ଭୁବନେଶ୍ୱର,୨୬।୮:ଲୋକମାନଙ୍କ ଭିତରେ ନିଯୁକ୍ତି ହାସଲ କରିବାର କ୍ଷମତା ବଢ଼ାଇବା ଓ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ବିତ କରିବା ଲାଗି ଓଡ଼ିଶା ସରକାର ଆନୁଷଙ୍ଗିକ ଶିଳ୍ପ ପ୍ରତି ନିଜର ପ୍ରତିବଦ୍ଧତା ଓ ଗୁରୁତ୍ୱକୁ ଦୋହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଗୁରୁବାର ଓଡ଼ିଶା ଆସେମ୍ବ୍ଲି ଫର୍ ସ୍ମଲ୍ ଆଣ୍ଡ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (ଓସ୍ମି) ପକ୍ଷରୁ ଆୟୋଜିତ ପ୍ରୋପ୍ୟାକ୍ ଓଡ଼ିଶା-୨୦୨୨ର ଶୁଭାରମ୍ଭ ଅବସରରେ ଯୋଗଦେଇ ଏଭଳି କିଛି ମତବ୍ୟକ୍ତ କରିଛନ୍ତି। ସେହିଭଳି ଏହି ଲକ୍ଷ୍ୟ ହାସଲ କରିବା ଲାଗି ନାଲ୍କୋ ଓ ବେଦାନ୍ତ ସହଯୋଗରେ ରାଜ୍ୟ ସରକାର ଯଥାକ୍ରମେ ଅନୁଗୋଳ ଓ ଝାରସୁଗୁଡ଼ାରେ ଆଲୁମିନିୟମ ପାର୍କ ସ୍ଥାପନ କରୁଛନ୍ତି, ଯାହାର କାମ ଦ୍ରୁତଗତିରେ ଜାରି ରହିଛି। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ ଶିଳ୍ପ ପାର୍କ ସ୍ଥାପନ କରିବା ପାଇଁ ଇଡ୍କୋକୁ ଆସନ୍ତା ୩ବର୍ଷରେ ୬୦୦ କୋଟି ଟଙ୍କା ଆବଣ୍ଟନ କରାଯିବ। ସେହିପରି ଜିଲାସ୍ତରରେ ଶିଳ୍ପର ବିକାଶ ପାଇଁ ଜିଲା ଶିଳ୍ପ ବିକାଶ ଏଜେନ୍ସି ଜିଲାପାଳଙ୍କ ଅଧ୍ୟକ୍ଷତାରେ କାମ କରୁଥିବା ତ୍ରିପାଠୀ କହିଛନ୍ତି। ଏପରିକି ଓସ୍ମିର ୩୬ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଥିବା ପ୍ରୋପ୍ୟାକ୍ ଓଡ଼ିଶା ଏବଂ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍-୨୦୨୨ର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ଅସିତ କହିଥିଲେ, ଶିଳ୍ପ ପାର୍କ ପ୍ରତିଷ୍ଠା ବ୍ୟତୀତ ରାଉରକେଲା ଓ ମାଲକାନଗିରିକୁ ଯୋଡ଼ୁଥିବା ବିଜୁ ଏକ୍ସପ୍ରେସ୍ ୱେର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଇଡ୍କୋ ପକ୍ଷରୁ ୧୧ଟି ଶିଳ୍ପ କରିଡର ମଧ୍ୟ ସ୍ଥାପନ କରାଯାଉଛି। ଅନୁନ୍ନତ ଅଞ୍ଚଳରେ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାର ଖୁବ୍ଶୀଘ୍ର ଏକ ପ୍ରୋତ୍ସାହନ ଯୋଜନା ଘୋଷଣା କରିବା ଉପରେ ବିଚାର କରୁଛନ୍ତି ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଥିବା ତ୍ରିପାଠୀ ଏଭଳି ମତବ୍ୟକ୍ତ କରିିଛନ୍ତି। ଏହି ପରିପ୍ରେକ୍ଷୀରେ ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା କହିଛନ୍ତି, ଶିଳ୍ପସଂସ୍ଥାଗୁଡ଼ିକର ବିଦ୍ୟୁତ୍ ସମ୍ପର୍କିତ ସମସ୍ୟାକୁ ଶୁଣିବା ଲାଗି ରାଜ୍ୟର ସବୁ ବିଦ୍ୟୁତ୍ ବିତରଣକାରୀ କମ୍ପାନୀ (ଡିସ୍କମ୍) ଗୁଡ଼ିକୁ ସ୍ବତନ୍ତ୍ର ଏମ୍ଏସ୍ଏମ୍ଇ ସେଲ୍ ସ୍ଥାପନ କରିବାକୁ କୁହାଯାଇଛି। ଫଳରେ ଶିଳ୍ପସଂସ୍ଥାଗୁଡ଼ିକର ବିଭିନ୍ନ ସମସ୍ୟା ଗୋଟିଏ ସ୍ଥାନରେ ସମାଧନ ହୋଇଯିବ। ଏହି ସମସ୍ୟା ସମ୍ପର୍କରେ ଆମେ ଯାଜପୁରର କଳିଙ୍ଗନଗରଠାରେ ଆୟୋଜନ କରାଯାଇଥିବା ଇଣ୍ଡଷ୍ଟ୍ରି କେୟାର ବୈଠକ ବେଳେ ଜାଣିବାକୁ ପାଇଥିଲୁ। ଏଭଳି ଅନେକ ପ୍ରକାର ପଦକ୍ଷେପ ଜରିଆରେ ସରକାର ସବୁ ଜିଲାର ପ୍ରମୁଖ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ସହ ସମ୍ପର୍କରେ ରହିଛନ୍ତି ବୋଲି ରଞ୍ଜନା କହିଥିଲେ। ଓଡ଼ିଶାରେ ପ୍ରାୟ ୯୫% ସଂସ୍ଥା ଅଣୁ ସ୍ତରରେ ରହିଛନ୍ତି, ଯେଉଁମାନଙ୍କ ନିଯୁକ୍ତି ସୃଷ୍ଟି ପ୍ରତି ଯୋଗଦାନ ଆଦୌ ଉତ୍ସାହଜନକ ନୁହେଁ। ସେମାନେ କିଭଳି ଅତିକମ୍ରେ କ୍ଷୁଦ୍ର ସଂସ୍ଥାରେ ରୂପାନ୍ତରିତ ହେବେ ତାହା ସରକାର ଚାହୁଁଛନ୍ତି ଓ ସେଥିପାଇଁ ଦରକାର ସବୁ ପ୍ରକାର ସୁବିଧା ସୁଯୋଗ ଯଥା ପାଣ୍ଠି, ମାର୍କେଟିଂ ସୁବିଧା ଆଦି ପ୍ରଦାନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଚୋପ୍ରା ମତ ପ୍ରକାଶ କରିଛନ୍ତି। ସେହିପରି ଓସ୍ମିର ମହାସଚିବ ସାତ୍ୱିକ ସ୍ବାଇଁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ସଂଘର ବାର୍ଷିକ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। କଟକର ଚୌଦ୍ୱାରରେ ୩୦କୋଟି ଟଙ୍କା ନିବେଶରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଆମେ ପୂର୍ବ ଭାରତର ସର୍ବବୃହତ୍ ଇଞ୍ଜିନିୟରିଂ କମନ ଫାସିଲିଟି ସେଣ୍ଟର ସ୍ଥାପନ କରିବାକୁ ଯାଉଛୁ, ଯେଉଁଥିପାଇଁ ସରକାର ଆମକୁ ୬ ଏକର ଜମି ଦେଇଛନ୍ତି। ଏହା ବ୍ୟତୀତ ଇରାନ ସହ ଦ୍ୱିପାକ୍ଷିକ କାରବାର ବଢ଼ାଇବା ଲାଗି ଓସ୍ମି କାର୍ଯ୍ୟାଳୟରେ କିଛି ମାସ ପୂର୍ବରୁ ଇଣ୍ଡୋ-ଇରାନ ଟ୍ରେଡ୍ ସେଣ୍ଟର ମଧ୍ୟ ଖୋଲାଯାଇଥିବା ସ୍ବାଇଁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓସ୍ମିର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଶରତ କୁମାର ସାହୁ, ନାଲ୍କୋର ସିଏମ୍ଡି ଶ୍ରୀଧର ପାତ୍ର, ପି.କେ. ଗୁପ୍ତା, ଜଏଂଟ ଡାଇରେକ୍ଟର ଏବଂ ଏଚ୍ଓଓ, ଏମ୍ଏସ୍ଏମ୍ଇ-ଡିଏଫ୍ଓ, ଭାରତ ସରକାର, କଟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପରିଶେଷରେ ଉପସ୍ଥିତ ଅତିଥିମାନେ ବିଜେତାମାନଙ୍କୁ ଓସ୍ମି ପୁରସ୍କାର ପ୍ରଦାନ କରିଥିଲେ ଏବଂ ଓସ୍ମି ସ୍ମରଣିକା-୨୦୨୨କୁ ମଧ୍ୟ ଉନ୍ମୋଚନ କରିଥିଲେ। ଜାତୀୟ ସ୍ତରର ପ୍ରଦର୍ଶନୀ ପ୍ରୋପ୍ୟାକ୍ ଓଡ଼ିଶା-୨୦୨୨ ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ। ଏଥିରେ ସାରା ଭାରତର ପ୍ୟାକେଜିଂ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ୪୦ରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଏକ ବହୁଦେଶୀୟ କମ୍ପାନୀ ମଧ୍ୟ ଏଥିରେ ଯୋଡ଼ିହୋଇଛି। ଓଡ଼ିଶାରୁ ୧୦୦ରୁ ଅଧିକ ଏସ୍ଏମ୍ଇ ମଧ୍ୟ ଏହି ପ୍ରଦର୍ଶନରେ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମର ୨ ପର୍ଯ୍ୟାୟରେ ବିଭିନ୍ନ ବିଷୟରେ କର୍ମଶାଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା
କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…
‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ
ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…
ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ
କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…
ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର
ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…
ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….
ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…
ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…
ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ
ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…
ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…
ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…
Archives

