ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ

ଲେଫ୍ରିପଡା,୨୯।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଲେଫ୍ରିପଡା ବ୍ଲକ୍‌ କାର୍ଯ୍ୟାଳୟଠାରେ ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିକାଶ ପରିଷଦର ଅଧ୍ୟକ୍ଷ ବିନୟ କୁମାର ଟପୋ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ରାଜ୍ୟରେ ଆଦିବାସୀ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ଉଜ୍ଜୀବିତ କରିବା ଏବଂ କ୍ରୀଡା କ୍ଷେତ୍ରରେ ଉନ୍ନତି କରିବା ସକାଶେ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ବୋଲି ସେ ମତାମତ ପ୍ରଦାନ କରିଥିଲେ। ସୁନ୍ଦରଗଡ଼ ସଦରର ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲାର ଆଦିବାସୀମାନଙ୍କ ସକାଶେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ରହିଛି। ଏଥିରେ ଜିଲାର ସମସ୍ତ ଆଦିବାସୀ ଭଉଣୀଭାଇ ଉନ୍ନୟନ ଦିଗରେ ସାମିଲ ହୋଇ ରାଜ୍ୟ ସରକାରଙ୍କର ବିକାଶଧାରାରେ ସାମିଲ ହେବା ପାଇଁ ଉଦ୍‌ବୋଧନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲେଫ୍ରିପଡା ବ୍ଲକ ଅଧ୍ୟକ୍ଷା କାମିନୀ କାଲୋ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ରାଣୀ ରାଜ୍‌୍‌, ବ୍ଲକ ଶିକ୍ଷା ଅଧିକାରୀ ହରେକୃଷ୍ଣ ପୁରୋହିତ, ହେମଗିର ବ୍ଲକ ଅଧ୍ୟକ୍ଷା ସୁଧାରାଣୀ ରଉଡିଆ, ଲେଫ୍ରିପଡା ସମିତି ସଭ୍ୟା ଜୟନ୍ତୀ ଗର୍ଡିଆ, ସରପଞ୍ଚ ମଦନ ଛତ୍ରିଆ, ମଶାବିରା ସମିତିସଭ୍ୟ ସୁମନ୍ତ ପୂଜାରୀ, ହେମଗିର ବ୍ଲକ୍‌ ବିଜେଡି ସଭାପତି ସୁକାନ୍ତ ପତି, ରମେଶ ପାଣ୍ଡେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ପରେ ଲେଫ୍ରିପଡା ବ୍ଲକ ଏବଂ ହେମଗିର ବ୍ଲକ୍‌ର ଓରାମ, ଖଡିଆ, କିଷାନ ସମ୍ପ୍ରଦାୟର ୧୧ଗୋଟି ଡ୍ୟାନ୍ସ ଗ୍ରୁପ୍‌, ୯ ଫୁଟ୍‌ବଲ ଟିମ୍‌ ଏବଂ ୧୭ଟି କୀର୍ତ୍ତନ ମଣ୍ଡଳୀଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗୀତାଞ୍ଜଳି ଟପୋ ମଞ୍ଚ ପରିଚାଳନା କରିଥିଲେ। ଲେଫ୍ରିପଡା ଲ୍ୟାମ୍ପ୍‌ସ ସଭାପତି ତଥା ବିଜେଡି ଯୁବ ନେତା ସୁନିଲ କୁମାର କାଲୋ, ହୃଦାନନ୍ଦ ସାହୁ, ଭବାନୀ ବିରଗଣ୍ଠିଆ, ପ୍ରଶାନ୍ତ ପୃଷେଠ୍‌, ଟଙ୍କଧର ବେହେରା, ବିଭୂତି ପଟେଲ, ସୁମନ୍ତ ନାଏକ, ଗୋଲାପ ପଟେଲ, ବୈଷ୍ଣବ ମାଝି ପ୍ରମୁଖ ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri