ଆଦାନୀ ଦେବ ଓଡ଼ିଶାକୁ ଆଲୋକ;ଓପିଜିସିର ୪୯% ଅଂଶଧନ ହାସଲ କଲା

ଭୁବନେଶ୍ୱର,୨୪।୬ (ବ୍ୟୁରୋ) :ଓଡ଼ିଶା ପାଓ୍ବାର ଜେନେରେଶନ ଲିମିଟେଡ୍‌(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉତ୍ପାଦନକାରୀ କମ୍ପାନୀ ଆଦାନୀ ପାଓ୍ବାର ଲିମିଟେଡ୍‌ (ଏପିଏଲ୍‌) ନିକଟକୁ ଯିବ। ଏଥିଲାଗି ଓପିଜିସିର ଅନୁବନ୍ଧିତ ସଂସ୍ଥା ଏଇଏସ୍‌ କର୍ପୋରେଶନ ସହ ଆଦାନୀ ଶେୟାର ବିକ୍ରି ଏବଂ କ୍ରୟ ଚୁକ୍ତି (ଏସ୍‌ଏସ୍‌ପିଏ)ରେ ସାମିଲ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ଆଦାନୀ ଏଇଏସ୍‌ର ଓପିଜିସି ହୋଲ୍ଡିଂ ଏବଂ ଇଏସ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ଓପିଜିସିରେ ଥିବା ୮୯, ୩୦,୨୭୩ ଇକ୍ୱିଟି ଶେୟାରକୁ ଅଧିଗ୍ରହଣ କରିବ। ଅଧିଗ୍ରହଣର ମୋଟ ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି।
ଝାରସୁଗୁଡ଼ା ଜିଲା ବନହରପାଲିରେ ଓପିଜିସି ୧୭୪୦ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପରିଚାଳନା କରୁଛି। ଉକ୍ତ ପ୍ଲାଣ୍ଟରେ ଆଦାନୀ ବର୍ତ୍ତମାନ ଅଂଶୀଦାର ହୋଇଛି। ଫଳରେ ଓଡ଼ିଶାକୁ ଶକ୍ତି ଯୋଗାଣ କରିବା କ୍ଷେତ୍ରରେ ଆଦାନୀ କାର୍ଯ୍ୟ କରିବ ବୋଲି ସୂଚନା ରହିଛି। ସୁଲଭ ମୂଲ୍ୟରେ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଉକ୍ତ ୟୁନିଟ କାର୍ଯ୍ୟ କରୁଛି। ଉକ୍ତ ୟୁନିଟରେ କମ୍‌ ପ୍ରଦୂଷଣ ସହ ୧୩୨୦ ମେଗାଓ୍ବାଟ୍‌ର ସୁପର କ୍ରିଟିକାଲ ଫାସିଲିଟିକୁ ନିକଟରେ କାର୍ଯ୍ୟକ୍ଷମ କରାଯାଇଛି। ନିକଟବର୍ତ୍ତୀ କ୍ୟାପ୍ଟିଭ ଖଣିଗୁଡ଼ିକରୁ ଜାଳେଣି କୋଇଲା ଏହି ପ୍ଲାଣ୍ଟକୁ ଯୋଗାଣ ହେଉଛି। ଏହାବାଦ ରାଜ୍ୟ ସରକାରଙ୍କ ଗ୍ରୀଡ୍‌କୋ ସହ ୨୫ ବର୍ଷର ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି(ପିପିଏ)ରେ ଉକ୍ତ ପ୍ଲାଣ୍ଟ ସାମିଲ ହୋଇଛି।
ଓପିଜିସିର ବଳକା ୫୧% ଅଂଶ ଓଡ଼ିଶା ସରକାରଙ୍କ ନିକଟରେ ରହିବ ବୋଲି ଜଣାପଡ଼ିଛି। ଉକ୍ତ ଅଧିଗ୍ରହଣ ଚୁକ୍ତି ଦ୍ୱାରା ଆଦାନୀ ପ୍ରଥମକରି ରାଜ୍ୟର ଶକ୍ତି ଯୋଗାଣ କ୍ଷେତ୍ରରେ ପ୍ରବେଶ କରିଛି। ଦୀର୍ଘମିଆଦୀ ଭିତ୍ତିରେ ଓଡ଼ିଶାରେ ଉଚ୍ଚ ଗୁଣବତ୍ତା ଭିତ୍ତିଭୂମି ନିର୍ମାଣ ଏବଂ ପରିଚାଳନା ଏବଂ ରାଜ୍ୟ ସରକାରଙ୍କ ସହ ମିଳିତ ହୋଇ କାମ କରିବାକୁ ଉଦ୍ୟମ ଜାରି ରହିବ ବୋଲି ଆଦାନୀ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ଘରୋଇ ବଜାରରେ ଶକ୍ତ ସଂରକ୍ଷଣ ଏବଂ ଅଣପାରମ୍ପରିକ ଶକ୍ତି ଯୋଗାଣ ଦିଗରେ ଆଦାନୀ ଗ୍ରୁପ୍‌ ଏବଂ ଏଇଏସ୍‌ ମିଳିତ ହୋଇ କାମ କରିବେ। ରାଜ୍ୟରେ ସେବା ଯୋଗାଣ ନେଇ କମ୍ପାନୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ମଞ୍ଜୁରୀ ଲାଭ କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ୨୦୧୭, ୨୦୧୮ ଏବଂ ୨୦୧୯ ଆର୍ଥତ୍କ ବର୍ଷରେ ଓପିଜିସିର ମୋଟ ଆୟ ଯଥାକ୍ରମେ ୭୫୮.୦୯ କୋଟି, ୬୧୩.୩୬ କୋଟି ଏବଂ ୮୮୭.୭୧ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ଯିବାକୁ ପଡିବନି RTO: ଏଣିକି ଘରେ ବସି ରିନ୍ୟୁ ହେବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨।୧: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ୨୦୨୬ରେ ଶେଷ ହେବାକୁ ଯାଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଆପଣଙ୍କର ଡ୍ରାଇଭିଂ...

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା ଘରୋଇ ଗ୍ୟାସ

ନୂଆଦିଲ୍ଲୀ,୨।୧: ନୂଆବର୍ଷ ଆରମ୍ଭ ହେବା ପୂର୍ୱରୁ, ଗ୍ୟାସ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ସାର୍ୱଜନୀନ କ୍ଷେତ୍ରର କମ୍ପାନୀ ଗେଲ ଗ୍ୟାସ ଲିମିଟେଡ ଘରୋଇ ରୋଷେଇ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri