ଆନନ୍ଦପୁରରେ ଖୋଲିଲାନି ଧାନମଣ୍ଡି: କୋହଲା ପାଗ ଦେଖି ଚାଷୀ ମନରେ ଛନକା

ଘସିପୁରା, ୯।୧୨ (ଡି.ଏନ.ଏ.)-କେନ୍ଦୁଝରର ଭାତ ହାଣ୍ଡି ଭାବେ ପରିଚିତ ଆନନ୍ଦପୁର କୃଷି ଜିଲାରେ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଧାନ ଫସଲ ଅମଳ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ଅଧିକାଂଶ ଚାଷୀ ମାନେ ବିଲରୁ ଧାନ ଆଣି ଖଳାରେ ବହୁଦିନ ହେବ ସାଇତି ରଖିଛନ୍ତି। କେବେ ମଣ୍ଡି ଖୋଲିବ, ଆଉ ସେମାନେ ନିଜ ନିଜର ଉତ୍ପାଦିତ ଫସଲକୁ ସରକାରଙ୍କୁ ବିକ୍ରି କରିବେ ସେହି ଅପେକ୍ଷାରେ ଚାଷୀକୂଳ ଦିନ କାଟୁଥିବା ବେଳେ ମଣ୍ଡି ଖୋଲିବାରେ ବିଳମ୍ବକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ପରିବର୍ତ୍ତନ ହେଉଥିବା ପାଗ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଗତ ଶନିବାର ଓ ରବିବାର ପାଗ ସାମାନ୍ୟ କୋହଲା ହେବାରୁ ସାଇତି ରଖିଥିବା ଅମଳ ଫସଲକୁ ନେଇ ସତେ ଯେପରି ଚାଷୀ ମନରେ ଛନକା ପଶିଛି। ଅପରପକ୍ଷେ କେତେକ ସଚେତନ ଚାଷୀ ମଣ୍ଡି ଖୋଲି ନ ଥିବା ସମସ୍ୟା ସମ୍ପର୍କରେ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇ ଯଥାଶୀଘ୍ର ମଣ୍ଡି ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ମିଳିଥିବା ସୂଚନାନୁଯାୟୀ, ଚଳିତ ଖରିଫ ଋତୁରେ ଆନନ୍ଦପୁର କୃଷି ଜିଲାର ପ୍ରାୟ ୩୮ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ହୋଇଛି। ଏଥିମଧ୍ୟରୁ ହାଟଡିହୀ ବ୍ଲକର ୧୮ ହଜାର ହେକ୍ଟର, ଘସିପୁରା ବ୍ଲକର ୧୧ହଜାର ହେକ୍ଟର ଓ ଆନନ୍ଦପୁର ବ୍ଲକର ୯ହଜାର ହେକ୍ଟର ଚାଷଜମି ରହିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏଥିମଧ୍ୟରୁ ୬୦ପ୍ରତିଶତରୁ ଅଧିକ ଚାଷଜମିର ଅମଳ ଫସଲକୁ ଚାଷୀ ବିଲରୁ କାଟି ନେଇଛନ୍ତି। ଚାଷୀମାନେ ଅମଳ ଫସଲକୁ ସାଧାରଣତଃ ବାଡ଼ି ଖଳାରେ ସାଇତି ରଖିଛନ୍ତି। ଚଳିତ ଖରଫ ଋତୁ ପାଇଁ ସମଗ୍ର ଜିଲାରେ ୮୦ରୁ ଅଧିକ ଧାନମଣ୍ଡି ଖୋଲା ଯାଇ ଚାଷୀଙ୍କଠାରୁ ଧାନ କିଣିବାକୁ ମିଷ୍ପତ୍ତି ହୋଇଛି। କିନ୍ତୁ ଅଦ୍ୟାବଧି ସରକାରଙ୍କ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀ ମାନେ ଚିନ୍ତାରେ ଦିନ କାଟୁଛନ୍ତି। ଗତ ଦୁଇ ଦିନ ହେବ ପାଗ କୋହଲା ହେଉଥିବାରୁ ବର୍ଷା ଆଶଙ୍କାରେ ଚାଷୀଙ୍କ ମନରେ ଛନକା ପଶିଛି। ବର୍ଷାଭଳି ପରିସ୍ଥିତି ସୃଷ୍ଟି ହେଲେ ବ୍ୟାପକ ଅମଳ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ଥିବା ଚାଷୀ ମାନେ କହିଛନ୍ତି। ମଣ୍ଡି ନ ଖୋଲିବା ସମସ୍ୟା ସମ୍ପର୍କରେ ଭୋଳନୁଆଗାଁର ସଚେତନ ଚାଷୀ ଜୟନ୍ତ କୁମାର ମିଶ୍ର ଟ୍ବିଟ ଯୋଗେ ଯୋଗାଣ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମନ୍ତ୍ରୀ ସ୍ବାଇଁ ତୁରନ୍ତ ମଣ୍ଡିଖୋଲିବା ନେଇ ପଦକ୍ଷେପ ନେବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri