ଆଦିବାସୀ ଅଞ୍ଚଳରୁ ଇଣ୍ଟରନ୍ୟାଶନାଲ ଫ୍ୟାଶନ ଶୋ: ‘ହୋ’ ସମ୍ପ୍ରଦାୟର ବିଉଟି କୁଇନ୍‌ ରେହା ରେଶମ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବିଭିନ୍ନ ବିଉଟି ପାଜେଣ୍ଟରେ ଓଡ଼ିଶାର ପ୍ରତିଯୋଗୀମାନେ ବାଜି ମାରିଛନ୍ତି। ମିସ୍‌ରୁ ମିସେସ୍‌ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ଓଡ଼ିଆ ପ୍ରତିଭାଙ୍କ ଲମ୍ବା ତାଲିକା ରହିଛି। ଏବେ ଜଣେ ଓଡ଼ିଶା ଜନ୍ମିତ ଆଦିବାସୀ ଝିଅ ରେହା ରେଶମ ବରୀ ଫ୍ୟାଶନ କ୍ଷେତ୍ରରେ ପାଲଟିଛନ୍ତି ପରିଚିତ ଚେହେରା। ‘ହୋ’ ଜନଜାତି ସମ୍ପ୍ରଦାୟର ରେହା ଏକ ବିଶ୍ୱସ୍ତରୀୟ ଫ୍ୟାଶନ ଶୋ’ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣକରିଛନ୍ତି।
ରେହା ୨୦୧୬ରେ ‘ଓ୍ବାର୍ଲଡ୍‌ ସୁପର ମଡେଲ୍‌ ଇଣ୍ଡିଆ’ ପ୍ରତିଯୋଗିତାରେ ରନର୍ସଅପ୍‌ ହୋଇ କୃତିତ୍ୱ ଅର୍ଜନ କରିଥିଲେ। ଓଡ଼ିଶାରୁ ପ୍ରତିନିଧିତ୍ୱ କରି ସେ ଏଥିରେ ‘ଫେସ୍‌ ଅଫ୍‌ ଦି ପାଜେଣ୍ଟ’ ଟାଇଟଲ୍‌ ଜିତିଥିଲେ। କେବଳ ଏତିକି ନୁହେଁ, ଏମ୍‌ ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟାଲିଟି ଶୋ’ ‘ଇଣ୍ଡିଆସ୍‌ ନେକ୍‌ଷ୍ଟ ଟପ୍‌ ମଡେଲ’ରେ ଅଂଶଗ୍ରହଣ କରି ସେ ଦେଶର ଜଣେ ଖ୍ୟାତିସମ୍ପନ୍ନ ମଡେଲ୍‌ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ସେହିପରି ୨୦୧୭ରେ ରେହା ମିସ୍‌ ମହାରାଷ୍ଟ୍ର କୁଇନ୍‌ କ୍ରାଉନ୍‌ ଜିତିବା ସହ ୨୦୧୬ରେ ଚେନ୍ନାଇର ମେଗା ମଡେଲ୍‌ ହଣ୍ଟ୍‌ ପ୍ରତିଯୋଗିତାର ବିଜେତା ହୋଇଥିଲେ।
୨୦୧୬ରେ ଓ୍ବାର୍ଲଡ୍‌ ସୁପର ମଡେଲ୍‌ ପାଜେଣ୍ଟର ସଫଳତା ପରେ ମଡେଲିଂ ଏବଂ ଫ୍ୟାଶନ ଜଗତରେ ସେ ଆଉ ପଛକୁ ଫେରି ନ ଥିଲେ। ଗୋଟିଏ ପରେ ଗୋଟିଏ ଟାଇଟଲ୍‌ ଓ କ୍ରାଉନ୍‌ ସହ ସେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରୀୟ ବହୁ ଫ୍ୟାଶନ ଶୋ’ ଯୋଗଦେଇ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ଲାକ୍‌ମୀ ଫ୍ୟାଶନ ଓ୍ବିକ୍‌, ଟେକ୍‌ ଫ୍ୟାଶନ ଟୁର୍‌, ଇଣ୍ଡିଆ ବିଚ୍‌ ଫ୍ୟାଶନ ଓ୍ବିକ୍‌, ବ୍ଲେଣ୍ଡର୍ସ ପ୍ରାଇଡ୍‌ ଫ୍ୟାଶନ ଟୁର୍‌ ଭଳି ଏକାଧିକ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଛି। ଏଥିସହିତ ଦେଶର ବହୁ ଖ୍ୟାତନାମା ଡିଜାଇନରଙ୍କ ପାଇଁ ସେ କାମ କରିଛନ୍ତି। ଅନୀତା ଡଙ୍ଗ୍‌ରୀ, ମନୀଷ ଅରୋରା, ରକି ଷ୍ଟାର୍‌, ବିକ୍ରମ ଫଡ୍‌ନିସ୍‌, ନିଧି ମୁନିମ୍‌, ଅର୍ଚ୍ଚନା କୋଚର୍‌, ଲଳିତ ଡାଲ୍‌ମିଆ, ନିଖିଲ ଥାମ୍ପି, ଅନୁପମା ଦୟାଲଙ୍କ ଭଳି ବହୁ ଡିଜାଇନରଙ୍କ ଆଗଧାଡ଼ିର ମଡେଲ ରହିଛନ୍ତି ରେହା। ଭାରତୀୟ ଫ୍ୟାଶନ ଜଗତର ଏହି ପରିଚିତ ଚେହେରା ଗଲଙ୍ଗ ଗବାନ୍‌, ଅର୍ଚ୍ଚନା କୋଚ୍ଚର ଏବଂ ନିକିତା ମହେସଲ୍‌କରଙ୍କ ଭଳି ଡିଜାଇନରଙ୍କ ପାଇଁ କାଟାଲଗ୍‌ ଶୁଟ୍‌ ମଧ୍ୟ କରିଛନ୍ତି।
କଠିନ ପରିଶ୍ରମରେ ବିଶ୍ୱାସ ରଖୁଥିବା ରେହା ଅଭିନୟ ଓ ମଡେଲିଂ ନିଶାରେ ଅଧାରୁ ପାଠପଢା ଛାଡ଼ି ୧୭ବର୍ଷ ବୟସରେ ଫ୍ୟାଶନ ଶୋ’ରେ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଅନୁପମ ଖେର୍‌ଙ୍କ ‘ଦି ସ୍କୁଲ୍‌ ଅଫ୍‌ ଆକ୍ଟର୍ସ’ରୁ ଆକ୍ଟିଂରେ ଡିଗ୍ରୀ ହାସଲ କରିଥିବା ରେହା ଆଗକୁ ଯାଇ ଜଣେ ସୁପର ମଡେଲ୍‌ ସହ ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଅନୁଗୋଳର କେରଜାଙ୍ଗ ଗ୍ରାମର ରେହା ଏବେ ମୁମ୍ବାଇରେ ରହୁଥିବା ବେଳେ ଗାଇବା ଓ ନୃତ୍ୟରେ ଆଗ୍ରହ ରଖିଛନ୍ତି। ସୁଯୋଗ ଥାଇ ମଧ୍ୟ ଅନେକେ ସଫଳତା ପାଉନାହାନ୍ତି। କିନ୍ତୁ ରେହା କଠିନ ପରିଶ୍ରମ ବଳରେ ଗ୍ଲାମର ଭଳି ଦୁନିଆରେ ସଫଳତାର ଶୀର୍ଷରେ ପହଞ୍ଚତ୍ଛନ୍ତି। ଆଗକୁ ସେ ଭିକ୍ଟୋରିଆ ସିକ୍ରେଟ୍‌ ଏଞ୍ଜେଲ୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି।
ଇପିକଲ୍‌ ଏମ୍‌ଡି ତଥା ପ୍ରଶାସନିକ ଅଧିକାରୀ ନିତିନ ଜାଓ୍ବଲେ ରେହାଙ୍କ ଏହି ସଫଳତାରେ ଅଭିନନ୍ଦନ ଜଣାଇବା ସହ ସୌନ୍ଦର୍ଯ୍ୟ କ୍ଷେତ୍ରରେ ଥିବା ପୁରାତନ ଚିନ୍ତାଧାରାକୁ ପଛରେ ପକାଇ ରେହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri