Posted inଖେଳ

ଆତଙ୍କବାଦୀ ଆକ୍ରମଣ ଭୟ ସତ୍ତ୍ୱେ ପାକିସ୍ତାନ ଗସ୍ତ କରିବ ଶ୍ରୀଲଙ୍କା

କଲମ୍ବୋ, ୨୦।୯(ଏଏଫ୍‌ପି)- ଆତଙ୍କବାଦୀ ଆକ୍ରମଣ ଭୟ ସତ୍ତ୍ୱେ ସୀମିତ ଓଭରବିଶିଷ୍ଟ ସିରିଜ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌) ପକ୍ଷରୁ ଗୁରୁବାର କୁହାଯାଇଛି। ‘ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟରୁ ଆମକୁ ସବୁଜ ସଙ୍କେତ ମିଳିବା ପରେ ଦଳ ମଙ୍ଗଳବାର ପାକିସ୍ତାନ ଗସ୍ତ କରିବ। ଆମର ପ୍ଲାନ୍‌ ଅନୁଯାୟୀ ଏହି ଗସ୍ତ ହେବ। ମୋ ସହିତ ଅଫିସିଆଲମାନେ ଦଳ ସହ ପାକିସ୍ତାନ ଗସ୍ତ କରିବେ’ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ସମ୍ପାଦକ ମୋହନ ଡି ସିଲ୍‌ଭା କହିଛନ୍ତି। ଗତ ସପ୍ତାହରେ ତିନି ମ୍ୟାଚ୍‌ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ ଲାଗି ଶ୍ରୀଲଙ୍କା ଦଳ ଘୋଷଣା ହେବାର କିଛି ସମୟ ପରେ ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଶ୍ରୀଲଙ୍କା ସରକାରଙ୍କୁ ସୂଚନା ମିଳିଥିଲା। ତେବେ ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରୀ ଏହି ଘଟଣାର ତଦନ୍ତ କରି ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ପୂର୍ବରୁ ୨୦୦୯ରେ ଏକ ଟେଷ୍ଟ ସିରିଜ ସମୟରେ ଲାହୋରରେ ଶ୍ରୀଲଙ୍କା ଖେଳାଳିଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେତେବେଳେ ୬ ଜଣ ଶ୍ରୀଲଙ୍କା ଖେଳାଳି ଏଥିରେ ଆଘାତପ୍ରାପ୍ତ ହୋଇଥିଲେ। ଏହି ଆକ୍ରମଣ ପରେ ପାକିସ୍ତାନକୁ ସେତେବେଳେ ବିଶ୍ୱରେ ବେଶ୍‌ ନିନ୍ଦିତ ହେବାକୁ ପଡ଼ିଥିଲା। ଏପରି କି କୌଣସି ଦଳ ପାକିସ୍ତାନ ଗସ୍ତରେ ଯିବାକୁ ରାଜି ହୋଇ ନ ଥିଲେ। ତେବେ ପ୍ରଥମଥର ଲାଗି ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତରେ ଯିବାକୁ ରାଜି ହୋଇଛି। କିନ୍ତୁ ଲସିଥ୍‌ ମାଲିଙ୍ଗାଙ୍କ ସମେତ ୧୦ଜଣ ପ୍ରମୁଖ ସିଂହଳୀ କ୍ରିକେଟର ସୁରକ୍ଷାଜନିତ କାରଣ ଲାଗି ପୂର୍ବରୁ ଏହି ଗସ୍ତରୁ ଓହରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବିରାଟଙ୍କୁ ଭଲ ଲାଗିଲାନି ଦର୍ଶକଙ୍କ ଏପରି ବ୍ୟବହାର, ଧୋନୀଙ୍କ ସହ ମଧ୍ୟ ହୋଇଥିଲା

ଭଦୋଦରା,୧୧।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ବିଜୟୀ ଇନିଂସ ଖେଳି ମଧ୍ୟ ଖୁସି ନାହାନ୍ତି ବିରାଟ କୋହଲି। ପଡ଼ିଆରେ ଦର୍ଶକଙ୍କ ଆଚରଣକୁ ନେଇ...

ବହୁତ ବିଳମ୍ବ ହେବା ପୂର୍ବରୁ ଆମେରିକା ସହିତ ଚୁକ୍ତି କରନ୍ତୁ.. ପୁଣି ଖୋଲା ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନର କିଛି ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ...

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...

IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ: ଶତକରୁ ବଞ୍ଚିତ ହୋଇ ମଧ୍ୟ ସଚିନଙ୍କୁ ପଛରେ ପକାଇଲେ

ଭଦୋଦରା,୧୧।୧: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟର ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ଭଦୋଦରାଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ...

ଦାରିଙ୍ଗବାଡି ଶୀତ ମହୋତ୍ସର ଶେଷ ଦିନରେ ଅସୀମାଙ୍କ ଗୀତରେ ଝୁମିଲେ ଦର୍ଶକ, ବାଚସ୍ପତି କହିଲେ…

ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଗତ ୪ ଦିନ ଧରି ଚାଲିଥିବା ଏକାଦଶ ତମ ଶୀତ ମହୋତ୍ସବ...

ଅଙ୍ଗୁଳି ଦେଖାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କଲେ ବ୍ଲକ ଅଧକ୍ଷା, ବିଧାୟକଙ୍କୁ ତୀର ମାରିବା ଘଟଣାର ମିଳୁନି ପ୍ରମାଣ

ହାଟଡିହୀ,୧୧।୧(ଶୁଭକାନ୍ତ ନାୟକ): ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଜଣେ ଯନ୍ତ୍ରୀ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠିଙ୍କୁ ତୀର ମାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri