ଆଦାନୀ ଦେବ ଓଡ଼ିଶାକୁ ଆଲୋକ;ଓପିଜିସିର ୪୯% ଅଂଶଧନ ହାସଲ କଲା

ଭୁବନେଶ୍ୱର,୨୪।୬ (ବ୍ୟୁରୋ) :ଓଡ଼ିଶା ପାଓ୍ବାର ଜେନେରେଶନ ଲିମିଟେଡ୍‌(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉତ୍ପାଦନକାରୀ କମ୍ପାନୀ ଆଦାନୀ ପାଓ୍ବାର ଲିମିଟେଡ୍‌ (ଏପିଏଲ୍‌) ନିକଟକୁ ଯିବ। ଏଥିଲାଗି ଓପିଜିସିର ଅନୁବନ୍ଧିତ ସଂସ୍ଥା ଏଇଏସ୍‌ କର୍ପୋରେଶନ ସହ ଆଦାନୀ ଶେୟାର ବିକ୍ରି ଏବଂ କ୍ରୟ ଚୁକ୍ତି (ଏସ୍‌ଏସ୍‌ପିଏ)ରେ ସାମିଲ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ଆଦାନୀ ଏଇଏସ୍‌ର ଓପିଜିସି ହୋଲ୍ଡିଂ ଏବଂ ଇଏସ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ଓପିଜିସିରେ ଥିବା ୮୯, ୩୦,୨୭୩ ଇକ୍ୱିଟି ଶେୟାରକୁ ଅଧିଗ୍ରହଣ କରିବ। ଅଧିଗ୍ରହଣର ମୋଟ ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି।
ଝାରସୁଗୁଡ଼ା ଜିଲା ବନହରପାଲିରେ ଓପିଜିସି ୧୭୪୦ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପରିଚାଳନା କରୁଛି। ଉକ୍ତ ପ୍ଲାଣ୍ଟରେ ଆଦାନୀ ବର୍ତ୍ତମାନ ଅଂଶୀଦାର ହୋଇଛି। ଫଳରେ ଓଡ଼ିଶାକୁ ଶକ୍ତି ଯୋଗାଣ କରିବା କ୍ଷେତ୍ରରେ ଆଦାନୀ କାର୍ଯ୍ୟ କରିବ ବୋଲି ସୂଚନା ରହିଛି। ସୁଲଭ ମୂଲ୍ୟରେ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଉକ୍ତ ୟୁନିଟ କାର୍ଯ୍ୟ କରୁଛି। ଉକ୍ତ ୟୁନିଟରେ କମ୍‌ ପ୍ରଦୂଷଣ ସହ ୧୩୨୦ ମେଗାଓ୍ବାଟ୍‌ର ସୁପର କ୍ରିଟିକାଲ ଫାସିଲିଟିକୁ ନିକଟରେ କାର୍ଯ୍ୟକ୍ଷମ କରାଯାଇଛି। ନିକଟବର୍ତ୍ତୀ କ୍ୟାପ୍ଟିଭ ଖଣିଗୁଡ଼ିକରୁ ଜାଳେଣି କୋଇଲା ଏହି ପ୍ଲାଣ୍ଟକୁ ଯୋଗାଣ ହେଉଛି। ଏହାବାଦ ରାଜ୍ୟ ସରକାରଙ୍କ ଗ୍ରୀଡ୍‌କୋ ସହ ୨୫ ବର୍ଷର ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି(ପିପିଏ)ରେ ଉକ୍ତ ପ୍ଲାଣ୍ଟ ସାମିଲ ହୋଇଛି।
ଓପିଜିସିର ବଳକା ୫୧% ଅଂଶ ଓଡ଼ିଶା ସରକାରଙ୍କ ନିକଟରେ ରହିବ ବୋଲି ଜଣାପଡ଼ିଛି। ଉକ୍ତ ଅଧିଗ୍ରହଣ ଚୁକ୍ତି ଦ୍ୱାରା ଆଦାନୀ ପ୍ରଥମକରି ରାଜ୍ୟର ଶକ୍ତି ଯୋଗାଣ କ୍ଷେତ୍ରରେ ପ୍ରବେଶ କରିଛି। ଦୀର୍ଘମିଆଦୀ ଭିତ୍ତିରେ ଓଡ଼ିଶାରେ ଉଚ୍ଚ ଗୁଣବତ୍ତା ଭିତ୍ତିଭୂମି ନିର୍ମାଣ ଏବଂ ପରିଚାଳନା ଏବଂ ରାଜ୍ୟ ସରକାରଙ୍କ ସହ ମିଳିତ ହୋଇ କାମ କରିବାକୁ ଉଦ୍ୟମ ଜାରି ରହିବ ବୋଲି ଆଦାନୀ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ଘରୋଇ ବଜାରରେ ଶକ୍ତ ସଂରକ୍ଷଣ ଏବଂ ଅଣପାରମ୍ପରିକ ଶକ୍ତି ଯୋଗାଣ ଦିଗରେ ଆଦାନୀ ଗ୍ରୁପ୍‌ ଏବଂ ଏଇଏସ୍‌ ମିଳିତ ହୋଇ କାମ କରିବେ। ରାଜ୍ୟରେ ସେବା ଯୋଗାଣ ନେଇ କମ୍ପାନୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ମଞ୍ଜୁରୀ ଲାଭ କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ୨୦୧୭, ୨୦୧୮ ଏବଂ ୨୦୧୯ ଆର୍ଥତ୍କ ବର୍ଷରେ ଓପିଜିସିର ମୋଟ ଆୟ ଯଥାକ୍ରମେ ୭୫୮.୦୯ କୋଟି, ୬୧୩.୩୬ କୋଟି ଏବଂ ୮୮୭.୭୧ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri