଙ୍ଗର ଲୁଟେରାମାନେ ବିଭିନ୍ନ ସ୍ଥାନରେ କୌଶଳ କ୍ରମେ ମହିଳାଙ୍କଠାରୁ ସୁନାଗହଣା ଲୁଟି ଫେରାର ହୋଇଯାଉଥିଲେ। ବୁଧବାର ପୁରୀ ଟାଉନ ଥାନା ପୋଲିସ ଏହି ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଗିରଫ କରିଛି। ସେ ହେଲେ ଭୋପାଳର ଅମଜାଦ୍‌ ଅଲ୍ଲି (୩୯)। ପୋଲିସ ତାଙ୍କ ନିକଟରୁ ୨୯.୩୬୦ ଗ୍ରାମର ଏକ ସୁନାଚେନ ସହ ଲକେଟ, ୪.୩୦୦ ଗ୍ରାମର ୨ଟି ସୁନାଚୁଡ଼ିି, ନକଲି ସୁନା ଓ ରୁପା ଅଳଙ୍କାର, ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ, ଡେବିଟ୍‌ କାର୍ଡ, ଏଟିଏମ୍‌ କାର୍ଡ ଜବତ କରିଛି। ଜବତ ଗହଣାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ବିଜୟକୃଷ୍ଣ ମହାପାତ୍ର ନାମକ ବ୍ୟକ୍ତି ବାଇକରେ ଟାଉନ ହଲ ଛକରୁ କୋର୍ଟ ଆଡକୁ ଯାଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ପଛପଟୁ ଡାକି ଅଟକାଇଥିଲେ। ନିଜକୁ ପୋଲିସ ପରିଚୟ ଦେଇ ସୁନାଚେନ୍‌ ପିନ୍ଧି କାହିଁକି ବୁଲୁଛନ୍ତି, ଲୁଟେରା ମାତିଛନ୍ତି ତେଣୁ ଏହାକୁ ବାହାର କରି ଦିଅନ୍ତୁ ବୋଲି କହିଥିଲେ। ବିଜୟ ୮୦ ଗ୍ରାମର ସୁନାଚେନ୍‌, ୧୨ଗ୍ରାମର ଦୁଇଟି ଗୋଲ୍ଡ ରିଙ୍ଗ (ଯାହାର ହାରାହାରି ମୂଲ୍ୟ ପ୍ରାୟ ୪ଲକ୍ଷ) ବାହାର କରିବାବେଳେ ସମ୍ପୃକ୍ତ ବ୍ୟକ୍ତି କୌଶଳ କ୍ରମେ ତାଙ୍କଠାରୁ ସୁନାଚେନ୍‌ ଲୁଟି ଫେରାର ହୋଇଯାଇଥିଲେ। ବିଜୟଙ୍କ ଅଭିଯୋଗ କ୍ରମେ ପୋଲିସ ଆଇପିସି ଦଫା ୪୧୯, ୪୨୦, ୩୭୯, ୩୪ରେ କେସ୍‌ ନଂ. ୨୩୩/୧୯ ରୁଜୁ କରିଥିଲା। ପୂର୍ବରୁ ପୋଲିସ ପରିଚୟ ଦେଇ ବିଭିନ୍ନ ସ୍ଥାନରୁ ଲୁଟ୍‌ ଘଟଣା ନେଇ ପୋଲିସ ଚିନ୍ତିତ ଥିଲା। ତେଣୁ ଏସ୍‌ପି ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା। କିଛିଦିନ ତଳେ କ୍ୟାଥଲିକ ଚର୍ଚ୍ଚ ନିକଟରେ କେତେଜଣ ଲୁଟେରା ଜ୍ୟୋତି ମହାପାତ୍ରଙ୍କଠାରୁ ଲୁଟ୍‌ ଉଦ୍ୟମ କରିବା ବେଳେ ସେ କୌଶଳ କ୍ରମେ ଜଣଙ୍କୁ କାବୁ କରି ଥାନାରେ ଜିମା ଦେଇଥିଲେ। ପୋଲିସ ତାଙ୍କୁ ଦୁଇ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଅଟକ ରଖି ଜେରା କରିଥିଲା। ସେ ଟାଉନ ଥାନା ଅଞ୍ଚଳରେ ଗୋଟିଏ ଓ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ୩ଟି ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ତାଙ୍କ ନାମ ଅମଜାଦ ଅଲ୍ଲୀ ଓ ଘର ମଧ୍ୟପ୍ରଦେଶର ଭୋପାଳରେ ବୋଲି ପୋଲିସ ଜାଣିବାକୁ ପାଇଥିଲା। ବୁଧବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସ ଭୋପାଳ ଯାଇ ଛାନଭିନ୍‌ କରିଥିଲେ ମଧ୍ୟ ନିରାଶରେ ଫେରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri