ଆନ୍ତଃରାଜ୍ୟ କଫ୍‌ସିରପ ର଼୍ୟାକେଟର ୨ଗିରଫ

ବଲାଙ୍ଗୀର ଅଫିସ, ୨୦ା୫: ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରା ର଼୍ୟାକେଟ୍‌ ଚଳାଇଥିବା ସାନ ଓରଫ୍‌ ଗୋବିନ୍ଦ ନେଗୀ (୩୮) ଓ ପ୍ରଶାନ୍ତ କ୍ଷେତୀ (୪୨)ଙ୍କୁ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ଭୁବନେଶ୍ୱରରୁ ଗିରଫ କରିଛି ା ପୋଲିସ ଆଖିରେ ଧୂଳିଦେଇ ଗତ କିଛିମାସ ତଳେ ଏହି ର଼୍ୟାକେଟ୍‌ର ମୁଖ୍ୟ ସାନ ନେଗୀ ବଲାଙ୍ଗୀରରୁ ଚମ୍ପଟ ମାରିଥିଲେ ା ସେହିପରି ଗତ ୬ ତାରିଖରେ ବଲାଙ୍ଗୀର ଟାଉନ୍‌ ଥାନା ଭିତରୁ ପ୍ରଶାନ୍ତ କ୍ଷେତୀ ବି ଫେରାର ହୋଇଯାଇଥିଲେ ା ଗିରଫ ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ା
ବଲାଙ୍ଗୀର ସହର ବରପାଲିପଡାର ସାନ ଓ ମାଳପଡାର ପ୍ରଶାନ୍ତ କେତେଜଣ ସହଯୋଗୀଙ୍କୁ ଧରି ବେଶ୍‌ କିଛିବର୍ଷ ହେଲା ବଲାଙ୍ଗୀର ଓ ପଡୋଶୀ ଜିଲାମାନଙ୍କରେ ଅବାଧରେ କଫ୍‌ସିରପ କାରବାର କରିଆସୁଥିଲେ ା ବଲାଙ୍ଗୀର ସହରର ଗଳିକନ୍ଦିରେ ଏଜେଣ୍ଟ ରଖି ସାନଙ୍କ ଗୋଷ୍ଠୀ କଫ୍‌ ସିରପ କାରବାର କରୁଥିଲେ ା ଏହି ବ୍ୟବସାୟରୁ ବିପୁଳ ଟଙ୍କା ଆଦାୟ କରିବା ପରେ ସେମାନେ ପଡୋଶୀ ଜିଲାରେ ବ୍ୟବସାୟ ଆରମ୍ଭ କରିଥିଲେ ା କଫ୍‌ ସିରପର ବ୍ୟାପକ ବ୍ୟବହାର ଫଳରେ ସହରରେ ଅଶାନ୍ତି ସୃଷ୍ଟି ହୋଇଥିଲା ା ଏହି ବ୍ୟବସାୟକୁ କେନ୍ଦ୍ର କରି ଦୁଇଟି ହତ୍ୟା ଘଟଣା ଘଟିଥିତ୍ବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା ା ସହରର ଯୁବଗୋଷ୍ଠୀ କଫ୍‌ ସିରପ ନିଶାରେ ଅଭ୍ୟସ୍ତ ହୋଇ ପଡିବା ସହ ସେମାନେ ବହୁ ଆପରାଧିକ ଘଟଣାରେ ଲିପ୍ତ ହେଉଥିବା ଜଣାପଡିଥିଲା ା ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପୋଲିସ ଆଖିରେ ଧୂଳିଦେଇ ସାନ ନେଗୀ ଗୁପ୍ତ ଆଡ୍ଡା କରି କାରବାର ଚଳାଇ ଆସୁଥିଲେ ା ଗତ ମାର୍ଚ୍ଚ ୨୧ ତାରିଖରେ ସ୍ଥାନୀୟ ପୋଲିସ ବଲାଙ୍ଗୀର ରେଳ ଷ୍ଟେଶନ୍‌ରୁ ଗୋଟିଏ ସ୍କ୍ବର୍ପିଓ ଏବଂ ଏକ ଟାଟା ଏସିଇ ଗାଡିରେ ଚାଲାଣ ହୋଇଥିତ୍ବା ୩୫୨୦ ବୋତଲ କଫ୍‌ସିରପ ଜବତ୍‌ କରିଥିଲା ା ଏହି ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଥିଲା ା ଛତିଶଗଡ଼ ରାଜଧାନୀ ରାୟପୁରର ସାଇକ୍ରିଷ୍ଣା ସର୍ଜିକୋ ନାମକ ଏକ ଦୋକାନରୁ ବଲାଙ୍ଗୀର ଶ୍ରୀସାଇ ମେଡିଫାର୍ମା ନାମରେ ଏହି କପ୍‌ ସିରପ ଆସୁଥିତ୍ବା ଜଣାପଡିଥିଲା ା ଗିରଫ ବ୍ୟକ୍ତିଙ୍କଠୁ ସୂଚନା ନେଇ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲେ ମଧ୍ୟ ସାନ ନେଗୀ ଫେରାର ହୋଇଯାଇଥିଲେ ା ଗତ ୬ ତାରିଖ ଦିନ ସାନଙ୍କ ସହଯୋଗୀ ପ୍ରଶାନ୍ତଙ୍କୁ ଟାଉନ୍‌ ଥାନା ପୋଲିସ ଗିରଫ କରିଥିଲେ ମଧ୍ୟ ସେ ଥାନାରୁ ଫେରାର ହୋଇଯାଇଥିଲା ା ଏହି ଘଟଣା ପରେ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇଥିଲା। ବିଶ୍ୱସ୍ତସୂତ୍ରରୁ ଖବର ପାଇ ଭୁବନେଶ୍ୱର ସିଆର୍‌ପି ଅଞ୍ଚଳରୁ ସାନ ନେଗୀ ଓ ଡେଲଟା ଅଞ୍ଚଳରୁ ପ୍ରଶାନ୍ତ କ୍ଷେତୀଙ୍କୁ ପୋଲିସ ଗିରଫ କରିଥିଲା। ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଏହି ଆନ୍ତଃରାଜ୍ୟ କଫ୍‌ସିରପ ଉପରେ ଅଧିକ ତଦନ୍ତ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଟାଉନ୍‌ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ା ସମ୍ମିଳନୀରେ ଟାଉନ୍‌ ଥାନା ଆଇଆଇସି ତୋଫାନ୍‌ ବାଗ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri