ଆଦିତ୍ୟ ମେମୋରିଆଲ କୁଇଜ୍‌-୨୦୧୯: ଲୟୋଲା ସ୍କୁଲ୍‌ ଚାମ୍ପିୟନ; ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ପ୍ରଥମ ରନର୍ସଅପ୍‌,ମଦର୍ସ ପବ୍ଲିକ ସ୍କୁଲ ଦ୍ୱିତୀୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଲୟୋଲା ସ୍କୁଲ ଓ ଆଦିତ୍ୟ ମେମୋରିଆଲ ଫାଉଣ୍ଡେଶନ ପକ୍ଷରୁ ନବମ ଆଦିତ୍ୟ ମେମୋରିଆଲ କୁଇଜ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଗଡ଼, ବିହାରର ୨୫ଟି ସ୍କୁଲ୍‌ରୁ ୨୧୬ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। କୁଇଜ ମାଷ୍ଟର ବିଶ୍ୱାସ ରଥ ଓ ଅନିରୁଦ୍ଧଙ୍କ ପ୍ରଶ୍ନକୁ ଅତି କୌଶଳ ତଥା ବୁଦ୍ଧିମତ୍ତାର ସହିତ ପ୍ରତିଯୋଗୀମାନେ ସାମ୍ନା କରିଥିଲେ। ପ୍ରତିଯୋଗିତା ଚାଲିଥିବା ସମୟରେ ଭିନ୍ନ ଉତ୍ସାହ ଆଣିବା ପାଇଁ ଉପସ୍ଥିତ ଦର୍ଶକଙ୍କୁ ମଧ୍ୟ ଉତ୍ତର ଦେବାର ସୁଯୋଗ ଦିଆଯାଉଥିଲା। ତେବେ ଏହି କୁଇଜ ପ୍ରତିଯୋଗିତାରେ ଭୁବନେଶ୍ୱର ଲୟୋଲା ସ୍କୁଲ ଚାମ୍ପିୟନ ହୋଇଥିବାବେଳେ ପୁରସ୍କାର ବାବଦକୁ ୧୨ହଜାର ୫ଶହ ଟଙ୍କା ମିଳିଛି। ସେହିଭଳି ପ୍ରଥମ ରନର୍ସଅପ୍‌ ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ଓ ଦ୍ୱିତୀୟ ରନର୍ସଅପ୍‌ ମଦର୍ସ ପବ୍ଲିକ ସ୍କୁଲକୁ ପୁରସ୍କାର ବାବଦକୁ ଯଥାକ୍ରମେ ୭,୫୦୦ ଏବଂ ୫୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏଥିସହିତ ସେମିଫାଇନାଲକୁ ଯାଇଥିବା ୪ ଛାତ୍ରୀଙ୍କୁ ମଧ୍ୟ ୨୫୦୦ ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଛି।

ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ଆଇଟିଆର୍‌)ର ନିର୍ଦ୍ଦେଶକ ଡ. ବି. କେ. ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଡ. ଦାସ କହିଲେ, ଜୀବନ କ୍ଷଣିକ, ମୁହୂର୍ତ୍ତ ହେଉଛି ଦୀର୍ଘ। ଯଦି ଜୀବନ ସହିତ ମୁହୂର୍ତ୍ତକୁ ମିଶ୍ରଣ କରାଯାଏ ତେବେ ଜୀବନ ବହୁତ ଲମ୍ବା ହୋଇଯିବ। ତେଣୁ ପ୍ରତି ମୁହୂର୍ତ୍ତକୁ ଆମେ ସାମ୍ନା କରିବା ସହିତ ତାକୁ ହାସଲ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ଡ. ଦାସ କହିଥିଲେ। ଭାରତ ହେଉଛି ଏକ ଏମିତି ରାଷ୍ଟ୍ର ଯେଉଁଠି କଳା, ସଂସ୍କୃତି, ପରମ୍ପରାଠାରୁ ଆରମ୍ଭ କରି ବହୁତ କିଛି ଭରପୂର ହୋଇ ରହିଛି। ପ୍ରତି ମୁହୂର୍ତ୍ତରେ ଆମେ ଆମ ରାଷ୍ଟ୍ର ପାଇଁ କିଛି କରିବା ଉଚିତ। ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଜଣେ ଜଣେ ଭଲ ନାଗରିକ ହେବା ପାଇଁ ପରାମର୍ଶ ଦେଇ ସେ କହିଲେ, ନିଜ ଉପରେ ବିଶ୍ୱାସ ରଖ। ଏ ଦୁନିଆରେ ସବୁକିଛି ସମ୍ଭବ, କିଛି ହୋଇପାରିବ ନାହିଁ ବୋଲି ସେମିତି କିଛି ନାହିଁ। ଜୀବନରେ ଅନେକ ଘାତ ପ୍ରତିଘାତ ଆସିବ। କିନ୍ତୁ ତାକୁ ସାମ୍ନା କରି ଆଗକୁ ଯିବା ହେଉଛି ଜଣେ ଭଲ ମଣିଷର ପରିଚୟ। ଲୟୋଲା ସ୍କୁଲ ଅଧ୍ୟକ୍ଷ ଫାଦର ଭିକ୍ଟର ଏଫ୍‌. ମିସ୍‌କୁଇଥ ଯୋଗଦେଇ ପ୍ରତିଯୋଗିତାମୂଳକ ମନୋଭାବ ବଢ଼ାଇ ଛାତ୍ରୀଛାତ୍ରଙ୍କ ଜ୍ଞାନର ପରିସର ବୃଦ୍ଧି କରିବା ପାଇଁ ଏହି ପ୍ରତିଯୋଗିତାଟି ଯଥେଷ୍ଟ ଖୋରାକ ଯୋଗାଇ ଆସୁଥିବା କହିଛନ୍ତି। କାର୍ଯ୍ୟକ୍ରମରେ ସ୍କୁଲ୍‌ ଉପାଧ୍ୟକ୍ଷା ନନ୍ଦିତା ପଟ୍ଟନାୟକ, ରେକ୍ଟର ଫାଦର ଗିଲବର୍ଟ ମେଞ୍ଜେସ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ସୂଚନାଯୋଗ୍ୟ, ୨୦୧୦ରେ ଲୟୋଲା ସ୍କୁଲ ଛାତ୍ର ଆଦିତ୍ୟ ସାହୁଙ୍କର କ୍ୟାନସରରେ ମୃତ୍ୟୁ ଘଟିଥିଲା। ମେଧାବୀ ଛାତ୍ର ଆଦିତ୍ୟ କୁଇଜ୍‌ରେ ପାରଙ୍ଗମ ଥିଲେ। ତେଣୁ ତାଙ୍କର ସ୍ମୃତିଚାରଣ କରିବା ପାଇଁ ଏହି ପ୍ରତିଯୋଗିତା ଗତ ୯ବର୍ଷ ହେବ ଆଦିତ୍ୟ ମେମୋରିଆଲ ଫାଉଣ୍ଡେଶନ ପକ୍ଷରୁ ଲୟୋଲା ସ୍କୁଲର ସହଯୋଗରେ ଆୟୋଜିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri