‘ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ’

ଭୁବନେଶ୍ୱର,୫ା୬(ବ୍ୟୁରୋ):ଜୀବନ ଓ ଜୀବିକା ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥରେ ରହିଲେ ଜୀବିକା ଆଗକୁ ବଢ଼ିବ। ଜୀବିକା ଗୁରୁତ୍ୱପୂର୍ଣ୍ଣ ବୋଲି ଲକ୍‌ଡାଉନ କୋହଳ କରାଯାଇଛି। ଜୀବନ ପ୍ରତି ଯେପରି ବିପଦ ସୃଷ୍ଟି ନ ହେବ ସେଥିପ୍ରତି ସାବଧାନ ରହିବା ଜରୁରୀ। ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ ମାନି ୨ ମାସରୁ ଅଧିକ ସମୟ ଘରେ ରହି ଯେଉଁ ତ୍ୟାଗ କରାଯାଇଛି ତାହା ଯେପରି ବିଫଳ ନ ହେବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗୁରୁବାର ସନ୍ଧ୍ୟାରେ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୁନ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗକୁ ମୌସୁମୀ ଆସୁଛି। ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଲକ୍‌ଡାଉନ କୋହଳ ହେଲା। କିନ୍ତୁ କରୋନା ଯାଇଛି ବୋଲି ଭାବିବା ଉଚିତ ନୁହେଁ। ନିଜ ପରିବାର କଥା ଚିନ୍ତା କରି ଲକ୍‌ଡାଉନରେ ରହିଲେ ଆମେ କରୋନାକୁ ଜିତିପାରିବା। ଗତ ଦୁଇ ମାସରୁ ଅଧିକ ସମୟ ହେବ ଆମେ ଲକ୍‌ଡାଉନରେ ରହିଆସିଛୁ। ଏହା ଏକ ଲମ୍ବା ଲଢ଼େଇ। କରୋନା ଟିକା ଏଯାଏ ଆସି ନାହିଁ। ବର୍ତ୍ତମାନ ୫ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ସେମାନେ ଫେରିବା ଦ୍ୱାରା ଯେଉଁ ପ୍ରଭାବ ପଡିବ, ତାହା ଆଗାମୀ ୧୫ରୁ ୨୦ ଦିନ ମଧ୍ୟରେ କମିଯିବ। ସେହିପରି ଜୁନ୍‌ ୧୦ରୁ ମୌସୁମୀ ବର୍ଷା ଆରମ୍ଭ ହେବ। ଥଣ୍ଡା, ଶର୍ଦ୍ଦି ବଢ଼ିବାର ସମ୍ଭାବନା ରହିଛି। ଏହି ଦୁଇଟି କାରଣ ଯୋଗୁ ଆସନ୍ତା ୨୫ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟକୁ ଆମେ ଯେପରି ପରିଚାଳନା କରିବା ତାହା ଉପରେ କରୋନା ଲଢ଼େଇ ସଫଳତା ନିର୍ଭର କରୁଛି। ଜୁନ୍‌ ମାସ ନିର୍ଣ୍ଣାୟକ ହେବ। କରୋନା ସଂକ୍ରମଣ ଶୀର୍ଷରେ ରହିଛି। ୧୫ ଦିନ ତଳେ ଆମ ଦେଶରେ ଦିନକୁ ୩ ହଜାର ଲୋକ ସଂକ୍ରମିତ ହେଉଥିଲେ। ଏବେ ଏହି ସଂଖ୍ୟା ୧୦ ହଜାରରେ ପହଞ୍ଚିଲାଣି। ଏହା ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ। ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଛନ୍ତି। ସାଢ଼େ ୪କୋଟି ଲୋକଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବାହାରକୁ ଯିବାଆସିବା କମାଇବା ପାଇଁ ଶଟ୍‌ଡାଉନ ଓ ଲକ୍‌ଡାଉନ କରାଯାଉଛି। ୧୧ଟି ଜିଲାରେ ସପ୍ତାହରେ ଦୁଇଦିନ ଶଟ୍‌ଡାଉନ ହେବ। ଜୁନ ମାସରେ ସପ୍ତାହକୁ ୨ ଦିନ ଓ ମାସକୁ ୮ ଦିନ ଶଟ୍‌ଡାଉନ ହେବ। ଏହି ୮ ଦିନ ପୂରା ଘରେ ରହିବାକୁ ପଡ଼ିବ। ଏହାଦ୍ୱାରା କରୋନା ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିହେବ। ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ଦିନକୁ ୧୦ ଘଣ୍ଟା ହିସାବରେ ସାସକୁ ୩୦୦ ଘଣ୍ଟା। ଶଟ୍‌ଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ମିଶି ଜୁନ୍‌ ମାସରେ ପୂରା ୧୭ ଦିନ ଘରେ ରହିବାକୁ ପଡ଼ିବ। ଏହାଦ୍ୱାର ସଂକ୍ରମଣ କମିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜନସାଧାରଣ ବାହାରକୁ ଗଲେ ସବୁ ବେଳେ ମାସ୍କ ପିନ୍ଧନ୍ତୁ। ଠିକ୍‌ ଭାବେ ମାସ୍କ ପିନ୍ଧିଲେ ୯୦ ପ୍ରତିଶତ ସଂକ୍ରମଣ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହାଟବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ। କିଏ କରୋନା ପଜିଟିଭ୍‌ ତାହା ଜାଣିବା କଷ୍ଟକର। ନିଜ ଲୋକ କରୋନା ହସ୍ପିଟାଲକୁ ଯାଆନ୍ତୁ ବୋଲି କେହି ଚାହିଁବେ ନାହିଁ। ବାହାରୁ ଘରକୁ ଫେରିଲେ ୨୦ ସେକେଣ୍ଡ ପାଇଁ ସାବୁନରେ ହାତ ଧୁଅନ୍ତୁ। ୬୫ ବର୍ଷରୁ ଅଧିକ ବୟସର ଲୋକ, ଗୁରୁତର ରୋଗରେ ପୀଡିତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ବୟସ ପିଲାଙ୍କୁ ବାହାରକୁ ନ ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri