ଆନ୍ତଃରାଜ୍ୟ ସିବିଏସ୍‌ଇ କବାଡି ପ୍ରତିଯୋଗିତା ଉଦ୍‌ଯାପିତ

ଯାଜପୁର ରୋଡ,୧୪।୧୦(ନି.ପ୍ର)- ବ୍ୟାସନଗର ପବ୍ଲିକ ସ୍କୁଲରେ ଚାଲିଥିବା ଆନ୍ତଃରାଜ୍ୟ ସିବିଏସଇ କବାଡି ପ୍ରତିଯୋଗିତା ସୋମବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ୩ଟି ରାଜ୍ୟର ସିବିଏସ୍‌ଇ ବୋର୍ଡ ନିୟନ୍ତ୍ରଣାଧିନ ଇଂଲିଶ ମାଧ୍ୟମ ବିଦ୍ୟାଳୟସ୍ତରୀୟ ଭୁବନେଶ୍ୱର କ୍ଲଷ୍ଟର-୨ର ୩ଦିନ ବ୍ୟାପୀ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଅନ୍ତିମ ଦିବସରେ ୧୦ଟି ମ୍ୟାଚ୍‌ ଖେଳାଯାଇଥିଲା। ୧୭ବର୍ଷରୁ କମ ବର୍ଷ ବାଳିକା ବର୍ଗ, ୧୯ ବର୍ଷରୁ କମ ବାଳିକା ବର୍ଗ, ୧୭ ବର୍ଷରୁ କମ ବର୍ଷ ବାଳକ ବର୍ଗ ଓ ୧୯ ବର୍ଷରୁ କମ ବାଳକ ବର୍ଗ ମଧ୍ୟରେ ୪ଟି ଫାଇନାଲ ମ୍ୟାଚ୍‌ ଖେଳାଯାଇ ସେସବୁ ଗ୍ରୁପର ଚାମ୍ପିୟନ୍‌ ଓ ରନର୍ସ ଅପ୍‌ ଘୋଷଣା କରାଯାଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉସତ୍ବରେ ଅତିଥିମାନେ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ୧୯ବର୍ଷରୁ କମ୍‌ ବର୍ଷ ବାଳକ ବର୍ଗ ଫାଇନାଲରେ ଛତିଶଗଡ଼ର ବାଲସୀର ସରାଇପଲ୍ଲୀସ୍ଥିତ ପ୍ରତିଭା ପବ୍ଲିକ ସ୍କୁଲ ଚାମ୍ପିୟନ୍‌ ହୋଇଥିବାବେଳେ ସେହି ରାଜ୍ୟର ବିଳାସପୁରସ୍ଥିତ କ୍ୟାରିୟର ପଏଣ୍ଟ ୱାଲର୍‌ଡ ସ୍କୁଲ ରନର୍ସ ଅପ୍‌ ବିବେଚିତ ହୋଇଛି। ଓଡ଼ିଶାର ବଡ଼ବିଲସ୍ଥିତ ଜିନ୍ଦଲ ସ୍କୁଲ ୩ୟ ସ୍ଥାନ ଅଧିକାର କରିଛି। ସେହିପରି ୧୯ବର୍ଷରୁ କମ ବର୍ଷ ବାଳିକା ବର୍ଗରେ ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ପଦଭେଶ୍ୱର ଡିଏଭି ସ୍କୁଲ ଚାମ୍ପିୟନ୍‌ ହୋଇ ଟ୍ରଫି ଗ୍ରହଣ କରିଥିବାବେଳେ ଭୁବନେଶ୍ୱରର ବିକାଶ ରେସିଡେନସିଆଲ ରନର୍ସ ଅପ୍‌ କପ ହାସଲ କରିଛି। ସମ୍ବଲପୁରର ସେଭେନ ହିଲ ରେସିଡେନସିଆଲ ୩ୟ ସ୍ଥାନରେ ସୀମିତ ରହିଥିଲା। ଛତିଶଗଡର ବିଳାସପୁର ସ୍ଥିତ ଲଏଲା ସ୍କୁଲ ୧୭ ବର୍ଷରୁ କମ୍‌ ବର୍ଷ ବାଳକ ବର୍ଗରେ ଚାମ୍ପିୟନ୍‌ ହୋଇଥିବାବେଳେ ବରଗଡସ୍ଥିତ ସଂସ୍କାର ଇଣ୍ଟରନ୍ୟାଶନାଲ ରନର୍ସ ଅପ୍‌ ଏବଂ ବରଗଡର ବିକାଶ ରେସିଡେନସିଆଲ ୩ୟ ସ୍ଥାନ ଅଧିକୃତ କରିଥିଲା। ପୁନଶ୍ଚ, ୧୭ବର୍ଷରୁ କମ୍‌ ବର୍ଷ ବାଳିକା ବର୍ଗର ଫାଇନାଲ ବିଜେତା ହୋଇଛି ଟିଟ୍‌ଲାଗଡର ଦାଦାଜୀ ମନ୍ଦିର ଟ୍ରଷ୍ଟ। ଛତିଶଗଡ଼ର ରାୟପୁରସ୍ଥିତ ଶିଭମ୍‌ ବିଦ୍ୟାପୀଠ। ଏହି ଗ୍ରୁପର ରନର୍ସ ଅପ କପ୍‌ ହାତେଇ ନେଇଥିବାବେଳେ ଛତିଶଗଡର ବିଳାସପୁରର ଏସଇସି ରେଲୱେ ଏଚ୍‌ଆର ସ୍କୁଲ ନଂ.୨ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଉଦ୍‌ଯାପନୀ ଉସତ୍ବରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି, ଟାଟାଷ୍ଟିଲ, କଳିଙ୍ଗନଗରର ଜିଏମ ଆର.ଆର. ଶତପଥି, ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ମନୋରମା ପବ୍ଲିକେଶନର ଡାଇରେକ୍ଟର ଦେବୀପ୍ରସନ୍ନ ମହାନ୍ତି, ଆଡଭୋକେଟ ଚନ୍ଦ୍ରଶେଖର ପଣ୍ଡା ଓ ବିବେକାନନ୍ଦ ମହାନ୍ତି, ଭିପିଏସ ସଭାପତି ଭାରତ ଭୂଷଣ ଦେଓ, ସମ୍ପାଦିକା ଦେବସ୍ମିତା ସାହୁ, ଟ୍ରଷ୍ଟି ଉଷାମଞ୍ଜରୀ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ନାରାୟଣ ଚନ୍ଦ୍ର ରାଉଳ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri